ମୋ କାମ ଥିଲା ଚାପ ପକାଇବା ଏବଂ ମୁଁ ଭଲ ଭାବେ କରିଛି: ଅମିତ ମିଶ୍ରା

ଜାମାଇକା: “ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍ସମ୍ୟାନ୍‌ଙ୍କୁ ଚାପରେ ରଖିବା ମୋର କାମ ଥିଲା। ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ମୁଁ ଏହି କାର୍ଯ୍ୟ ଭଲ ଭାବେ ସମ୍ପାଦନ କରିଛି।” ଗୁରୁବାର ଏହା କହିଛନ୍ତି ଭାରତର ଲେଗ୍‌ ସ୍ପିନର ଅମିତ ମିଶ୍ରା। ଅମିତ ମିଶ୍ରା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସରେ ୨ଟି ୱିକେଟ ଓ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ଅକ୍ତିୟାର କରିଥିଲେ। ଅନ୍ୟପକ୍ଷରେ ଭାରତର ଅନ୍ୟତମ ବୋଲର ଆର. ଅଶ୍ୱିନ ପ୍ରଥମ ଇନିଂସରେ ୧୦୦ ରନ୍‌ […]

Amit Mishra

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 04:32 PM IST

ଜାମାଇକା: “ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍ସମ୍ୟାନ୍‌ଙ୍କୁ ଚାପରେ ରଖିବା ମୋର କାମ ଥିଲା। ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ମୁଁ ଏହି କାର୍ଯ୍ୟ ଭଲ ଭାବେ ସମ୍ପାଦନ କରିଛି।”

ଗୁରୁବାର ଏହା କହିଛନ୍ତି ଭାରତର ଲେଗ୍‌ ସ୍ପିନର ଅମିତ ମିଶ୍ରା।

ଅମିତ ମିଶ୍ରା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସରେ ୨ଟି ୱିକେଟ ଓ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ଅକ୍ତିୟାର କରିଥିଲେ। ଅନ୍ୟପକ୍ଷରେ ଭାରତର ଅନ୍ୟତମ ବୋଲର ଆର. ଅଶ୍ୱିନ ପ୍ରଥମ ଇନିଂସରେ ୧୦୦ ରନ୍‌ କରିବା ସହ ଦ୍ୱିତୀୟ ଇନିଂସରେ ୭ ୱିକେଟ ଅକ୍ତିୟାର କରି ବିରଳ ରେକର୍ଡ କରିଛନ୍ତି।

ଅମିତ ମିଶ୍ରା କହିଛନ୍ତି, “ଆମେ ସମସ୍ତେ ଭଲ କରିବାକୁ ଚେଷ୍ଟା କରିଥିଲୁ। ଭଲ ବୋଲିଂ ମଧ୍ୟ କରିଥିଲୁ, ମାତ୍ର ୱିକେଟ ମିଳିବା ନ ମିଳିବା ଆମ ହାତରେ ନାହିଁ। ବେଳେବେଳେ ବ୍ୟାଟ୍ସମ୍ୟାନମାନେ ବଡ ଭାଗୀଦାରି ବନାଇଥାନ୍ତି। ଏହାକୁ ଭାଙ୍ଗିବାକୁ ଚାପ ପକାଇବାକୁ ପଡେ। ମ୍ୟାଚ୍‌ ଆରମ୍ଭରୁ ମୋ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ ସମ୍ପାଦନ କରିଛି। ଗୋଟିଏ ପଟରେ ମୁଁ ବ୍ୟାଟ୍ସମ୍ୟାନଙ୍କୁ ଚାପରେ ରଖିଥିବା ବେଳେ ଅନ୍ୟପଟରେ ବୋଲରମାନେ ୱିକେଟ ନେଉଥିଲେ।”

ଭାରତ ଆସନ୍ତା ୩୦ ତାରିଖ ଦିନ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନରେ ଦ୍ୱିତୀୟ ଟେଷ୍ଟ ଖେଳିବ।

Related story