ଶ୍ରାବଣୀ ଓ ଅମୀୟଙ୍କ ରିଓ ଅଲିମ୍ପିକ ଯୋଗ୍ୟତା ଅର୍ଜନରେ ସଂଶୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜେଏନ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରିକ୍ସରେ ରବିବାର ଓଡ଼ିଆ ଧାବକଙ୍କୁ ସଫଳତା ମିଳିଥିଲେ ମଧ୍ୟ ଏହି ଖୁସି ଫିକା ପଡିଯାଇଛି। ଏହି ପ୍ରତିଯୋଗିତାରେ ୧୦୦ ମିଟର ପୁରୁଷ ବର୍ଗରେ ଅମୀୟ ମଲ୍ଲିକ (୧୦.୦୯ ସେକେଣ୍ଡ) ଓ ମହିଳା ବର୍ଗରେ ‌ ଶ୍ରାବଣୀ ନନ୍ଦ (୧୧.୨୩ ସେକେଣ୍ଡ) ନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହେଲେ ଏହି ସଫଳତା ପରେ ମଧ୍ୟ ଆୟୋଜକଙ୍କ ଅବହେଳାରୁ ଉଭୟଙ୍କ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ ନେଇ ଆଶଙ୍କା ଦେଖାଦେଇଛି। ଟାଇମର […]

amiya-srabani

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 02:51 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜେଏନ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରିକ୍ସରେ ରବିବାର ଓଡ଼ିଆ ଧାବକଙ୍କୁ ସଫଳତା ମିଳିଥିଲେ ମଧ୍ୟ ଏହି ଖୁସି ଫିକା ପଡିଯାଇଛି। ଏହି ପ୍ରତିଯୋଗିତାରେ ୧୦୦ ମିଟର ପୁରୁଷ ବର୍ଗରେ ଅମୀୟ ମଲ୍ଲିକ (୧୦.୦୯ ସେକେଣ୍ଡ) ଓ ମହିଳା ବର୍ଗରେ ‌ ଶ୍ରାବଣୀ ନନ୍ଦ (୧୧.୨୩ ସେକେଣ୍ଡ) ନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହେଲେ ଏହି ସଫଳତା ପରେ ମଧ୍ୟ ଆୟୋଜକଙ୍କ ଅବହେଳାରୁ ଉଭୟଙ୍କ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ ନେଇ ଆଶଙ୍କା ଦେଖାଦେଇଛି। ଟାଇମର ବ୍ୟବହାରକୁ ନେଇ ଏବେ ଏହି ଆଶଙ୍କା ପ୍ରକାଶ ପାଇଛି।

ଟୁର୍ଣ୍ଣାମେଣ୍ଟରୁ ଅଲିମ୍ପିକ୍‌ ପାଇଁ ଆଥଲେଟ୍‌ ଚୟନ ହେବାର ଥିବା ବେଳେ ଆୟୋଜକ, ଆଥଲେଟିକ୍‌ ଫେଡେରେସନନ ଅଫ୍‌ ଇଣ୍ଡିଆର ଖାମଖିଆଲି ମନୋଭାବ ଯୋଗୁଁ ଶ୍ରାବଣୀ ଓ ଅମୀୟଙ୍କ ସମେତ ଅଲିମ୍ପିକ୍‌ ଡ୍ରିମ୍ ନେଇ ଆସିଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ଏବେ ଆଶଙ୍କା ଖେଳିଯାଇଛି। ଟୁର୍ଣ୍ଣାମେଣ୍ଟରେ ହ୍ୟାଣ୍ଡଟାଇମର ବ୍ୟବହାର କରାଯାଇଛି। ହେଲେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ ପାଇଁ ହ୍ୟାଣ୍ଡ ଟାଇମର ନୁହେଁ ଇଲେକ୍‌ଟ୍ରୋନିକ୍ସ ଟାଇମରର ସମୟ ହିଁ ଗ୍ରହଣ କରାଯାଇ ଥାଏ। ତେଣୁ ଏବେ ଶ୍ରାବଣୀ ଏବଂ ଅମୀୟ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିବେ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story