ପିଏମ୍‌ଙ୍କୁ ଭେଟିଲେ ବିରାଟ୍‌ ଓ ଅନୁଷ୍କା

ନୂଆଦିଲ୍ଲୀ: ଇଟାଲୀରେ ବିବାହ କରି ଭାରତ ଫେରିବା ପରେ ବିରାଟ୍‌ କୋହଲି ଓ ଅନୁଷ୍କା ଶର୍ମା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଡିସେମ୍ୱର ୨୧ ତାରିଖରେ ଦିଲ୍ଲୀ ତାଜ୍  ପ୍ୟାଲେସରେ ହେବାକୁ ଥିବା ବିବାହ ଭୋଜିରେ ଯୋଗଦେବା ପାଇଁ ଉଭୟ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ନିଜ ଟ୍ୱିଟ୍‌ ପେଜରେ ବିରାଟ୍‌ ଓ ଅନୁଷ୍କା ଦେଉଥିବା ନିମନ୍ତ୍ରଣ କାର୍ଡ଼ର ଏକ ଫଟୋକୁ ସେୟାର କରିଛନ୍ତି। ଗତ […]

virat

virat

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 11:06 PM IST

Sports

Latest News

ନୂଆଦିଲ୍ଲୀ: ଇଟାଲୀରେ ବିବାହ କରି ଭାରତ ଫେରିବା ପରେ ବିରାଟ୍‌ କୋହଲି ଓ ଅନୁଷ୍କା ଶର୍ମା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଡିସେମ୍ୱର ୨୧ ତାରିଖରେ ଦିଲ୍ଲୀ ତାଜ୍  ପ୍ୟାଲେସରେ ହେବାକୁ ଥିବା ବିବାହ ଭୋଜିରେ ଯୋଗଦେବା ପାଇଁ ଉଭୟ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ନିଜ ଟ୍ୱିଟ୍‌ ପେଜରେ ବିରାଟ୍‌ ଓ ଅନୁଷ୍କା ଦେଉଥିବା ନିମନ୍ତ୍ରଣ କାର୍ଡ଼ର ଏକ ଫଟୋକୁ ସେୟାର କରିଛନ୍ତି।

ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ୍‌ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଲୁଚି ଇଟଲୀ ଚାଲି ଯାଇଥିଲେ। ସେଠାରେ ନିଜର ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହ ପରେ ଅନୁଷ୍କା ଶ୍ୱଶୂର ଘର ନୂଆଦିଲ୍ଲୀ ଫେରିଛନ୍ତି। ଡିସେମ୍ୱର ୨୧ ତାରିଖରେ ସେମାନଙ୍କର ଭୋଜି ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos