ଆନ୍ଧ୍ରପ୍ରଦେଶ: କ୍ରିକେଟ ମ୍ୟାଚ ବେଳେ ହିଂସା, ବ୍ୟାଟରେ ପିଟି ଜଣେ ଖେଳାଳିଙ୍କୁ ହତ୍ୟା କଲେ ଅନ୍ୟ ଜଣେ ଖେଳାଳି

ଶିକାକୁଲମ୍: ଆନ୍ଧ୍ରପ୍ରଦେଶ ଶିକାକୁଲମ୍ ଜିଲ୍ଲା ବଣ୍ଡିଲପୁରମ୍ ଗ୍ରାମରେ ରବିବାର ଏକ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଜଣେ ଖେଳାଳି ଆଉ ଜଣେ ଖେଳାଳିଙ୍କୁ ବ୍ୟାଟରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଖେଳାଳିର ନାଁ ହେଉଛି ଅଜୟ କୁମାର। ପୋଲିସର କହିବାନୁସାରେ ଦୁଇଟି ଟିମ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ଏହି ସମୟରେ କୌଣସି କାରଣରୁ ଦୁଇ ଟିମର ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଇଂଜିନିୟରିଂ ଛାତ୍ର ପାମୁଲ୍ ଅଜୟଙ୍କୁ ବ୍ୟାଟରେ […]

cricket

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 01:58 PM IST

ଶିକାକୁଲମ୍: ଆନ୍ଧ୍ରପ୍ରଦେଶ ଶିକାକୁଲମ୍ ଜିଲ୍ଲା ବଣ୍ଡିଲପୁରମ୍ ଗ୍ରାମରେ ରବିବାର ଏକ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଜଣେ ଖେଳାଳି ଆଉ ଜଣେ ଖେଳାଳିଙ୍କୁ ବ୍ୟାଟରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଖେଳାଳିର ନାଁ ହେଉଛି ଅଜୟ କୁମାର। ପୋଲିସର କହିବାନୁସାରେ ଦୁଇଟି ଟିମ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ଏହି ସମୟରେ କୌଣସି କାରଣରୁ ଦୁଇ ଟିମର ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଇଂଜିନିୟରିଂ ଛାତ୍ର ପାମୁଲ୍ ଅଜୟଙ୍କୁ ବ୍ୟାଟରେ ଆକ୍ରମଣ କରିଥିଲା। ଘଟଣା ପରେ ଅଭିଯୁକ୍ତ ପାମୁଲ ଫେରାର ହୋଇଯାଇଥିବା ପୋଲିସ କହିଛି।

Related story