୩-୧ରେ ଆସେସ ସିରିଜ ଜିତିଲା ଇଂଲଣ୍ଡ

ନଟିଂହାମ: ୩-୧ରେ ଆସେସ ସିରିଜ ଜିତିଲା ଇଂଲଣ୍ଡ। ନଟିଂହାମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୭୮ ରନରେ ହରାଇ ସିରିଜ କବଜା କରିଛି ଇଂଲଣ୍ଡ। ପୁଣି ଥରେ ଆସେସ୍ ଉପରେ କୁକ୍ ବାହନୀ କବଜା କରିଛି। ନଟିଂହାମରେ ଉଡଙ୍କ ବଲରେ ଲିଅନ ଆଉଟ୍ ହେବା ପରେ ବ୍ରିଟିଶ ବାହିନୀ କ୍ୟାମ୍ପରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ। କାରଣ ଏଇ ଟେଷ୍ଟକୁ ଗୋଟିଏ ଇନିଂସ ଓ ୭୮ ରନରେ ଜିତିବା ସହ ଆସେସ ସରିଜକୁ ୩-୧ରେ […]

assesh  serish

assesh serish

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 04:01 PM IST

Sports

Latest News

assesh  serishନଟିଂହାମ: ୩-୧ରେ ଆସେସ ସିରିଜ ଜିତିଲା ଇଂଲଣ୍ଡ। ନଟିଂହାମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୭୮ ରନରେ ହରାଇ ସିରିଜ କବଜା କରିଛି ଇଂଲଣ୍ଡ। ପୁଣି ଥରେ ଆସେସ୍ ଉପରେ କୁକ୍ ବାହନୀ କବଜା କରିଛି। ନଟିଂହାମରେ ଉଡଙ୍କ ବଲରେ ଲିଅନ ଆଉଟ୍ ହେବା ପରେ ବ୍ରିଟିଶ ବାହିନୀ କ୍ୟାମ୍ପରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ। କାରଣ ଏଇ ଟେଷ୍ଟକୁ ଗୋଟିଏ ଇନିଂସ ଓ ୭୮ ରନରେ ଜିତିବା ସହ ଆସେସ ସରିଜକୁ ୩-୧ରେ ଜିତି ନେଇଛି ଦଳ। ଆଉ ଗୋଟିଏ ମ୍ୟାଚ୍ ବାକି ରହିଛି। ଏଥିସହିତ ନିଜ ମାଟିରେ ଲଗାତର ଚତୁର୍ଥ ଥର ପାଇଁ ଆସେସ ସିରିଜ ଜିତିବାର ଗୌରବ ହାସଲ କରିଛି ଇଂଲଣ୍ଡ। ଶେଷଥର ପାଇଁ ୨୦୦୧ରେ ଇଂଲଣ୍ଡରେ ଆସେସ୍ ସିରିଜ ଜିତିଥିଲା କଙ୍ଗାରୁ ଦଳ। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୬୦ ରନରେ ଶେଷ ହୋଇଯାଇଥିଲା। ୯.୩ ଓଭରରେ ୧୫ ରନ ଦେଇ ୮ ୱିକେଟ ନେବା ସହ ଅେଷ୍ଟ୍ରଲିଆ ଦଳ ବ୍ୟାଟିଂ ଲାଇନକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ ଷ୍ଟୁଆର୍ଟ ବ୍ରଡ୍। ଜବାବରେ ଇଂଲଣ୍ଡ କରିଥିଲା ୩୯୧ ରନ। ୧୩୦ ରନର ବଢିଆ ଇନିଂସ ଖେଳିଥିଲେ ରୁଟ୍। ଫଲୋଅନ ହୋଇ ପୁଣି ବ୍ୟାଟିଂ କରିଥିବା ଅେଷ୍ଟ୍ରଲିଆର ବ୍ୟାଟିଂ ଲାଇନଅପ ଦ୍ୱିତୀୟ ଇନିଂସରେ ବି ଫେଲ ମାରିଥିଲା। ୨୫୩ ରନ କରି ଅଲଆଉଟ ହୋଇଗଲା ଅଷ୍ଟ୍ରେଲିଆ। ୱାର୍ଣ୍ଣର କରିଥିଲେ ସର୍ବାଧିକ ୬୪ ରନ୍। ଇଂଲଣ୍ଡ ପକ୍ଷରୁ ଷ୍ଟୋକସ ନେଇଥିଲେ ସର୍ବାଧିକ ୬ଟି ୱିକେଟ୍। ପୂରା ମ୍ୟାଚରେ ୯ଟି ୱିକେଟ ହାସଲ କରିଥିବା ଷ୍ଟୁଆର୍ଟ ବ୍ରଡ ହୋଇଥିଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos