ଟିମ୍‌ ଇଣ୍ଡିଆର ଏହି ୬ ଖେଳାଳିଙ୍କୁ ଗାଡ଼ି ଉପହାର କରିବେ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିବା ଟିମ୍‌ ଇଣ୍ଡିଆରେ ଥିବା ୬ ଯୁବ ଖେଳାଳିଙ୍କ ପାଇଁ ଅଟୋମୋବାଇଲ ଜିଆଣ୍ଟ ଆନନ୍ଦ ମହିନ୍ଦ୍ରା ବଡ଼ ଘୋଷଣା କରିଛନ୍ତି। ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ସିରାଜ, ଟି ନଟରାଜନ, ଶୁବମନ ଗିଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ନଭଦୀପ ସୈନିଙ୍କୁ ମହିନ୍ଦ୍ର ପକ୍ଷରୁ ଅତ୍ୟାଧୁନିକ THAR-SUV ଗାଡ଼ି ମାଗଣାରେ ମିଳିବ। ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି କହିଛନ୍ତି, ଭାରତ ଓ […]

cd

Hemant Lenka
  • Published: Saturday, 23 January 2021
  • , Updated: 23 January 2021, 06:14 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଥିବା ଟିମ୍‌ ଇଣ୍ଡିଆରେ ଥିବା ୬ ଯୁବ ଖେଳାଳିଙ୍କ ପାଇଁ ଅଟୋମୋବାଇଲ ଜିଆଣ୍ଟ ଆନନ୍ଦ ମହିନ୍ଦ୍ରା ବଡ଼ ଘୋଷଣା କରିଛନ୍ତି। ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ସିରାଜ, ଟି ନଟରାଜନ, ଶୁବମନ ଗିଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ନଭଦୀପ ସୈନିଙ୍କୁ ମହିନ୍ଦ୍ର ପକ୍ଷରୁ ଅତ୍ୟାଧୁନିକ THAR-SUV ଗାଡ଼ି ମାଗଣାରେ ମିଳିବ।

ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି କହିଛନ୍ତି, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ଐତିହାସିକ ଟେଷ୍ଟ ସିରିଜ୍‌ରେ ୬ ଜଣ ଯୁବ ଖେଳାଳି ଡେବ୍ୟୁ କରିଥିଲେ। ଶାର୍ଦ୍ଦୁଲ ଠାକୁର ପୂର୍ବରୁ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ହେଲେ ଆହତ କାରଣରୁ ସେ ପୂରା ମ୍ୟାଚ୍‌ରେ ନିଜର ଦକ୍ଷତା ଦେଖାଇ ନଥିଲେ। ଅଷ୍ଟ୍ରେଲିଆରେ ହିଁ ସେ ପ୍ରକୃତ ଡେବ୍ୟୁ କରିଛନ୍ତି।

ସେମାନେ ଭବିଷ୍ୟତର ଯୁବ ଭାରତୀୟଙ୍କ ଅସମ୍ଭବକୁ କେମିତି ସମ୍ଭବ କରାଯାଏ, ତା’ର ପ୍ରେରଣା ଦେଇଛନ୍ତି। ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସେମାନେ ସଫଳତା ପାଇଛନ୍ତି। ସେମାନଙ୍କ ପ୍ରଦର୍ଶନ ମୋତେ ଆତ୍ମସନ୍ତୋଷ ଦେଇଛି। ଏହି କାରଣରୁ ସେମାନଙ୍କୁ ମୁଁ ଅତ୍ୟାଧୁନିକ THAR-SUV ଗାଡ଼ି ନିଜ ଆକାଉଣ୍ଟରୁ ଉପହାର ଆକାରରେ ଦେବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କମ୍ପାନୀ କୌଣସି ଅର୍ଥ ଦେବନାହିଁ ବୋଲି ସେ କହିଛନ୍ତି।

ସୁନ୍ଦର ଓ ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଶାର୍ଦ୍ଦୁଲ ଠାକୁର ୨୦୧୮ରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ। ହେଲେ ସେ ମାତ୍ର ୧୦ଟି ବଲ ବୋଲିଂ କରିବା ପରେ ଆହତ ଯୋଗୁ ପ୍ୟାଭିଲିୟନ ଫେରିଥିଲେ। ସେ ମଧ୍ୟ ବ୍ରିସବେନ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ମହମ୍ମଦ ସିରାଜ ଅଷ୍ଟ୍ରେଲିଆରେ ଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। କିନ୍ତୁ ସେ ସ୍ୱଦେଶ ନ ଫେରି ଦଳ ପାଇଁ ମ୍ୟାଚ୍‌ ଖେଳିଥିଲେ।

Related story