କ୍ୟାପଟେନ୍ ରସୁଲଙ୍କ ସମେତ ଜମ୍ମୁ-କଶ୍ମୀରର ଅଧା ଟିମ୍ ଗାଏବ!

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମରେ ହେବାକୁଥିବା ଭିଜି ଟ୍ରଫି ପାଇଁ ଜମ୍ମୁ-କଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ) ତା’ର ଟିମ୍ ପଠାଇବ ନାହିଁ, କାରଣ ସେମାନଙ୍କୁ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କଠାରୁ ଖେଳାଳିମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ମିଳିନାହିଁ। ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରର ଅଧିକାଂଶ ଖେଳାଳିଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଜେକେସିଏ ଏପର୍ଯ୍ୟନ୍ତ ତା’ର ଖେଳାଳିଙ୍କ ସହ ଯୋଗଯୋଗ କରିପାରିନାହିଁ, ଯେଉଁଥିରେ କ୍ୟାପଟେନ୍ ପରଭେଜ୍ ରସୁଲ୍ ସାମିଲ୍ ଅଛନ୍ତି।ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ […]

j-and-k-team

j-and-k-team

Ranjit Kumar Jena
  • Published: Monday, 19 August 2019
  • Updated: 19 August 2019, 09:02 PM IST

Sports

Latest News

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମରେ ହେବାକୁଥିବା ଭିଜି ଟ୍ରଫି ପାଇଁ ଜମ୍ମୁ-କଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ) ତା'ର ଟିମ୍ ପଠାଇବ ନାହିଁ, କାରଣ ସେମାନଙ୍କୁ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କଠାରୁ ଖେଳାଳିମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ମିଳିନାହିଁ।

ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରର ଅଧିକାଂଶ ଖେଳାଳିଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଜେକେସିଏ ଏପର୍ଯ୍ୟନ୍ତ ତା'ର ଖେଳାଳିଙ୍କ ସହ ଯୋଗଯୋଗ କରିପାରିନାହିଁ, ଯେଉଁଥିରେ କ୍ୟାପଟେନ୍ ପରଭେଜ୍ ରସୁଲ୍ ସାମିଲ୍ ଅଛନ୍ତି।ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ ଧାରା ୧୪୪ ଲାଗୁ ହୋଇଛି ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଦୀର୍ଘଦିନ ଧରି ରାଜ୍ୟର ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ଜେକେସିଏର ସିଇଓ ଶାହ ବୁଖାରୀ କହିଛନ୍ତି, ଆମେ ହୁଏତ ଭିଜି ଟ୍ରଫିରେ ଭାଗ ନେଇନପାରୁ। ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି, କିନ୍ତୁ ଆମ ଖେଳାଳିଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ଆମ ପାଖରେ ଖେଳାଳିଙ୍କ ମୋବାଇଲ୍ ନମ୍ବର ଅଛି, କିନ୍ତୁ ସେମାନଙ୍କ ଲ୍ୟାଣ୍ଡଲାଇନ୍ ନମ୍ବର ନାହିଁ। ବର୍ତ୍ତମାନ ସମୟରେ ଲୋକେ ଆଉ ଲ୍ୟାଣ୍ଡଲାଇନ୍ ନମ୍ବର ମଧ୍ୟ ବ୍ୟବହାର କରୁନାହାନ୍ତି। ଆମେ କିଛି ଖେଳାଳିଙ୍କ ସହ କଥା ହୋଇଛୁ, କିନ୍ତୁ ଯେଉଁ ଖେଳାଳି ଘାଟିରେ ଅଛନ୍ତି, ସେମାନଙ୍କ ସହ ଯୋଗାଯୋଗ କରିପାରିନାହୁଁ, କାରଣ ସେଠାରେ ମୋବାଇଲ୍ ଫୋନ୍ କାମ କରୁନାହିଁ। ଟିମ୍ କ୍ୟାପଟେନ୍ ପରଭେଜ୍ ରସୁଲ୍ କେଉଁଠି ଅଛନ୍ତି, ତାହା ମଧ୍ୟ ଆମେ ଜାଣିନାହୁଁ।

ସୂଚନାଯୋଗ୍ୟ, ଭିଜି ଟ୍ରଫିରେ କିଛି ରାଜ୍ୟ ଆସୋସିଏସନର ଟିମ୍ ଭାଗ ନେଇଥାନ୍ତି। ନୂଆ ଖେଳାଳିଙ୍କ ସନ୍ଧାନ ଏବଂ ମ୍ୟାଚ୍ ପ୍ରାକ୍ଟିସ୍ ପାଇଁ ଆନ୍ଧ୍ର ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏପିସିଏ) ଏହି ଟ୍ରଫିର ଆୟୋଜନ କରିଥାଏ। ଏପିସିଏ ଜମ୍ମୁ-କଶ୍ମୀର କ୍ରିକେଟ୍ ଆସୋସିଏସନର ଏଣ୍ଟ୍ରି ପାଇଁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା, କିନ୍ତୁ ରାଜ୍ୟ ଆସୋସିଏସନ୍ ତା'ର ଖେଳାଳିଙ୍କ ସହ ଯୋଗାଯୋଗ ହିଁ କରିପାରିଲା ନାହିଁ। ଏହି ଟ୍ରଫି ପୂର୍ବରୁ ଜମ୍ମୁ-କଶ୍ମୀର ଟିମକୁ ୧୦ଟି ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବାର ଥିଲା, କିନ୍ତୁ ଘାଟିରେ ପରିସ୍ଥିତି ବଦଳିବା ପରେ ଏହା ସମ୍ଭବ ହୋଇପାରିଲା ନାହିଁ। ଟିମ୍ କେବଳ ୪ଟି ପ୍ରାକ୍ଟିସ୍ ମ୍ୟାଚ୍ ଖେଳିପାରିଛି ଏବଂ ଏହା ପରେ ଫୋନ୍ ଓ ଇଣ୍ଟରନେଟ୍ ସେବା ଠପ୍ ହେବା ପରେ ଖେଳାଳିଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos