ସ୍ମିଥ୍ ଜଣେ 'ଜିନିୟସ୍': ପଣ୍ଟିଂ

ଲଣ୍ଡନ: ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ରନ୍ କରିଥିବା ମହାନ୍ ବ୍ୟାଟ୍ସମ୍ୟାନ୍ ରିକି ପଣ୍ଟିଂ ଚଳିତ ଚତୁର୍ଥ ଆଶେସ୍ ଟେଷ୍ଟରେ ଦ୍ୱିଶତକ ମାରିଥିବା ଷ୍ଟିଭ୍ ସ୍ମିଥଙ୍କୁ ‘ଜିନିୟସ୍’ ବୋଲି କହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଗଣମାଧ୍ୟମ ସ୍ମିଥଙ୍କୁ ପ୍ରଦର୍ଶନକୁ ‘ଡନ୍ ବ୍ରାଡମ୍ୟାନ’ଙ୍କ ସହ ତୁଳନା କରିଛି। ବଲ୍ ଟ୍ୟାମ୍ପରିଂ ମାମଲାରେ ୧୨ମାସର ବାସନ୍ଦାଦେଶ କାଟି ଫେରିଥିବା ସ୍ମିଥ୍ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି ଏବଂ ସେ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୨୧୧ ରନ୍ କରିଛନ୍ତି। ସ୍ମିଥଙ୍କୁ ପ୍ରଶଂସା କରି […]

ponting

Ranjit Kumar Jena
  • Published: Friday, 06 September 2019
  • , Updated: 06 September 2019, 05:20 PM IST

ଲଣ୍ଡନ: ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ରନ୍ କରିଥିବା ମହାନ୍ ବ୍ୟାଟ୍ସମ୍ୟାନ୍ ରିକି ପଣ୍ଟିଂ ଚଳିତ ଚତୁର୍ଥ ଆଶେସ୍ ଟେଷ୍ଟରେ ଦ୍ୱିଶତକ ମାରିଥିବା ଷ୍ଟିଭ୍ ସ୍ମିଥଙ୍କୁ 'ଜିନିୟସ୍' ବୋଲି କହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଗଣମାଧ୍ୟମ ସ୍ମିଥଙ୍କୁ ପ୍ରଦର୍ଶନକୁ 'ଡନ୍ ବ୍ରାଡମ୍ୟାନ'ଙ୍କ ସହ ତୁଳନା କରିଛି। ବଲ୍ ଟ୍ୟାମ୍ପରିଂ ମାମଲାରେ ୧୨ମାସର ବାସନ୍ଦାଦେଶ କାଟି ଫେରିଥିବା ସ୍ମିଥ୍ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି ଏବଂ ସେ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୨୧୧ ରନ୍ କରିଛନ୍ତି।

ସ୍ମିଥଙ୍କୁ ପ୍ରଶଂସା କରି ପଣ୍ଟିଂ କହିଛନ୍ତି, ସ୍ମିଥଙ୍କ ପ୍ରଶଂସାରେ ଅନେକ କଥା ଶୁଣିବାକୁ ମିଳିବ। କିନ୍ତୁ ମୋ ମତରେ ସ୍ମିଥ୍ ଜଣେ ଜିନିୟସ୍। ସ୍ମିଥ୍ ପୁଣିଥରେ ଦମଦାର ଇନିଂସ୍ ଖେଳିଲେ। ସେ ବ୍ୟାଟିଂ କରୁଥିବା ବେଳେ କୌଣସି ଭୁଲ୍ କରୁନାହାନ୍ତି। ତାଙ୍କ ଏକାଗ୍ରତାର କୌଣସି ଜବାନ ନାହିଁ।

ସ୍ମିଥ୍ ନିଜର ଶେଷ ୯୯ ଇନିଂସରେ ମାତ୍ର ୯ଥର ଏଲବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି, ଅର୍ଥାତ୍ ସିଧା ବଲରେ ତାଙ୍କୁ ଆଉଟ୍ କରିବା କଷ୍ଟକର। ତେବେ ବ୍ୟାଟ୍ ବାହାରକୁ ଯାଉଥିବା ବଲ୍ ପକାଇ ତାଙ୍କୁ ଆଉଟ୍ କରିବା ପାଇଁ ପ୍ରୟାସ କରିହେବ ବୋଲି ପଣ୍ଟିଂ କହିଛନ୍ତି।

Related story