ଅଶୋକ ଓ ଅର୍ପିତା ପାଇବେ ଅଟଳ ରତ୍ନ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ ଓ ଆନ୍ତର୍ଜାତିକ ଆଥଲେଟ୍ ଅର୍ପିତା ପରିଡା ପାଇବେ ଜାତୀୟ ଅଟଳ ରତ୍ନ ପୁରସ୍କାର। ଚଳିତ ମାସ ୨୪ ତାରିଖରେ ଗୋଆର ମାଡ଼ଗାଁରେ ସରକାରୀ କୋଭିଡ୍ ନିୟମ ଅନୁଯାୟୀ ଅଶୋକ ଓ ଅର୍ପିତାଙ୍କୁ ମିଳିବ ଅଟଳ ରତ୍ନ କ୍ରୀଡା ପୁରସ୍କାର। ଏହି ପୁରସ୍କାର ପାଇବାରେ ଅଶୋକ ଓ ଅର୍ପିତା ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଖେଳାଳି ଓ କୋଚ୍। ଅର୍ପିତା ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ […]

arpita-and-ashok

arpita-and-ashok

Ranjit Kumar Jena
  • Published: Friday, 23 July 2021
  • Updated: 23 July 2021, 07:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ପ୍ରଶିକ୍ଷକ ଅଶୋକ ପ୍ରସାଦ ଓ ଆନ୍ତର୍ଜାତିକ ଆଥଲେଟ୍ ଅର୍ପିତା ପରିଡା ପାଇବେ ଜାତୀୟ ଅଟଳ ରତ୍ନ ପୁରସ୍କାର। ଚଳିତ ମାସ ୨୪ ତାରିଖରେ ଗୋଆର ମାଡ଼ଗାଁରେ ସରକାରୀ କୋଭିଡ୍ ନିୟମ ଅନୁଯାୟୀ ଅଶୋକ ଓ ଅର୍ପିତାଙ୍କୁ ମିଳିବ ଅଟଳ ରତ୍ନ କ୍ରୀଡା ପୁରସ୍କାର।

ଏହି ପୁରସ୍କାର ପାଇବାରେ ଅଶୋକ ଓ ଅର୍ପିତା ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଖେଳାଳି ଓ କୋଚ୍। ଅର୍ପିତା ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ଯୁବ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ୧୯ ବର୍ଷରୁ କମ ବର୍ଗରେ ଡିସକସ୍ ଥ୍ରୋ’ରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଅର୍ପିତା ଓ ଅଶୋକ ଏବେ ପାନପୋଷ କ୍ରୀଡ଼ା ସଂଗଠନର ଆଜୀବନ ସଦସ୍ୟ ଅଛନ୍ତି।

ସଂଗଠନର ସଭାପତି ରଶ୍ମିତ ସାହାଣୀ, କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ, ଉପସଭାପତି ମହେନ୍ଦ୍ର ମିଶ୍ର, ନିଖିଳ ପ୍ରଧାନ, କେ ରାଜେଶ୍ୱରୀ, ବିଜୟ ବଡାଇକ, ସଂଗଠନ ସମ୍ପାଦକ ସତ୍ୟନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ସୁଚିତ୍ରା ଦାସ, ଯୁଗ୍ମ ସମ୍ପାଦକ ଶଙ୍କର ଆବୁନିଙ୍କ ସମେତ ଧୀରେନ ଦାସ, ସ୍ଵାଗତିକା ମହାନ୍ତି, ଏମ ମଧୁର ବାଣି, ଗୀତାଞ୍ଜଳି ଟପ୍ପୋ, ଅଞ୍ଜଳି ଦାସ , ସୁମନ ରାଓ , ଦିଲୀପ ସୁନିୟନି, ଗୋପୀନାଥ ପଣ୍ଡା, ଏନସି ସାହୁ ଓ ସୁସ୍ମିତା ଚାରଦିଆ ପ୍ରମୁଖ ସଦସ୍ୟମାନେ ଅଶୋକ ଓ ଅର୍ପିତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତୋରତ୍ୱର କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos