ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି ଅବସର ଘୋଷଣା କରିଥିବା କୁହାଯାଉଛି। ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ହେଁ ପୂର୍ବରୁ ଆଇପିଏଲ୍‌ ଖେଳିବେ। ଏହାପୂର୍ବରୁ ସେ ପ୍ରଥମ ଶ୍ରେଣୀ କ୍ରିକେଟକୁ ଅଲବିଦା କହି ସାରିଥିଲେ। ଆଜିର ଅବସର ସମ୍ପର୍କିତ ନିଷ୍ପତ୍ତି ରାୟୁଡୁ ବିସିସିଆଇକୁ ଜଣାଇ ସାରିଛନ୍ତି। ବିଶ୍ୱକପ୍‌ […]

we

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 04:11 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି ଅବସର ଘୋଷଣା କରିଥିବା କୁହାଯାଉଛି। ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ହେଁ ପୂର୍ବରୁ ଆଇପିଏଲ୍‌ ଖେଳିବେ। ଏହାପୂର୍ବରୁ ସେ ପ୍ରଥମ ଶ୍ରେଣୀ କ୍ରିକେଟକୁ ଅଲବିଦା କହି ସାରିଥିଲେ। ଆଜିର ଅବସର ସମ୍ପର୍କିତ ନିଷ୍ପତ୍ତି ରାୟୁଡୁ ବିସିସିଆଇକୁ ଜଣାଇ ସାରିଛନ୍ତି।

ବିଶ୍ୱକପ୍‌ ପୂର୍ବରୁ ରାୟୁଡୁ ଟିମ୍‌ ଇଣ୍ଡିଆର ୪ ନଂରେ ବ୍ୟାଟିଂ କରିବେ ବୋଲି କୁହାଯାଉଥିଲା। ହେଲେ ବିଶ୍ୱକପ୍‌ର ୧୫ ଜଣିଆ ସ୍କ୍ୱାଡ୍‌ରୁ ରାୟୁଡୁଙ୍କୁ ବିସିସିଆଇ ବାଦ ଦେଇ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲା। ଏହି ଘଟଣାକୁ ନେଇ ରାୟୁଡୁ ନିଜର ଅସନ୍ତୋଷ ମଧ୍ୟ ଜାହିର କରିଥିଲା। ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ବିଶ୍ୱକପ୍‌ ସ୍କ୍ୱାଡ୍‌ ଘୋଷଣା କରିବା ବେଳେ ବିଜୟ ଶଙ୍କର ଉଭୟ ଫିଲ୍ଡିଂ, ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କହିଥିଲେ। ଏହାପରେ ରାୟୁଡୁ ଟ୍ୱିଟ କରି “ମୁଁ ଥ୍ରୀ ଡି ଗ୍ଲାସରେ ବିଶ୍ୱକପ୍‌ ଦେଖିବି” ବୋଲି କହିଥିଲେ।

ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହୋଇ ନଥିଲେ ହେଁ ବିସିସିଆଇ ରାୟୁଡୁଙ୍କୁ ବ୍ୟାକଅପ୍‌ ଭାବେ ରଖିଥିଲା। ଶିଖର ଧୱନ ଓ ବିଜୟ ଶଙ୍କର ଆହତ ହେବା ପରେ ରାୟୁଡୁ ଇଂଲଣ୍ଡ ଗସ୍ତ କରିବାର ସୁଯୋଗ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ବିସିସିଆଇ ଧୱନଙ୍କ ବଦଳରେ ରିଷଭ ପନ୍ତ ଓ ଶଙ୍କରଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରିଛି। ଏହି କାରଣ ପାଇଁ ରାୟୁଡୁ କ୍ରୋଧିତ ହୋଇ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଚର୍ଚ୍ଚା ହେଉଛି।

ରାୟୁଡୁ ଭାରତ ପାଇଁ ୫୫ଟି ଦିନିକିଆ ଖେଳି ୧୬୯୪ ରନ୍‌ କରିଛନ୍ତି। ଏଥିରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ସେ ଭାରତ ପାଇଁ ୬ ଟି-୨୦ ମ୍ୟାଚ୍‌ରେ ୪୨ ରନ୍‌ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଇସ୍‌ଲ୍ୟାଣ୍ଡ କ୍ରିକେଟ୍‌ ବୋର୍ଡ କିଛି ଦିନ ତଳେ ରାୟୁଡୁଙ୍କୁ ଟ୍ରୋଲ କରିଥିଲା। ବିଜୟ ଶଙ୍କରଙ୍କ ବଦଳରେ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ଦେବାରୁ ଆଇସ୍‌ଲ୍ୟାଣ୍ଡ କ୍ରିକେଟ୍‌ ତାଚ୍ଛଲ୍ୟ କରି ରାୟୁଡୁଙ୍କୁ ନିଜ ଦେଶର ନାଗରିକ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏ ସଂକ୍ରାନ୍ତ ଏକ ଆବେଦନପତ୍ର ମଧ୍ୟ ଆଇସ୍‌ଲ୍ୟାଣ୍ଡ କ୍ରିକେଟ୍‌ ପକ୍ଷରୁ ରାୟୁଡୁଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ କରାଯାଇଥିଲା।

Related story