ଭାରତର ନୂତନ ରଣକୌଶଳ: ମହିଳା ଟିମ୍‌କୁ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ କରାଇଲେ ନେଟ୍‌ ପ୍ରାକ୍ଟିସ୍‌

ଭୁବନେଶ୍ୱର: ଫାଇନାଲ ମ୍ୟାଚ୍‌ରେ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ ଭାରତୀୟ ମହିଳା ଟିମ୍‌। କୌଣସି ପରିସ୍ଥିତିରେ ମଧ୍ୟ ଇଂଲଣ୍ଡକୁ ହରାଇ ଭାରତ ବିଶ୍ୱବିଜୟୀ ହେବାକୁ ଫୁଲ୍ ଦମ୍‌ରେ ଚେଷ୍ଟା କରୁଛି। ସେଥିପାଇଁ ରାତିଦିନ ଏକ୍‌ କରି ଅଭ୍ୟାସ ଚଲାଇଛି। ଏଥିପାଇଁ ଭାରତୀୟ ଟିମ୍‌ ଏକ ନୂତନ ରଣକୌଶଳ ଅବଲମ୍ବନ କରିଛି। ଫାଇନାଲ୍‌ର ଗୋଟିଏ ଦିନ ପୂର୍ବରୁ  ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଭାରତୀୟ ମହିଳା ଟିମ୍‌ ଖେଳାଳିଙ୍କୁ ନେଟ୍‌ ପ୍ରାକ୍ଟିସ୍‌ କରାଉଥିବା […]

arjun

arjun

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 07:22 PM IST

Sports

Latest News

ଭୁବନେଶ୍ୱର: ଫାଇନାଲ ମ୍ୟାଚ୍‌ରେ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ ଭାରତୀୟ ମହିଳା ଟିମ୍‌। କୌଣସି ପରିସ୍ଥିତିରେ ମଧ୍ୟ ଇଂଲଣ୍ଡକୁ ହରାଇ ଭାରତ ବିଶ୍ୱବିଜୟୀ ହେବାକୁ ଫୁଲ୍ ଦମ୍‌ରେ ଚେଷ୍ଟା କରୁଛି। ସେଥିପାଇଁ ରାତିଦିନ ଏକ୍‌ କରି ଅଭ୍ୟାସ ଚଲାଇଛି। ଏଥିପାଇଁ ଭାରତୀୟ ଟିମ୍‌ ଏକ ନୂତନ ରଣକୌଶଳ ଅବଲମ୍ବନ କରିଛି। ଫାଇନାଲ୍‌ର ଗୋଟିଏ ଦିନ ପୂର୍ବରୁ  ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଭାରତୀୟ ମହିଳା ଟିମ୍‌ ଖେଳାଳିଙ୍କୁ ନେଟ୍‌ ପ୍ରାକ୍ଟିସ୍‌ କରାଉଥିବା ଦେଖିବାକୁ ମିଳିଛି। ନେଟ୍ସ ପ୍ରାକ୍ଟିସ୍‌ ସମୟରେ ଅର୍ଜୁନ ଭାରତୀୟ ଦଳର ମହିଳା ବ୍ୟାଟ୍ସମ୍ୟାନ୍‌କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି। ଅର୍ଜୁନ ବିଭିନ୍ନ ଶୈଳୀରେ ବୋଲିଂ କରି ଭାରତୀୟ ମହିଳା ବ୍ୟାଟ୍ସମ୍ୟାନଙ୍କୁ ଅଭ୍ୟାସ୍‌ କରାଉଥିଲେ। ଯାହା ଆସନ୍ତା କାଲି ମ୍ୟାଚ୍‌ ପାଇଁ ବେଶ ଫଲପ୍ରଦ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos