ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ବାଂଲାଦେଶ ଟିମ୍‌ ଘୋଷିତ

ଢ଼ାକା: ଆସନ୍ତା ମାସରେ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ବାଂଲାଦେଶ ତା’ର ୧୫ଜଣିଆ ଟିମର ଘୋଷଣା କରିଛି। ଏହି ସିରିଜ୍‌ ପାଇଁ ବାମହାତୀ ସ୍ପିନର ଆରାଫତ୍‌ ସନ୍ନି ଏବଂ ପେସ୍‌ ବୋଲର ଅଲ୍‌-ଆମିନ୍‌ ହୁସେନ୍‌ ବାଂଲାଦେଶ ଦଳକୁ ଫେରିଛନ୍ତି। ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପରେ ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ସସପେଣ୍ଡ ହୋଇଥିବା ୩୩ ବର୍ଷୀୟ ପ୍ରାୟ ସାଢ଼େ ତିନିବର୍ଷ ପରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହାଛଡ଼ା ସେ ୨୦୧୭ରେ […]

amin

Ranjit Kumar Jena
  • Published: Thursday, 17 October 2019
  • , Updated: 17 October 2019, 09:16 PM IST

ଢ଼ାକା: ଆସନ୍ତା ମାସରେ ଭାରତ ବିପକ୍ଷ ଖେଳାଯିବାକୁଥିବା ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ବାଂଲାଦେଶ ତା'ର ୧୫ଜଣିଆ ଟିମର ଘୋଷଣା କରିଛି। ଏହି ସିରିଜ୍‌ ପାଇଁ ବାମହାତୀ ସ୍ପିନର ଆରାଫତ୍‌ ସନ୍ନି ଏବଂ ପେସ୍‌ ବୋଲର ଅଲ୍‌-ଆମିନ୍‌ ହୁସେନ୍‌ ବାଂଲାଦେଶ ଦଳକୁ ଫେରିଛନ୍ତି।

୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପରେ ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ସସପେଣ୍ଡ ହୋଇଥିବା ୩୩ ବର୍ଷୀୟ ପ୍ରାୟ ସାଢ଼େ ତିନିବର୍ଷ ପରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହାଛଡ଼ା ସେ ୨୦୧୭ରେ ନିଜ ବାନ୍ଧବୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରି ଦୁଇମାସ ଜେଲ୍‌ ଯାଇଥିଲେ। ହୋସେନ୍‌ ନିଜର ଶେଷ ମ୍ୟାଚ୍‌ ଭାରତ ବିପକ୍ଷ ଟି-୨୦ ବିଶ୍ୱକପରେ ଖେଳିଥିଲେ।

ସେହିପରି ଓପନିଂ ବ୍ୟାଟ୍ସମ୍ୟାନ୍‌ ତମିମ୍‌ ଇକବାଲ୍‌ ମଧ୍ୟ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆଫଗାନିସ୍ତାନ ଓ ଜିମ୍ବାୱେ ଟିମକୁ ନେଇ ଆୟୋଜିତ ଟ୍ରାଇ-ସିରିଜ ପାଇଁ ବିଶ୍ରାମ ନେଇଥିଲେ। ବ୍ୟାଟ୍ସମ୍ୟାନ୍‌ ସବିର ରେହମାନ୍‌ ଓ ନଜମୁଲ୍‌ ହୁସେନ୍‌, ବାମହାତୀ ସ୍ପିନର ତାଇଜୁଲ୍‌ ଇସଲାମ୍‌ ଏବଂ ପେସର୍‌ ରୁବେଲ୍‌ ହୁସେନ୍‌ ଟିମରୁ ବାଦ୍‌ ପଡ଼ିଛନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜ୍‌ ନଭେମ୍ବର ୩ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ୨ୟ ମ୍ୟାଚ୍‌ ୭ ତାରିଖରେ ରାଜକୋଟ୍‌ ଏବଂ ତୃତୀୟ ମ୍ୟାଚ୍‌ ୧୦ ତାରିଖରେ ନାଗପୁରରେ ଖେଳାଯିବ।

ବାଂଲାଦେଶ ସ୍କ୍ୱାଡ୍: ସାକିବ୍‌ ଅଲ୍‌ ହାସନ୍‌ (କ୍ୟାପଟେନ୍‌), ତମିମ୍‌ ଇକବାଲ୍‌, ଲିଟନ୍‌ ଦାସ, ସୌମ୍ୟ ସରକାର, ନଇମ୍‌ ଶେଖ୍‌, ମୁଶଫିକର ରହିମ୍‌ (ୱିକେଟକିପର), ମହମ୍ମଦୁଲ୍ଲା ରିୟାଦ୍‌, ଆଫିଫ୍‌ ହୁସେନ୍‌, ମୁସାଡେକ୍‌ ହୁସେନ୍‌, ଆମିନୁଲ୍‌ ଇସଲାମ୍‌ ବିପ୍ଲବ, ଆରାଫତ୍‌ ସନ୍ନି, ମହମ୍ମଦ ସୈଫୁଦ୍ଦିନ, ଅଲ୍‌-ଆମିନ୍‌ ହୁସେନ୍‌, ମୁସ୍ତାଫିଜୁର ରେହମାନ୍‌, ଶାଫିଉଲ୍‌ ଇସଲାମ୍‌।

Related story