ସଚିନ୍ ଓ ବିରାଟଙ୍କୁ ପଛରେ ପକାଇଲେ ସ୍ମିଥ୍

ମ୍ୟାଞ୍ଚେଷ୍ଟର: ଜବରଦସ୍ତ ଫର୍ମରେ ଥିବା ଷ୍ଟିଭ୍ ସ୍ମିଥ୍ ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶତକ ମାରି ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ କାରଣରୁ ତୃତୀୟ ଆଶେସ୍ ଟେଷ୍ଟ ମ୍ୟାଚ୍ ଖେଳିପାରିନଥିବା ସ୍ମିଥ୍ ଓଲ୍ଡ ଟ୍ରାଫର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଶତକ ମାରିବାରେ ସଫଳ ହୋଇଛନ୍ତି। ଏହା ସ୍ମିଥଙ୍କର ୨୬ତମ ଶତକ। ଏଥିସହ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଡନ୍ ବ୍ରାଡମ୍ୟାନଙ୍କ ପରେ ସବୁଠାରୁ ଦ୍ରୁତ ୨୬ତମ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସ୍ମିଥ୍ ୧୨୧ […]

smith

smith

Ranjit Kumar Jena
  • Published: Thursday, 05 September 2019
  • Updated: 05 September 2019, 08:39 PM IST

Sports

Latest News

ମ୍ୟାଞ୍ଚେଷ୍ଟର: ଜବରଦସ୍ତ ଫର୍ମରେ ଥିବା ଷ୍ଟିଭ୍ ସ୍ମିଥ୍ ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶତକ ମାରି ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ କାରଣରୁ ତୃତୀୟ ଆଶେସ୍ ଟେଷ୍ଟ ମ୍ୟାଚ୍ ଖେଳିପାରିନଥିବା ସ୍ମିଥ୍ ଓଲ୍ଡ ଟ୍ରାଫର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଶତକ ମାରିବାରେ ସଫଳ ହୋଇଛନ୍ତି। ଏହା ସ୍ମିଥଙ୍କର ୨୬ତମ ଶତକ। ଏଥିସହ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଡନ୍ ବ୍ରାଡମ୍ୟାନଙ୍କ ପରେ ସବୁଠାରୁ ଦ୍ରୁତ ୨୬ତମ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ସ୍ମିଥ୍ ୧୨୧ ଇନିଂସରେ ୨୬ ଶତକ ପୂରଣ କରିଛନ୍ତି। ତେବେ ବ୍ରାଡମ୍ୟାନ୍ ମାତ୍ର ୬୯ ଇନିଂସରେ ୨୬ ଶତକ ମାରିଥିଲେ। ଏହି ମାମଲାରେ ସ୍ମିଥ୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି, ଯିଏ ୧୩୬ ଇନିଂସରେ ଏହି କାରନାମା କରିଥିଲେ। ତେବେ ସବୁଠାରୁ କମ୍ ଇନିଂସରେ ୨୬ ଶତକ ମାରିବାରେ ସୁନୀଲ ଗାଭାସ୍କର (୧୪୪ ଇନିଂସ୍) ଚତୁର୍ଥ ଏବଂ ମାଥ୍ୟୁ ହେଡେନ୍ (୧୪୫ ଇନିଂସ୍) ପଞ୍ଚମରେ ରହିଛନ୍ତି।

ଏହାଛଡ଼ା ସ୍ମିଥ୍ ୬୭ ଟେଷ୍ଟ ମ୍ୟାଚରେ ୨୬ ଶତକ ମାରି ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି। କୋହଲି ୭୯ ଟେଷ୍ଟ ମ୍ୟାଚରେ ୨୫ ଶତକ ମାରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ମାରିବା ମାମଲାରେ ସ୍ମିଥ୍ ଏବେ ଗ୍ୟାରୀ ସୋବର୍ସଙ୍କ ସହ ଯୁଗ୍ମ ଭାବେ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି। ଏହାଛଡ଼ା ଆଶେସ୍ ସିରିଜରେ ସର୍ବାଧିକ ଶତକ ମାମଲାରେ ସ୍ମିଥ୍ ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ୱ'ଙ୍କୁ ଟପି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସ୍ମିଥ୍ ୨୬ ଆଶେସ୍ ଟେଷ୍ଟରେ ୧୧ ଶତକ ମାରିଛନ୍ତି। ତେବେ ଆଉ ଗୋଟିଏ ଶତକ ମାରିଲେ ସ୍ମିଥ୍ ଇଂଲଣ୍ଡର ଜ୍ୟାକ୍ ହବ୍ସଙ୍କ ରେକର୍ଡ ସମକକ୍ଷ ହେବେ। ତେବେ ଆଶେସରେ ସର୍ବାଧିକ ଶତକର ରେକର୍ଡ ବ୍ରାଡମ୍ୟାନ (୧୯)ଙ୍କ ନାଁରେ ରହିଛି।

ଚଳିତ ସିରିଜରେ ସ୍ମିଥ୍ ଏପର୍ଯ୍ୟନ୍ତ ୩ ଟେଷ୍ଟରୁ ୪ଟି ଇନିଂସରେ ୩ ଶତକ ମାରିସାରିଛନ୍ତି। ବଲ୍ ଟ୍ୟାମ୍ପରିଂ ବିବାଦ ଯୋଗୁ ସ୍ମିଥଙ୍କୁ ବର୍ଷକ ପାଇଁ ବ୍ୟାନ୍ କରାଯାଇଥିଲା। ତେବେ ଚଳିତ ଆଶେସ୍ ସିରିଜ ଦ୍ୱାରା ସେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସିରିଜର ପ୍ରଥମ ମ୍ୟାଚର ଉଭୟ ଇନିଂସରେ ସ୍ମିଥ୍ (୧୪୪ ଓ ୧୪୨) ଶତକ ମାରିଥିଲେ। ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୯୨ ରନର ଇନିଂସ୍ ଖେଳିଥିବା ବେଳେ ଆହତ କାରଣରୁ ବାଦ୍ ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos