ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର କୋଚ୍ ଦାୟିତ୍ୱ ନେବା ପରେ ଅନୀଲ କୁମ୍ବଲେ କହିଛନ୍ତି, ଭାରତୀୟ ଟିମ୍ କୋଚ୍ ଓ ଆଇସିସି କ୍ରିକେଟ୍ ସମିତି ଅଧ୍ୟକ୍ଷ ପଦ ଓ ଏକ କମ୍ପାନୀରେ ଥିବା ତାଙ୍କ ଅଂଶକୁ ନେଇ କେବେ ବିବାଦୀୟ ସ୍ଥିତି ଦେଖାଦେବ ନାହିଁ।
ସେ କହିଛନ୍ତି, “ସବୁ ବିଷୟ ଉପରେ ବିଚାର କରିଛି। ଆଇସିସି କ୍ରିକେଟ୍ ସମିତିକୁ ମୁଁ ଅଧିକ ସମୟ ଦେଇ ପାରିବି ନାହିଁ। କିନ୍ତୁ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଭଳି କିଛି କାରଣ ମୋତେ ଦିଶୁନାହିଁ। ଡେରେନ୍ ଲିମନ ଏକ ରାଷ୍ଟ୍ରୀୟ ଦଳର କୋଚ୍ ଥିବା ବେଳେ ଆଣ୍ଡ୍ରୁ ଷ୍ଟ୍ରସ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ଓ ରାହୁଲ ଦ୍ରାବିଡ ଭାରତୀୟ ଏ ଦଳର କୋଚ୍ ଅଛନ୍ତି।”