ପ୍ରଥମଥର ସିନିୟର ଟିମ୍ ପାଇଁ ଖେଳିଲେ ସଚିନଙ୍କ ପୁଅ

ମୁମ୍ବାଇ: ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ସିନିୟର୍ ଟିମ୍ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ହରିୟାଣା ବିପକ୍ଷରେ ପଦାର୍ପଣ କରିଛନ୍ତି। ତେବେ ୨୧ ବର୍ଷୀୟ ଅର୍ଜୁନଙ୍କ ପାଇଁ ପ୍ରଥମ ମ୍ୟାଚ୍ ସେତେଟା ଭଲ ରହିନାହିଁ। ଅର୍ଜୁନ ଏହି ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହେବା ସହ ମାତ୍ର ଗୋଟିଏ ୱିକେଟ୍ ପାଇଛନ୍ତି। ଅର୍ଜୁନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସହ ମୁମ୍ବାଇ ମଧ୍ୟ ଏହି ମ୍ୟାଚରେ ହରିୟାଣା ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। […]

arjun

Ranjit Kumar Jena
  • Published: Friday, 15 January 2021
  • , Updated: 15 January 2021, 07:09 PM IST

ମୁମ୍ବାଇ: ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ସିନିୟର୍ ଟିମ୍ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ହରିୟାଣା ବିପକ୍ଷରେ ପଦାର୍ପଣ କରିଛନ୍ତି। ତେବେ ୨୧ ବର୍ଷୀୟ ଅର୍ଜୁନଙ୍କ ପାଇଁ ପ୍ରଥମ ମ୍ୟାଚ୍ ସେତେଟା ଭଲ ରହିନାହିଁ। ଅର୍ଜୁନ ଏହି ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହେବା ସହ ମାତ୍ର ଗୋଟିଏ ୱିକେଟ୍ ପାଇଛନ୍ତି। ଅର୍ଜୁନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସହ ମୁମ୍ବାଇ ମଧ୍ୟ ଏହି ମ୍ୟାଚରେ ହରିୟାଣା ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି।

ଅର୍ଜୁନ ମୁମ୍ବାଇ ପକ୍ଷରୁ ପ୍ରଥମ ଦୁଇଟି ଖେଳିନଥିଲେ। କିନ୍ତୁ ଏଲିଟ୍ ଆଜି ହରିୟାଣା ବିପକ୍ଷ ଗ୍ରୁପ୍-ଇ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିଥିଲା। ଏହି ମ୍ୟାଚରେ ଅର୍ଜୁନ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଓହ୍ଲାଇଥିଲେ ଏବଂ କୌଣସି ବଲ୍ ନଖେଳି ଅପରାଜିତ ରହିଥିଲେ। ତେବେ ବୋଲିଂରେ ଅର୍ଜୁନ ଭଲ ଆରମ୍ଭ କରିଥିଲେ ଏବଂ ଗୋଟିଏ ସଫଳତା ପାଇଥିଲେ। କିନ୍ତୁ ପରେ ସେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଅର୍ଜୁନ ଏହି ମ୍ୟାଚରେ ୩ ଓଭର ବୋଲିଂ କରି ୩୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି।

ଉକ୍ତ ମ୍ୟାଚରେ ମୁମ୍ବାଇ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା। ଦଳ ପକ୍ଷରୁ ଅଥର୍ବ ଅଙ୍କୋଲେକର୍ ୩୭, ଯଶସ୍ୱୀ ଜୈସୱାଲ୍ ୩୫ ଓ ସର୍ଫରାଜ ଖାନ୍ ୩୦ ରନ୍ କରିଥିଲେ। ହରିୟାଣା ପକ୍ଷରୁ ଜୟନ୍ତ ଯାଦବ ୪ଟି ଓ ଅରୁଣ ଚପରାଣା ୩ଟି ୱିକେଟ୍ ନେଇଥିଲେ। ଜବାବରେ ହରିୟାଣା ୧୭.୪ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୪୪ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ହିମାଂଶୁ ରାଣା ସର୍ବାଧିକ ୭୫ (୫୩ ବଲ୍, ୯ ଚୌକା, ୩ ଛକା) ଓ ଶିବମ ଚୌହାନ୍ ୪୩ ରନ୍ କରି ଅପରାଜିତ ଥିଲେ।

Related story