ଦଣ୍ଡିତ ହେଲେ ରାହଣେ

ଚେନ୍ନାଇ: ଧିମା ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଅଜିଙ୍କ୍ୟ ରାହଣେ ଦଣ୍ଡିତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଆଇପିଏଲ୍‌ କର୍ତ୍ତୃପକ୍ଷ ଜାରି କରିଥିବା ବିବୃତି ଅନୁସାରେ, ଆଇପିଏଲ୍‌ ଆଚରଣ ବିଧି ଅନୁଯାୟୀ ରାଜସ୍ଥାନ ରୟାଲ୍ସ ଯେଉଁ ସମୟରେ ନିଜର ବୋଲିଂ ଶେଷ କରିବା କଥା, ତା’ହା କରିନାହିଁ। ତେଣୁ ରୟାଲ୍ସର ଅଧିନାୟକ ହିସାବରେ ରାହଣେଙ୍କୁ ଏଥିପାଇଁ ଦଣ୍ଡିତ କରାଯାଇଛି। ତାଙ୍କୁ ଦଣ୍ଡ ସ୍ୱରୂପ ୧୨ ଲକ୍ଷ ଟଙ୍କାର ଜୋରିମାନା […]

y

Hemant Lenka
  • Published: Monday, 01 April 2019
  • , Updated: 01 April 2019, 08:27 PM IST

ଚେନ୍ନାଇ: ଧିମା ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଅଜିଙ୍କ୍ୟ ରାହଣେ ଦଣ୍ଡିତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

ଆଇପିଏଲ୍‌ କର୍ତ୍ତୃପକ୍ଷ ଜାରି କରିଥିବା ବିବୃତି ଅନୁସାରେ, ଆଇପିଏଲ୍‌ ଆଚରଣ ବିଧି ଅନୁଯାୟୀ ରାଜସ୍ଥାନ ରୟାଲ୍ସ ଯେଉଁ ସମୟରେ ନିଜର ବୋଲିଂ ଶେଷ କରିବା କଥା, ତା’ହା କରିନାହିଁ। ତେଣୁ ରୟାଲ୍ସର ଅଧିନାୟକ ହିସାବରେ ରାହଣେଙ୍କୁ ଏଥିପାଇଁ ଦଣ୍ଡିତ କରାଯାଇଛି। ତାଙ୍କୁ ଦଣ୍ଡ ସ୍ୱରୂପ ୧୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ମିଳିଛି।

ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ୍‌ ରୋହିତ ଶର୍ମାଙ୍କୁ ମଧ୍ୟ ଧିମା ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା।

ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ଗତକାଲି ମ୍ୟାଚ୍‌ ହୋଇଥିଲା। ଏଥିରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୭୫ ରନ୍‌ କରିଥିଲା। ଏହାର ଜବାବରେ ରାଜସ୍ଥାନ କେବଳ ୧୬୭ ରନ୍‌ କରିଥିଲା। ଏହା ରାଜସ୍ଥାନର ହ୍ୟାଟ୍ରିକ ପରାଜୟ ଥିଲା।

Related story