ମୁମ୍ବାଇ: ଆସନ୍ତାକାଲିଠାରୁ ବିଶ୍ୱ ପରିକ୍ରମାରେ ଯିବ ୨୦୧୬ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି। ବିଶ୍ୱର ୧୨ଟି ଦେଶ ପରିକ୍ରମା କରି ଫେବ୍ରୁୟାରୀ ୧ରେ ଏହା ନୂଆଦିଲ୍ଲୀକୁ ଫେରିବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ରାଷ୍ଟ୍ରରେ ଏହା ପ୍ରଦର୍ଶିତ ହେବ। ଆଇସିସି ଚିଫ୍ ଏକଜିକ୍ୟୁଟିଭ ଡେଭିଡ୍ ରିଚାର୍ଡସନ କହିଛନ୍ତି, ଅନ୍ୟ ଦେଶରେ ଫଟାଫଟ କ୍ରିକେଟକୁ ଲୋକପ୍ରିୟ କରାଇବା ଟ୍ରଫି ପରିକ୍ରମାର ଉଦ୍ଦେଶ୍ୟ। ବିଶ୍ୱକପ୍ ଅନୁଷ୍ଠିତ ହେବା ପୂର୍ବରୁ କ୍ରିକେଟ ସମର୍ଥକମାନ ଅତି ନିକଟରୁ ଟ୍ରଫିକୁ ଦେଖିବାକୁ ଓ ଛୁଇଁବାର ଅଭିଜ୍ଞତା ହାସଲ କରିବେ। ଏହାଦ୍ୱାରା ବିଶ୍ୱସ୍ତରରେ ଟି-ଟ୍ୱେଣ୍ଟି କ୍ରିକେଟ ଲୋକପ୍ରିୟ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ସୂଚନାଯୋଗ୍ୟ, ଟି-ଟ୍ୱେଣ୍ଟି ବିଶ୍ୱକପ ମାର୍ଚ୍ଚ ୮ତାରିଖରୁ ଭାରତରେ ଆରମ୍ଭ ହେଉଛି। ଏହା ଏପ୍ରିଲ ୩ ତାରିଖା ଯାଏଁ ଚାଲିବ। ଦେଶର ୮ଟି ସହରରେ ଏହି ବିଶ୍ୱକପର ମ୍ୟାଚଗୁଡିକ ଆୟୋଜିତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।