କବାଡି ବିଶ୍ୱକପ୍‌ ପରେ ଅବସର ନେବି: ଅନୁପ୍‌ କୁମାର

ଅହମ୍ମଦାବାଦ: ଭାରତୀୟ କବାଡି ଦଳର ଅଧିନାୟକ ଅନୁପ୍‌ କୁମାର ଗୁଜରାଟ୍‌ରେ ଚାଲିଥିବା କବାଡି ବିଶ୍ୱକପ୍‌ ପରେ ଅବସର ନେବେ ବୋଲି ଏକ ସାମାଜିକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି। ସେ ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଖେଳିବା ଜାରି ରଖଇବେ ବୋଲି କହିଛନ୍ତି। ସେ କହିଛନ୍ତି,“ମୁଁ ଜଣେ ପେସାଦାର ଖେଳାଳି ଭାବେ ନିଜକୁ ଅବସ୍ଥାପିତ କରିପାରିଛି। ଏବେ ପ୍ରକୃତ ସମୟ ଆସିଛି ଯୁବ ଖେଳାଳିମାନେ ଖଳିବା ପାଇଁ ଆଗକୁ ଆସନ୍ତୁ।” ସେ ଆହୁରି ମଧ୍ୟ କହିଛନ୍ତି,“କବାଡି ବିଶ୍ୱକପ୍‌ ଜିତିବା ମୋର […]

anup-kumar

Rakesh Mallick
  • Published: Monday, 17 October 2016
  • , Updated: 17 October 2016, 05:03 PM IST

ଅହମ୍ମଦାବାଦ: ଭାରତୀୟ କବାଡି ଦଳର ଅଧିନାୟକ ଅନୁପ୍‌ କୁମାର ଗୁଜରାଟ୍‌ରେ ଚାଲିଥିବା କବାଡି ବିଶ୍ୱକପ୍‌ ପରେ ଅବସର ନେବେ ବୋଲି ଏକ ସାମାଜିକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି। ସେ ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଖେଳିବା ଜାରି ରଖଇବେ ବୋଲି କହିଛନ୍ତି।

ସେ କହିଛନ୍ତି,“ମୁଁ ଜଣେ ପେସାଦାର ଖେଳାଳି ଭାବେ ନିଜକୁ ଅବସ୍ଥାପିତ କରିପାରିଛି। ଏବେ ପ୍ରକୃତ ସମୟ ଆସିଛି ଯୁବ ଖେଳାଳିମାନେ ଖଳିବା ପାଇଁ ଆଗକୁ ଆସନ୍ତୁ।”

ସେ ଆହୁରି ମଧ୍ୟ କହିଛନ୍ତି,“କବାଡି ବିଶ୍ୱକପ୍‌ ଜିତିବା ମୋର ସ୍ୱପ୍ନ ଥିଲା। ଏହା ଚଳିତବର୍ଷ ନିଶ୍ଚିତ ପୂରଣ ହେବ।”

ହରିଆଣାର ଗୁଡ଼ଗାଓଁ ଜିଲ୍ଲାର ଏକ ଛୋଟ ଗାଁ ପଲରାରେ ଜନ୍ମ ଗ୍ରହଣ କରିଥିବା ଅନୁପ ୨୦୦୬ରେ ଶ୍ରୀଲଙ୍କାରେ ଆୟୋଜିତ ସାଉଥ୍‌ ଏସିଆନ୍‌ ଗେମ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ନିୟମିତ ଭାବେ ଭାରତୀୟ କବାଡି ଦଳରେ ଅଂଶ ରହିଆସିଛନ୍ତି। ନିଜର ପେସାଦାର କ୍ରୀଡା ପାଇଁ ସେ ୨୦୧୨ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Related story