ରସେଲଙ୍କ ମୁଣ୍ଡରେ ବାଜିଲା ବଲ୍, ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ଚଳିତ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ)ରେ ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ହେଲମେଟରେ ବଲ୍ ବାଜିଛି, ଯାହା ପରେ ତାଙ୍କୁ ଷ୍ଟ୍ରେଚର୍ ଦ୍ୱାରା ମଇଦାନ ବାହାରକୁ ନିଆଯାଇଥିଲା। ସବିନା ପାର୍କରେ ଖେଳାଯାଇଥିବା ମୁକାବିଲାରେ ରସେଲ ଜାମାଇକା ତାଲାୱାଜ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ସେଣ୍ଟ ଲୁସିଆ ଦଳର ହାର୍ଡସ୍ ଭିଏଜୋଏନଙ୍କ ଏକ ବାଉନ୍ସର ସିଧା ରସେଲଙ୍କ ହେଲମେଟରେ ବାଜିଥିଲା। ବଲ ବାଜିବା ମାତ୍ରକେ ସେ ମଇଦାନରେ ହିଁ ଟଳି ପଡ଼ିଯାଇଥିଲେ। ଏହା ପରେ ସେ ନିଜେ […]

russel

Ranjit Kumar Jena
  • Published: Friday, 13 September 2019
  • , Updated: 13 September 2019, 04:43 PM IST

ନୂଆଦିଲ୍ଲୀ: ଚଳିତ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ)ରେ ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ହେଲମେଟରେ ବଲ୍ ବାଜିଛି, ଯାହା ପରେ ତାଙ୍କୁ ଷ୍ଟ୍ରେଚର୍ ଦ୍ୱାରା ମଇଦାନ ବାହାରକୁ ନିଆଯାଇଥିଲା। ସବିନା ପାର୍କରେ ଖେଳାଯାଇଥିବା ମୁକାବିଲାରେ ରସେଲ ଜାମାଇକା ତାଲାୱାଜ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ।

ସେଣ୍ଟ ଲୁସିଆ ଦଳର ହାର୍ଡସ୍ ଭିଏଜୋଏନଙ୍କ ଏକ ବାଉନ୍ସର ସିଧା ରସେଲଙ୍କ ହେଲମେଟରେ ବାଜିଥିଲା। ବଲ ବାଜିବା ମାତ୍ରକେ ସେ ମଇଦାନରେ ହିଁ ଟଳି ପଡ଼ିଯାଇଥିଲେ। ଏହା ପରେ ସେ ନିଜେ ଛିଡ଼ା ହୋଇ ବାହାରକୁ ଯିବାକୁ ଲାଗିଥିଲେ। ଏହା ପରେ ତାଙ୍କୁ ରୋକାଯାଇଥିଲା ଏବଂ ଷ୍ଟ୍ରେଚରରେ ବାହାରକୁ ନିଆଯାଇଥିଲା। ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି ଯେ, ରସେଲଙ୍କ ଆଘାତ ସେତେଟା ଗୁରୁତର ନୁହେଁ । ତାଙ୍କୁ ବର୍ତ୍ତମାନ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ଘଟଣା ଘଟିବା ପରେ ସେ ପୁଣିଥରେ ମଇଦାନକୁ ଫେରିନଥିଲେ ଏବଂ ଟିମର ହୋଟେଲ ରୁମରେ ରହିଥିଲେ।

ଏହି ଘଟଣା ୧୪ତମ ଓଭରର ଘଟିଥିଲା। ଏହି ସମୟରେ ରସେଲ ବ୍ୟାଟିଂ କରୁଥିଲେ। ଭିଲଜୋଏନଙ୍କ ଏକ ଶର୍ଟ ବଲ୍ ବାଉନ୍ସ ନେଇ ରସେଲଙ୍କ ଡାହାଣ କାନ ପାଖ ହେଲମେଟରେ ବାଜିଥିଲା। ଏହା ପରେ ମେଡିକାଲ୍ ଟିମ୍ ଗ୍ରାଉଣ୍ଡରେ ପହଞ୍ଚିଥିଲେ ଏବଂ ତାଙ୍କୁ ବାହାରକୁ ନେଇଥିଲେ। ତେବେ ରସେଲଙ୍କ ମୁଣ୍ଡରେ ବାଜିବା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇପଡ଼ିଥିଲେ। କିନ୍ତୁ ପରେ ହସ୍ପିଟାଲରେ ରସେଲଙ୍କ ସ୍କାନ୍ କରାଯାଇଥିଲା। ମେଡିକାଲ ରିପୋର୍ଟରେ ଜଣାପଡ଼ିଛି ଯେ, ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ସେତେଟା ଗୁରୁତର ଆଘାତ ଲାଗିନାହିଁ, ଯାହା ପରେ ଦର୍ଶକ ଆଶ୍ୱସ୍ତି ହୋଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ରସେଲଙ୍କ ଜାମାଇକା ଟିମ୍ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୦ ରନ୍ କରିଥିଲେ। ଜବାବରେ ରାହକୀମ କର୍ନୱାଲଙ୍କ ବିସ୍ଫୋରକ ୭୫ (୩୦ ବଲ୍, ୪ ଚୌକା, ୮ ଛକା) ଇନିଂସ୍ ବଳରେ ସେଣ୍ଟ ଲୁସିଆ ୧୬.୪ ଓଭରରେ ୫ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।

Related story