ବିଶ୍ୱର ପ୍ରଥମ କ୍ରିକେଟର ଭାବେ ‘ମୁଲ୍ଲଘ ମେଡାଲ’ ଜିତିଲେ ରାହଣେ

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟରେ ବିଜୟ ପଞ୍ଚ ମାରି ବିଜୟ ବାନା ଉଡ଼ାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟରେ ୮ ୱିକେଟରେ ପରାସ୍ତ କରି ଟିମ ଇଣ୍ଡିଆ ସିରିଜ୍‌କୁ କମବ୍ୟାକ କରିଛି। ଏବେ ୫ ଟିକିଆ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଯାଇଛି। ଭାରତର ଏହି ବିଜୟର ନାୟକ ସାଜିଛନ୍ତି ଅଧିନାୟକ ଅଜିଙ୍କ୍ୟ ରାହଣେ। ସେ ପ୍ରଥମ ଇନିଂସରେ ୧୧୨ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୨୭ ରନ୍‌ କରି ଭାରତକୁ ଜବରଦସ୍ତ ବିଜୟ ଦେଇଛନ୍ତି। […]

f

Hemant Lenka
  • Published: Tuesday, 29 December 2020
  • , Updated: 29 December 2020, 05:54 PM IST

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟରେ ବିଜୟ ପଞ୍ଚ ମାରି ବିଜୟ ବାନା ଉଡ଼ାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟରେ ୮ ୱିକେଟରେ ପରାସ୍ତ କରି ଟିମ ଇଣ୍ଡିଆ ସିରିଜ୍‌କୁ କମବ୍ୟାକ କରିଛି। ଏବେ ୫ ଟିକିଆ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଯାଇଛି। ଭାରତର ଏହି ବିଜୟର ନାୟକ ସାଜିଛନ୍ତି ଅଧିନାୟକ ଅଜିଙ୍କ୍ୟ ରାହଣେ। ସେ ପ୍ରଥମ ଇନିଂସରେ ୧୧୨ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୨୭ ରନ୍‌ କରି ଭାରତକୁ ଜବରଦସ୍ତ ବିଜୟ ଦେଇଛନ୍ତି। ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିବାରୁ ରାହଣେଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି।

ସେହିପରି ପୂର୍ବ ଘୋଷଣା ଅନୁଯାୟୀ, ରାହଣେଙ୍କୁ ମୁଲ୍ଲଘ ମେଡାଲ ମଧ୍ୟ ପ୍ରଦାନ କରାଯାଇଛି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ରାହଣେ ମୁଲ୍ଲଘ ମେଡାଲ ଜିତିବାକୁ ସକ୍ଷମ ହୋଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ପୂର୍ବରୁ କହିଥିଲା ଯେ ବକ୍ସିଂ ଡେ’ ଟେଷ୍ଟରେ ମ୍ୟାନ୍‌ ଅଫ ଦି ପୁରସ୍କାର ପାଇବାକୁ ଥିବା ଖେଳାଳିଙ୍କୁ ମୁଲ୍ଲଘ ମେଡାଲ। ତଦ୍‌ନୁଯାୟୀ ରାହଣେ ପ୍ରଥମ କ୍ରିକେଟର ଭାବେ ଆଜି ଏହି ମେଡାଲ ଜିତିଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ଦେଶର ପୂର୍ବତନ ଅଧିନାୟକ ତଥା ପ୍ରଥମ ଆଦିବାସୀ ଅଧିନାୟକ ଭାବେ ବିଦେଶକୁ ଟିମ୍‌ ନେଇ ଯାଇଥିବା ଜନ୍ନି ମୁଲ୍ଲଘଙ୍କ ସମ୍ମାନାର୍ଥେ ଏହି ମେଡାଲ ଦେବାକୁ ଘୋଷଣା କରିଥିଲା। ମୁଲ୍ଲଘ ୧୮୬୮ରେ ୟୁକେ ଯାଇ ସେଠାରେ ଅଷ୍ଟ୍ରେଲିଆ ଟିମ୍‌ ପାଇଁ ମ୍ୟାଚ୍‌ ଖେଳିଥିଲେ।

ରାହଣେ ବକ୍ସିଂ ଡେ’ରେ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିବାରୁ ତାଙ୍କୁ ମୁଲ୍ଲଘ ମେଡାଲ ମିଳିଛି। ଏଥିପାଇଁ ବିସିସିଆଇ ରାହଣେଙ୍କୁ ଟ୍ୱିଟ କରି ଶୁଭେଚ୍ଛା ମଧ୍ୟ ଜଣାଇଛି।


ଦୁଇ ଦେଶ ମଧ୍ୟରେ ଚାଲିଥିବା ୪ ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ବାଜିମାତ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ ପାଇଁ ଭାରତ ପାଖରେ ବିରାଟ କୋହଲି ଓ ମହମ୍ମଦ ଶାମିଙ୍କ ଭଳି ଖେଳାଳି ନଥିଲେ। ତଥାପି ଅଜିଙ୍କ୍ୟ ରାହଣେଙ୍କ ନେତୃତ୍ୱରେ ଦଳ କଙ୍ଗାର ଟିମ୍‌କୁ ମାତ ଦେବାରେ ସକ୍ଷମ ହୋଇଛି।

ଜବରଦସ୍ତ ବୋଲିଂ ସାଙ୍ଗକୁ ରାହଣେଙ୍କ କ୍ୟାପଟେନ୍ସି ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ହୋଇଛି। ସିରିଜରେ ଆହୁରି ଦୁଇଟି ମ୍ୟାଚ୍ ବାକି ରହିଛି।

ଉକ୍ତ ଟେଷ୍ଟରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ୍ ହୋଇ ଭାରତକୁ ୭୦ ରନର ଟାର୍ଗେଟ୍ ଦେଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ପିଛା କରିବା ପାଇଁ ଭାରତକୁ ଆଦୌ କଷ୍ଟ କରିବାକୁ ପଡ଼ିନଥିଲା। ଭାରତ ୧୫.୫ ଓଭରରେ ୨ ୱିକେଟ୍ ହରାଇ ଏହି ୭୦ ରନ୍ କରି ବିଜୟୀ ହୋଇଛି। ଭାରତ ଆରମ୍ଭରୁ ଓପ୍ନର ମୟଙ୍କ ଅଗ୍ରୱାଲ୍ ଓ ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଡେବ୍ୟୁଟାଣ୍ଟ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ରାହଣେ ଚତ୍ମକାର ବ୍ୟାଟିଂ କରି ଭାରତକୁ ଐତିହାସିକ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ଭାରତ ୨୦୨୦ ବର୍ଷ ଶେଷ କରିଛି।

Related story