ପାକିସ୍ତାନୀ ଅମ୍ପାୟର ଅସଦ୍‌ଙ୍କୁ ୫ ବର୍ଷ ପାଇଁ ବାସନ୍ଦ କଲା ବିସିସିଆଇ

ମୁମ୍ବାଇ: ଆଇପିଏଲ ସ୍ପଟ ଫିକ୍ସିଂ ମାମଲାରେ ଶୁକ୍ରବାର ବିସିସିଆଇ ପାକିସ୍ତାନୀ ଅମ୍ପାୟର ଅସଦ ରୌଫ୍‌ଙ୍କୁ ୫ ବର୍ଷ ପାଇଁ ବସନ୍ଦ କରିଛି। ଭଦ୍ରଲୋକଙ୍କ ଖେଳ କ୍ରିକେଟରେ ସେ ଦୁର୍ନୀତିରେ ସମ୍ପୃକ୍ତ ରହିବା ଓ  ଏହାର ମର୍ଯ୍ୟାଦାହାନି କରିବା ଅଭିଯୋଗ ହୋଇଥିଲା। ତାଙ୍କୁ ବିସିସିଆଇର ଶୃଙ୍ଗଳା କମିଟି ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ ବାସନ୍ଦ କରିଛି।  ବହୁ ବାର ଟାଳିବା ପରେ ଶେଷରେ ଆଜି ବିସିସିଆଇ ସଭାପତି ଶଶାଙ୍କ ମନୋହରଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଗଳା କମିଟି […]

asad-rauf

asad-rauf

Rakesh Mallick
  • Published: Friday, 12 February 2016
  • Updated: 12 February 2016, 11:50 AM IST

Sports

Latest News

ମୁମ୍ବାଇ: ଆଇପିଏଲ ସ୍ପଟ ଫିକ୍ସିଂ ମାମଲାରେ ଶୁକ୍ରବାର ବିସିସିଆଇ ପାକିସ୍ତାନୀ ଅମ୍ପାୟର ଅସଦ ରୌଫ୍‌ଙ୍କୁ ୫ ବର୍ଷ ପାଇଁ ବସନ୍ଦ କରିଛି। ଭଦ୍ରଲୋକଙ୍କ ଖେଳ କ୍ରିକେଟରେ ସେ ଦୁର୍ନୀତିରେ ସମ୍ପୃକ୍ତ ରହିବା ଓ  ଏହାର ମର୍ଯ୍ୟାଦାହାନି କରିବା ଅଭିଯୋଗ ହୋଇଥିଲା। ତାଙ୍କୁ ବିସିସିଆଇର ଶୃଙ୍ଗଳା କମିଟି ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ ବାସନ୍ଦ କରିଛି।  ବହୁ ବାର ଟାଳିବା ପରେ ଶେଷରେ ଆଜି ବିସିସିଆଇ ସଭାପତି ଶଶାଙ୍କ ମନୋହରଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଗଳା କମିଟି ଏହି ନିଷ୍ପତ୍ତି ଶୁଣାଇଛି।

ଏକଦା ଆଇସିସିର ଏଲାଇଟ୍ ପ୍ୟାନେଲ୍‌ରେ ରହିଥିବା ଅସଦ୍ ୨୦୧୩ ଆଇପିଏଲ ସଂସ୍କରଣରେ ବୁକିମାନଙ୍କ ଠାରୁ ଦାମୀ ଉପହାର ଗ୍ରହଣ କରିବା ସହିତ ବେଟ୍ ମଧ୍ୟ ଲଗାଉଥିଲେ ବୋଲି ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଆସିବା ପରେ ପାକିସ୍ତାନ ଅସଦଙ୍କୁ ଆଇସିସିର ଏଲାଇଟ୍ ପ୍ୟାନେଲରୁ  ପ୍ରତ୍ୟାହାର କରି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos