ଆଣ୍ଡରସନଙ୍କ ପରେ ଆଉ ଜଣେ ଇଂଲଣ୍ଡ ବୋଲର ଦ୍ୱିତୀୟ ଟେଷ୍ଟରୁ ଆଉଟ୍

ଲଣ୍ଡନ: ଆହତ ସମସ୍ୟା ଏବେ ଇଂଲଣ୍ଡକୁ ଚିନ୍ତାରେ ପକାଇଛି। ଟିମର ଷ୍ଟାର୍ ତଥା ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ପରେ ଏବେ ଟିମର ଆଉ ଜଣେ ପେସର ମଧ୍ୟ ଆହତ ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ସେ ହେଉଛନ୍ତି ଯୁବ ପେସ୍ ବୋଲର ଓଲି ଷ୍ଟୋନ୍। ପିଠିରେ ଯନ୍ତ୍ରଣା କାରଣରୁ ଷ୍ଟୋନ ଦୁଇ ସପ୍ତାହ ପାଇଁ କ୍ରିକେଟ୍ ଖେଳିପାରିବେ ନାହିଁ। ଦ୍ୱିତୀୟ ଟେଷ୍ଟ ଐତିହାସିକ ଲର୍ଡ୍ସରେ ଖେଳାଯିବ। ଏ ନେଇ ୱାରୱିକଶାୟର୍ କ୍ଲବର କ୍ରୀଡ଼ା […]

olly

Ranjit Kumar Jena
  • Published: Wednesday, 07 August 2019
  • , Updated: 07 August 2019, 09:08 PM IST

ଲଣ୍ଡନ: ଆହତ ସମସ୍ୟା ଏବେ ଇଂଲଣ୍ଡକୁ ଚିନ୍ତାରେ ପକାଇଛି। ଟିମର ଷ୍ଟାର୍ ତଥା ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ପରେ ଏବେ ଟିମର ଆଉ ଜଣେ ପେସର ମଧ୍ୟ ଆହତ ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ସେ ହେଉଛନ୍ତି ଯୁବ ପେସ୍ ବୋଲର ଓଲି ଷ୍ଟୋନ୍।

ପିଠିରେ ଯନ୍ତ୍ରଣା କାରଣରୁ ଷ୍ଟୋନ ଦୁଇ ସପ୍ତାହ ପାଇଁ କ୍ରିକେଟ୍ ଖେଳିପାରିବେ ନାହିଁ। ଦ୍ୱିତୀୟ ଟେଷ୍ଟ ଐତିହାସିକ ଲର୍ଡ୍ସରେ ଖେଳାଯିବ। ଏ ନେଇ ୱାରୱିକଶାୟର୍ କ୍ଲବର କ୍ରୀଡ଼ା ନିର୍ଦ୍ଦେଶକ ପଲ୍ ଫାର୍ବ୍ରେସ୍ କହିଛନ୍ତି, ଓଲିଙ୍କ ପାଇଁ ଏହା ଅତ୍ୟନ୍ତ ନୈରାଶ୍ୟଜନକ। ଏବେ ତାଙ୍କ ପିଠିର ସ୍କାନ୍ କରାଯିବ ଏବଂ ଏହା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ପଲ୍ କହିଛନ୍ତି।

୨୫ ବର୍ଷୀୟ ଷ୍ଟୋନ୍ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଲର୍ଡ୍ସଠାରେ ଟେଷ୍ଟ ଡେବ୍ୟୁ କରିଥିଲେ, ଯେଉଁଥିରେ ସେ ୩ଟି ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ଆଣ୍ଡରସନ୍ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଲର୍ଡ୍ସରେ ଜୋଫ୍ରା ଆର୍ଚର୍ ଟେଷ୍ଟ ଡେବ୍ୟୁ କରିପାରନ୍ତି।

Related story