ଅମୀରଙ୍କ ଭିସା ନେଇ ପିସିବି ଆଶାବାଦୀ

କରାଚି: ମ୍ୟାଚ୍‌ ଫିକ୍ସିଂରେ ଛନ୍ଦି ହୋଇଥିବା ପାକିସ୍ତାନ କ୍ରିକେଟର ମହମ୍ମଦ ଅମୀରଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଖେଳିବାକୁ ଭିସା ମିଳିବା ନେଇ ପିସିବି ଆଶାବାଦୀ ରହିଛି। ପାକ୍‌ ଫାଷ୍ଟ ବୋଲର ଅମୀରଙ୍କୁ ଇଂଲଣ୍ଡ ଭିସା ଦେବା ନେଇ ବେଶ୍ ଆଶାବାଦୀ ରହିଛନ୍ତି ପିସିବିର ଅଧ୍ୟକ୍ଷ ଶାହାରୟାର ଖାନ୍‌। ମ୍ୟାଚ୍ ଫିକ୍ସିରେ ଛନ୍ଦି ହେବା ପରେ ନିଲମ୍ବିତ ମୀରଙ୍କ ଉପରୁ ଗତ ବର୍ଷରୁ ବାସନ୍ଦାଦେଶ ଉଠିଥିଲା। ତା’ପରେ ସେ ଦଳକୁ ଫେରିବା ନେଇ ଆଶା ଦେଖାଦେଇଥିଲା। ଅମୀର ୨୦୧୬ […]

Mohammad Amir

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 06:38 PM IST

କରାଚି: ମ୍ୟାଚ୍‌ ଫିକ୍ସିଂରେ ଛନ୍ଦି ହୋଇଥିବା ପାକିସ୍ତାନ କ୍ରିକେଟର ମହମ୍ମଦ ଅମୀରଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଖେଳିବାକୁ ଭିସା ମିଳିବା ନେଇ ପିସିବି ଆଶାବାଦୀ ରହିଛି। ପାକ୍‌ ଫାଷ୍ଟ ବୋଲର ଅମୀରଙ୍କୁ ଇଂଲଣ୍ଡ ଭିସା ଦେବା ନେଇ ବେଶ୍ ଆଶାବାଦୀ ରହିଛନ୍ତି ପିସିବିର ଅଧ୍ୟକ୍ଷ ଶାହାରୟାର ଖାନ୍‌।

ମ୍ୟାଚ୍ ଫିକ୍ସିରେ ଛନ୍ଦି ହେବା ପରେ ନିଲମ୍ବିତ ମୀରଙ୍କ ଉପରୁ ଗତ ବର୍ଷରୁ ବାସନ୍ଦାଦେଶ ଉଠିଥିଲା। ତା’ପରେ ସେ ଦଳକୁ ଫେରିବା ନେଇ ଆଶା ଦେଖାଦେଇଥିଲା। ଅମୀର ୨୦୧୬ ଟି-୨୦ ବିଶ୍ୱକପ୍‌ରେ ଦଳ ପକ୍ଷରୁ ଭାଗ ନେଇଥିଲେ। ଏହାସହ ୨୪ ବର୍ଷୀୟ ଅମୀର ଇଂଲଣ୍ଡରେ ଖେଳାଯିବାକୁ ଥିବା ଟେଷ୍ଟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି।

Related story