ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ରାହାଣେଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ୨୦୨୦ ଭାରତୀୟ କ୍ରିକେଟ୍ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଜାନୁଆରୀ ପ୍ରଥମ ସପ୍ତାହରେ ଶ୍ରୀଲଙ୍କା ଏବଂ ଦ୍ୱିତୀୟ ସପ୍ତାହରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ସୀମିତ ଓଭର ସିରିଜ୍ ଖେଳିବେ। ଏହା ପରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ କରିବ। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଏବଂ ଏଥିପାଇଁ ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଟିମ୍ ୱେଲିଂଟନରେ […]

rahane

rahane

Ranjit Kumar Jena
  • Published: Wednesday, 01 January 2020
  • Updated: 01 January 2020, 09:41 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୦ ଭାରତୀୟ କ୍ରିକେଟ୍ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଜାନୁଆରୀ ପ୍ରଥମ ସପ୍ତାହରେ ଶ୍ରୀଲଙ୍କା ଏବଂ ଦ୍ୱିତୀୟ ସପ୍ତାହରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ସୀମିତ ଓଭର ସିରିଜ୍ ଖେଳିବେ। ଏହା ପରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ କରିବ। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଭାରତ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଏବଂ ଏଥିପାଇଁ ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଟିମ୍ ୱେଲିଂଟନରେ ଫେବୃଆରୀ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ଏବଂ ୨୯ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଟେଷ୍ଟ ଖେଳିବ। ଏହା ପୂର୍ବରୁ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ।

ଏହି ଗସ୍ତ ପାଇଁ ବର୍ତ୍ତମାନ ପ୍ରସ୍ତୁତିରେ ବ୍ୟସ୍ତ ଥିବା ରାହାଣେ କହିଛନ୍ତି, " ୨୦୧୪ରେ ଆମେ ସେଠାରେ (ନ୍ୟୁଜିଲ୍ୟାଣ୍ଡ) ମଧ୍ୟ ଖେଳିଥିଲୁ। ସେଠାରେ ହାଲକା ପବନ ହୋଇଥାଏ। ତେବେ ସେଠାକାର ପରିବେଶ ସହ ଅଭ୍ୟସ୍ତ ହେବା ଗୁରୁତ୍ୱପୂର୍ଣ୍ଣ। ଶେଷ ଗସ୍ତରେ ମୁଁ ୱେଲିଂଟନରେ ଖେଳିଥିଲି, କିନ୍ତୁ କ୍ରାଇଷ୍ଟଚର୍ଚ୍ଚରେ ଆମେ ଦୀର୍ଘ ସମୟ ପରେ ଖେଳିବୁ।" ରାହାଣେ ବିଶେଷକରି ବାମହାତୀ ପେସ୍ ବୋଲର ନିଲ୍ ୱାଗନରଙ୍କୁ ସାମ୍ନା କରିବା ପାଇଁ ଅଭ୍ୟାସ କରୁଛନ୍ତି।

ଏ ନେଇ ରାହାଣେ କହିଛନ୍ତି, "ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ୱାଗନର ଭଲ ପ୍ରଦର୍ଶନ କରିଛନ୍ତି। ମୁଁ କେବଳ ୱାଗନରଙ୍କ କଥା କହିବି ନାହିଁ। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ସବୁ ବୋଲରଙ୍କୁ ସମ୍ମାନ କରିବାକୁ ପଡ଼େ। ଆୟୋଜକ ଟିମ୍ ପରିବେଶ ସହ ଭଲଭାବେ ଅଭ୍ୟସ୍ତ ଥିବ, କିନ୍ତୁ ଆମକୁ ସ୍ୱାଭାବିକ ଖେଳ ଖେଳିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡର ସବୁ ବୋଲରଙ୍କ ବିରୋଧରେ ଅଲଗା ଅଲଗା ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। କିଛି ଖେଳାଳି କ୍ରିଜ ବାହାରେ ରହିବାକୁ ପସନ୍ଦ କରନ୍ତି ଏବଂ କିଛି କ୍ରିଜ୍ ଭିତରେ ରହି ଖେଳିବାକୁ ପସନ୍ଦ କରନ୍ତି।

ନ୍ୟୁଜିଲ୍ୟାଣ୍ଡରେ ଶରୀର ପାଖରେ ଖେଳିବା ଅଧିକ ମହତ୍ତ୍ୱପୂର୍ଣ୍ଣ। ବିଶେଷକରି ଜଣେ ବ୍ୟାଟ୍ସମ୍ୟାନଙ୍କୁ ନିଜର ବେସିକ୍ସ ଉପରେ ଧ୍ୟାନ ଦେବା ଦରକାର। ଏଭଳି ସ୍ଥିତିରେ ଟେକନିକ୍ ଉପରେ ବେଶୀ ଚିନ୍ତା କରିପାରିବ ନାହିଁ। ସେଠାରେ ସ୍ପିଡ୍ ଓ ପେସ୍ ସମ୍ପୂର୍ଣ୍ଣ ଅଲଗା ଅଲଗା ରହିବ। ନ୍ୟୁଜିଲ୍ୟାଣ୍ଡ୍ ଏଭଳି ଏକ ଟିମ୍, ଯାହା ବିରୋଧରେ ସତର୍କ ରହିବାକୁ ପଡ଼ିବ। ହୁଏତ ନ୍ୟୁଜିଲ୍ୟାଣ୍ଡ୍ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ହାରିସାରିଛି, କିନ୍ତୁ ଏହି ଟିମ୍ ଘରୋଇ ମାଟିରେ ବେଶ ମଜଭୁତ୍। ତେଣୁ ଆମେ କିୱି ଟିମକୁ ଆଦୌ ହାଲୁକା ଭାବେ ନେବୁ ନାହୁଁ।"

ଟେଷ୍ଟ ସିରିଜ୍ ପୂର୍ବରୁ ରାହାଣେ ଭାରତ-ଏ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷ ଚାରିଦିନିଆ ମ୍ୟାଚ୍ ଖେଳିବେ। ରାହାଣେ କହିଛନ୍ତି, ଭାରତ-ଏ ଗସ୍ତ ଏକାଠି ରଖିବା ଏକ ଭଲ ପଦକ୍ଷେପ। ଏହାଦ୍ୱାରା ଆମର ପ୍ରସ୍ତୁତି ଭଲ ହେବ ଏବଂ ପରିସ୍ଥିତି ସହ ଖାପଖୁଆଇବା ପାଇଁ ସହାୟକ ମଧ୍ୟ ହେବ।

ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ଭାରତ-ଏ'ର କୋଚ୍ ରାହୁଲ୍ ଡ୍ରାଭିଡଙ୍କ ସମ୍ବନ୍ଧରେ ରାହାଣେ କହିଛନ୍ତି, "ଉଭୟ ଗାଙ୍ଗୁଲି ଓ ଡ୍ରାଭିଡ୍ ଭାରତୀୟ କ୍ରିକେଟକୁ ଏକ ନୂଆ ଶିଖରରେ ପହଞ୍ଚାଇବେ। ସେମାନଙ୍କ ପାଖରେ କ୍ରିକେଟର ପ୍ରଚୁର ଅଭିଜ୍ଞତା ରହିଛି। କ୍ରିକେଟ୍ ପାଇଁ କ'ଣ ଭଲ ଓ ଖରାପ, ତାହା ଉଭୟଙ୍କୁ ଜଣା। ତେଣୁ ମୋ ବିଶ୍ୱାସ ଯେ ଦୁହିଁଙ୍କ ଉପସ୍ଥିତିରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story