ଅଗରକରଙ୍କ ଏହି ରେକର୍ଡକୁ ଆଜି ଯାଏ କୌଣସି ଭାରତୀୟ ଭାଙ୍ଗି ନାହାନ୍ତି, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଅଜିତ୍‌ ଅଗରକର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏମିତି ଏକ ରେକର୍ଡ କରିଛନ୍ତି, ଯାହାକୁ ଆଜି ଯାଏ କୌଣସି ଭାରତୀୟ ଖେଳାଳି ଭାଙ୍ଗି ପାରିନାହାନ୍ତି। ଅଗରକର ଭାରତର ପ୍ରଥମ ବୋଲର ଯିଏ ସମସ୍ତଙ୍କଠାରୁ କମ୍‌ ମ୍ୟାଚ୍‌ରେ ୫୦ଟି ଦିନିକିଆ ୱିକେଟ୍‌ ନେଇଛନ୍ତି। ସେହିପରି ଅଗରକର ଭାରତ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଖେଳାଳି ହେବାର ରେକର୍ଡ ମଧ୍ୟ କରିଛନ୍ତି। ସେ ଦିନିକିଆରେ ମାତ୍ର ୨୧ଟି ବଲ୍‌ରେ ହାସଲ କରିଥିବା ୫୦ ରନ୍‌କୁ […]

ajit

Hemant Lenka
  • Published: Friday, 14 December 2018
  • , Updated: 14 December 2018, 01:38 PM IST

ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଅଜିତ୍‌ ଅଗରକର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏମିତି ଏକ ରେକର୍ଡ କରିଛନ୍ତି, ଯାହାକୁ ଆଜି ଯାଏ କୌଣସି ଭାରତୀୟ ଖେଳାଳି ଭାଙ୍ଗି ପାରିନାହାନ୍ତି।

ଅଗରକର ଭାରତର ପ୍ରଥମ ବୋଲର ଯିଏ ସମସ୍ତଙ୍କଠାରୁ କମ୍‌ ମ୍ୟାଚ୍‌ରେ ୫୦ଟି ଦିନିକିଆ ୱିକେଟ୍‌ ନେଇଛନ୍ତି। ସେହିପରି ଅଗରକର ଭାରତ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଖେଳାଳି ହେବାର ରେକର୍ଡ ମଧ୍ୟ କରିଛନ୍ତି। ସେ ଦିନିକିଆରେ ମାତ୍ର ୨୧ଟି ବଲ୍‌ରେ ହାସଲ କରିଥିବା ୫୦ ରନ୍‌କୁ ଆଜି ଯାଏ କୌଣସି ଭାରତୀୟ ଭାଙ୍ଗି ପାରି ନାହାନ୍ତି।

୨୦୦୦ ମସିହା ଆଜିର ଦିନରେ ଅର୍ଥାତ ଡିସେମ୍ବର ୧୪ରେ ଅଗରକର ଏହି ରେକର୍ଡ କରିଥିଲେ। ଜିମ୍ବାୱେ ବିପକ୍ଷରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ। କପିଲ ଦେବ ୧୯୮୩ ମସିହା ମାର୍ଚ୍ଚ ୨୯ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ୨୨ଟି ବଲରେ ୫୦ ରନ୍‌ କରିଥିଲେ।

ଅଗରକରଙ୍କ ଏହି ରେକର୍ଡ ୫୦ର ଭିଡିଓ ଦେଖନ୍ତୁ

https://youtu.be/vGXT6UtFRfo

Related story