ମେଲବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନରେ ଘରୋଇ ତାରକା ତଥା ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଆଶଲେ୍ ବାର୍ଟି ବିଜୟଧାରା ଅବ୍ୟାହତ ରଖି ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ୍ ବାର୍ଟି ଚେକ୍ ଗଣରାଜ୍ୟର ପେଟ୍ରା କ୍ୱିଟୋଭାଙ୍କୁ ସିଧାସଳଖ ୭-୬ (୮/୬), ୬-୨ ସେଟରେ ହରାଇ ପ୍ରଥମଥର ଲାଗି ଓପନର ସେମିଫାଇନାଲରେ ପହଞ୍ଚିଛନ୍ତି।
ଏହି ବିଜୟ ସହ ୨୩ ବର୍ଷୀୟ ବାର୍ଟି ଗତବର୍ଷ ମେଲବର୍ଣ୍ଣରେ ମିଳିଥିବା ପରାଜୟର ମଧ୍ୟ ପ୍ରତିଶୋଧ ନେଇଛନ୍ତି। ଚଳିତ ଓପନରେ ବାର୍ଟି ଏକମାତ୍ର ଅଷ୍ଟ୍ରେଲୀୟ ଖେଳାଳି ଭାବେ ଆଶା ଉଜ୍ଜୀବିତ କରିଛନ୍ତି। ସେମିଫାଇନାଲରେ ତାଙ୍କ ସାମ୍ନା ଆମେରିକାର ସୋଫିଆ କେନିନଙ୍କ ସହ ହେବ।
ରଡ୍ ଲେଭର୍ ଏରିନାରେ ଖେଳାଯାଇଥିବା ଆଉ ଏକ କ୍ୱାର୍ଟରରେ କେନିନ୍ ଟ୍ୟୁନିସିଆର ଓନ୍ସ ଜେବରଙ୍କୁ ସିଧାସଳଖ ୬-୪, ୬-୪ ସେଟରେ ହରାଇ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ କେନିନ୍ ଗତବର୍ଷ ଫ୍ରେଞ୍ଚ୍ ଓପନର ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
Weather
୧୯୦୧ ମସିହା ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪
୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ। ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି।
National
କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର
ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।
Crime
ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ
ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Crime
'ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇଲି'; ଲକ୍ଷ୍ନୌ ହତ୍ୟାକାଣ୍ଡ ଅଭିଯୁକ୍ତର ଭିଡିଓ ଭାଇରାଲ
ନିଜ ମାଆ ଓ ୪ ଭଉଣୀଙ୍କୁ ମାରିବା ପରେ ଭିଡିଓ କରି ଅଭିଯୁକ୍ତ କହିଲା ସେମାନଙ୍କୁ ଦଲାଲମାନେ ବିକ୍ରି କରିଦେଇଥାନ୍ତେ। ତାଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି।