ଅମ୍ବାତି ରାୟୁଡୁଙ୍କ ୟୁ-ଟର୍ଣ୍ଣ

ହାଇଦ୍ରାବାଦ: କ୍ରିକେଟରୁ ସନ୍ନ୍ୟାସ ଘୋଷଣାର ଦୁଇମାସ ଭିତରେ ଅମ୍ବାତି ରାୟୁଡୁ ୟୁ-ଟର୍ଣ୍ଣ ନେଇଛନ୍ତି। ୩୩ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ପୁଣିଥରେ କ୍ରିକେଟ୍ ଖେଳିବାକୁ ପ୍ରସ୍ତୁତି ହୋଇଛନ୍ତି। ସେ ଆଗାମୀ ଘରୋଇ ସିଜନରେ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ପାଇଁ ଅଣଦେଖା କରାଯିବା ପରେ ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ରାୟୁଡୁ ନିଜ ଉପଲବ୍ଧକୁ ନେଇ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚସିଏ)କୁ ସୂଚିତ କରିଛନ୍ତି। […]

rayudu

Ranjit Kumar Jena
  • Published: Friday, 30 August 2019
  • , Updated: 30 August 2019, 06:35 PM IST

ହାଇଦ୍ରାବାଦ: କ୍ରିକେଟରୁ ସନ୍ନ୍ୟାସ ଘୋଷଣାର ଦୁଇମାସ ଭିତରେ ଅମ୍ବାତି ରାୟୁଡୁ ୟୁ-ଟର୍ଣ୍ଣ ନେଇଛନ୍ତି। ୩୩ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ପୁଣିଥରେ କ୍ରିକେଟ୍ ଖେଳିବାକୁ ପ୍ରସ୍ତୁତି ହୋଇଛନ୍ତି। ସେ ଆଗାମୀ ଘରୋଇ ସିଜନରେ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ପାଇଁ ଅଣଦେଖା କରାଯିବା ପରେ ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ରାୟୁଡୁ ନିଜ ଉପଲବ୍ଧକୁ ନେଇ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚସିଏ)କୁ ସୂଚିତ କରିଛନ୍ତି।

ରାୟୁଡୁ ଏଚସିଏକୁ କହିଛନ୍ତି, "ମୁଁ ରିଟାୟରମେଣ୍ଟରୁ ଫେରିବାକୁ ଚାହୁଁଛି ଏବଂ କ୍ରିକେଟର ସବୁ ଫର୍ମାଟରେ ଖେଳିବାକୁ ଚାହେଁ। ବିଶେଷକରି ମୁଁ ଚେନ୍ନାଇ ସୁପର କିଙ୍ଗସ୍, ଭିଭିଏସ୍ ଲକ୍ଷ୍ମଣ ଓ ନୋଏଲ ଡେଭିଡଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯେଉଁମାନେ କଠିନ ସମୟରେ ମୋତେ ସମର୍ଥନ କରିଛନ୍ତି । ସେମାନେ ମୋତେ ବୁଝାଇଥିଲେ ଯେ, ମୋ ଭିତରେ ଆହୁରି କ୍ରିକେଟ୍ ବାକି ଅଛି। ମୁଁ ହାଇଦ୍ରାବାଦ ଟିମ୍ ସହ ଯୋଗଦେବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ଉପଲବ୍ଧ ରହିବି।"

ଏଚସିଏ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି ଯେ, "ରାୟୁଡୁ ନିଜର ସନ୍ନ୍ୟାସ ଘୋଷଣା ପ୍ରତ୍ୟାହାର କରିଛନ୍ତି। ସେ ନିଜକୁ ୨୦୧୯-୨୦ ସିଜନରେ ସୀମିତ ଓଭର ଫର୍ମାଟ୍ ପାଇଁ ଉପଲବ୍ଧ କରାଇଛନ୍ତି।" ରାୟୁଡୁଙ୍କ ଏହି ନିଷ୍ପତ୍ତିରେ କୋଚ୍ ନୋଏଲ ଡେଭିଡ୍ ଖୁସି ପ୍ରକାଶ କରିଛନ୍ତି। ଡେଭିଡ୍ କହିଛନ୍ତି, "ଏହା ଆମ ପାଇଁ ବହୁତ ଭଲ ଖବର। ମୋ ମତରେ ରାୟୁଡୁଙ୍କ ଭିତରେ ଏବେବି ପାଞ୍ଚବର୍ଷର କ୍ରିକେଟ୍ ବାକି ଅଛି। ରାୟୁଡୁଙ୍କ ଅଭିଜ୍ଞତା ହାଇଦ୍ରାବାଦ ପାଇଁ ଫଳପ୍ରଦ ହେବ। ତାଙ୍କର ଖେଳିବା ଦ୍ୱାରା ଅନ୍ୟ ଖେଳାଳିଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। କାରଣ ସେ ସବୁ ଫର୍ମାଟରେ ଖେଳିବେ । ମୋର ବିଶ୍ୱାସ ଯେ ତାଙ୍କୁ ଚାରିଆଡୁ ସମର୍ଥନ ମଧ୍ୟ ମିଳିବ।"

ସୂଚନାଯୋଗ୍ୟ, ବିଶ୍ୱକପ୍ ପାଇଁ ରାୟୁଡୁଙ୍କୁ ରିଜର୍ଭ ଖେଳାଳି ଭାବେ ଭାରତୀୟ ଟିମରେ ରଖାଯାଇଥିଲା। ବିଶ୍ୱକପ୍ ବେଳେ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଓ ଚତୁର୍ଥ ସ୍ଥାନରେ ଖେଳୁଥିବା ବିଜୟ ଶଙ୍କର ଆହତ ହେବା ସତ୍ତ୍ୱେ ରାୟୁଡୁଙ୍କୁ ଟିମରେ ସାମିଲ୍ କରାଯାଇନଥିଲା। ଅନ୍ୟପକ୍ଷରେ ରିଷଭ ପନ୍ତ ଏବଂ ମୟଙ୍କ ଅଗ୍ରୱାଲଙ୍କୁ ସେମାନଙ୍କ ସ୍ଥାନରେ ସାମିଲ୍ କରାଯାଇଥିଲା। ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତି ରାୟୁଡୁଙ୍କୁ ଖୁବ୍ ବାଧିଥିଲା। ଯାହା ଫଳରେ ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ରାୟୁଡୁ ଭାରତ ପକ୍ଷରୁ ୫୫ ଦିନିକିଆ କେଳି ୪୭.୦୫ ହାରରେ ୧୬୯୪ ରନ୍ କରିଛନ୍ତି।

Related story