ନିଜକୁ ଗୁଳି କରି ଦେଇଥିଲେ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପକ୍ଷରୁ ଖେଳିଥିବା ଆଲବର୍ଟ ଟ୍ରୋଟ୍‌

କ୍ରିକେଟ୍ ଜଗତ ପାଇଁ ବର୍ତ୍ତମାନ ଆଲବର୍ଟ ଟ୍ରୋଟ୍ ଏକ ଅଜଣା ନାଁ ହୋଇପାରେ, କିନ୍ତୁ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ। ଆଜି ବି ତାଙ୍କ କୀର୍ତ୍ତିମାନ ରୋମାଞ୍ଚିତ କରେ। ଅଷ୍ଟ୍ରେଲିଆରେ ଜନ୍ମ ହୋଇଥିବା ଏହି କ୍ରିକେଟର ୪୧ ବର୍ଷ ବୟସରେ ୧୯୧୪  ମସିହାରେ ଆଜିର ଦିନ (ଜୁଲାଇ ୩୦)ରେ ନିଜକୁ ଗୁଳି ମାରି ଦେଇଥିଲେ।   ଟ୍ରୋଟ୍ ମାତ୍ର ୫ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ସେ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ। ସେ […]

trott

trott

Rakesh Mallick
  • Published: Sunday, 30 July 2017
  • Updated: 31 July 2017, 03:57 PM IST

Sports

Latest News

କ୍ରିକେଟ୍ ଜଗତ ପାଇଁ ବର୍ତ୍ତମାନ ଆଲବର୍ଟ ଟ୍ରୋଟ୍ ଏକ ଅଜଣା ନାଁ ହୋଇପାରେ, କିନ୍ତୁ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ। ଆଜି ବି ତାଙ୍କ କୀର୍ତ୍ତିମାନ ରୋମାଞ୍ଚିତ କରେ। ଅଷ୍ଟ୍ରେଲିଆରେ ଜନ୍ମ ହୋଇଥିବା ଏହି କ୍ରିକେଟର ୪୧ ବର୍ଷ ବୟସରେ ୧୯୧୪  ମସିହାରେ ଆଜିର ଦିନ (ଜୁଲାଇ ୩୦)ରେ ନିଜକୁ ଗୁଳି ମାରି ଦେଇଥିଲେ।

ଟ୍ରୋଟ୍ ମାତ୍ର ୫ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ସେ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ। ସେ ଅଷ୍ଟ୍ରେଲିଆ ପକ୍ଷରୁ ୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ଇଂଲଣ୍ଡ ତରଫରୁ ୨ଟି ମ୍ୟାଚ୍ ଖେଳିଛନ୍ତି। ୧୮୯୫ ମସିହା ଜାନୁଆରୀ ମାସରେ ଆଡିଲେଡ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।

ପ୍ରଥମ ଟେଷ୍ଟରେ ସେ ୮ ୱିକେଟ୍ ନେଇଥିଲେ। ପ୍ରଥମ ଟେଷ୍ଟରେ ୮ଟି ୱିକେଟ୍ ନେବାରେ ସେ ବନିଯାଇଥିଲେ ପ୍ରଥମ ବୋଲର।

ତିନୋଟି ଟେଷ୍ଟ ଖେଳିବା ପରେ ଅଷ୍ଟ୍ରେଲିଆର ସିଲେକ୍ଟରମାନେ ତାଙ୍କୁ ଟିମ୍‌ରେ ସ୍ଥାନ ଦେଇ ନ ଥିଲେ। ଏହା ପରେ ସେ ନିଜ ଖର୍ଚ୍ଚରେ ଇଂଲଣ୍ଡ ଚାଲି ଯାଇଥିଲେ। ସେ ସେଠାରେ କାଉଣ୍ଟି କ୍ରିକେଟ୍‌ରେ ମିଡିଲସେକ୍ସ ପକ୍ଷରୁ ଖେଳି ଥିଲେ। ଏହା ପରେ ୧୮୯୮ରେ ସେ ଇଂଲଣ୍ଡ ଟିମ୍‌ରେ ସାମିଲ ହୋଇଥିଲେ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ୍ ଖେଳିଥିଲେ।

୧୮୯୯ରେ ଅଷ୍ଟ୍ରେଲିଆ ଟିମ୍ ଇଂଲଣ୍ଡ ଗସ୍ତରେ ଆସିଥିଲା। ଲଡର୍ସରେ ଜୁଲାଇ ୩୧ ତାରିଖରେ ଏମ୍‌ସିସି ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବୋଲର ମୋଣ୍ଟି ନୋବଲଙ୍କ ଏକ ବଲ୍‌କୁ ଟ୍ରୋଟ୍‌ ଛକା ମାରିଥିଲେ। ଏହି ଛକା ଇତିହାସ ବନିଯାଇଛି। କାରଣ ଏହା ଲଡର୍ସର ପ୍ୟାଭିଲିୟନ ପାର ହୋଇଯାଇଥିଲା। ଛକା ମାରି ବଲକୁ ଲର୍ଡସ ପ୍ୟାଜିଲିୟନ ପାର କରାଇବାରେ ସେ ଏକମାତ୍ର କ୍ରିକେଟର।

ଟେଷ୍ଟରୁ ଦୂରେଇ ଯିବା ପରେ ୧୯୧୦ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରୁ ବି ଦୂରେଇ ଗଲେ। ତା’ପରେ ସେ ଅମ୍ପାୟରିଂ କରିଥିଲେ। ଇତି ମଧ୍ୟରେ ସେ ଏକ ରୋଗର ଶିକାର ହୋଇଥିଲେ। ତେବେ ମଦ ପିଇବା ଛାଡ଼ି ନ ଥିଲେ। ଅଧିକରୁ ଅଧିକ ମଦ ପିଇଥିଲେ। ତା’ପରେ ସେ ଡିପ୍ରେସନ୍‌ର ଶିକାର ହେଲେ। ଶେଷରେ ନିଜକୁ ଗୁଳି କରି ଦେଇଥିଲେ।     

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story