୧୨ ବର୍ଷ ପୂର୍ବେ ଧୋନୀଙ୍କୁ ଗାଳି ଦେବା ଉପରେ ସଫେଇ ଦେଲେ ନେହରା

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧ ନଭେମ୍ବରକୁ ଖେଳାଯାଇଥିବା ପ୍ରଥମ ଟି-ଟ୍ୱଣ୍ଟି ମ୍ୟାଚ୍‌ ପରେ ଭାରତୀୟ ଦ୍ରୁତ ବୋଲର ଆଶିଶ ନେହରା ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି। କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ୧୨ ବର୍ଷ ତଳେ ଧୋନୀଙ୍କୁ ଗାଳି କରିବା ଉପରେ ନେହରା ସଫେଇ ଦେଇଛନ୍ତି। ସେ କହିଛନ୍ତି, “ଏହା ହିଟ୍‌ ଅଫ ଦି ମୋମେଣ୍ଟ” ଥିଲା। ସୂଚନାଯୋଗ୍ୟ, ୨୦୦୫ ଏପ୍ରିଲ ୧୨ ତାରିଖରେ ପାକିସ୍ତାନ ଓ ଭାରତ ମଧ୍ୟରେ ଚତୁର୍ଥ ଦିନିକିଆ ଖେଳା ଯାଉଥିଲା। ଭାରତ […]

nehara

nehara

Rakesh Mallick
  • Published: Friday, 03 November 2017
  • Updated: 03 November 2017, 06:24 PM IST

Sports

Latest News

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧ ନଭେମ୍ବରକୁ ଖେଳାଯାଇଥିବା ପ୍ରଥମ ଟି-ଟ୍ୱଣ୍ଟି ମ୍ୟାଚ୍‌ ପରେ ଭାରତୀୟ ଦ୍ରୁତ ବୋଲର ଆଶିଶ ନେହରା ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି। କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ୧୨ ବର୍ଷ ତଳେ ଧୋନୀଙ୍କୁ ଗାଳି କରିବା ଉପରେ ନେହରା ସଫେଇ ଦେଇଛନ୍ତି। ସେ କହିଛନ୍ତି, “ଏହା ହିଟ୍‌ ଅଫ ଦି ମୋମେଣ୍ଟ” ଥିଲା।

ସୂଚନାଯୋଗ୍ୟ, ୨୦୦୫ ଏପ୍ରିଲ ୧୨ ତାରିଖରେ ପାକିସ୍ତାନ ଓ ଭାରତ ମଧ୍ୟରେ ଚତୁର୍ଥ ଦିନିକିଆ ଖେଳା ଯାଉଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୩୧୫ ରନ୍‌ କରିଥିଲା। ୩୧୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ପାକିସ୍ତାନର ଦୁଇ ଓପ୍ନର ସଲମାନ ବଟ୍ଟ ଏବଂ ଶାହିଦ ଆଫ୍ରିଦ ଦେଖିଚାହିଁ ଖେଳ ଆରମ୍ଭ କରିଥିଲେ। ମ୍ୟାଚ୍‌ର ଚତୁର୍ଥ ଓଭର ନେହରା ଫିଙ୍ଗିଥିଲେ। ଏହି ଓଭର ଶେଷ ବଲରେ ଆଫ୍ରିଦ୍‌ ୱିକେଟ୍‌ କିପର ଧୋନୀଙ୍କୁ କ୍ୟାଚ୍‌ ଦେଇଥିଲେ। ଯାହାକୁ ଧୋନୀ ଛାଡି ଦେଇଥିଲେ। ଏହାପରେ ନେହରାଙ୍କ ରାଗ ପଞ୍ଚମ ହୋଇଯାଇଥିଲା ଓ ସେ ଧୋନୀଙ୍କୁ ଗାଳି ଦେଇଥିଲେ। ଏହି ମ୍ୟାଚ୍‌ରେ ନେହରାଙ୍କୁ କୌଣସି ୱିକେଟ୍‌ ମିଳି ନଥିଲା। ପାକିସ୍ତାନ ମ୍ୟାଚ୍‌କୁ ଜିତି ନେଇଥିଲା।

ମଜାଦାର କଥା ହେଲା ନେହରା ଗାଳି ଦେଉଥିବା ବେଳେ ଧୋନୀ ଶାନ୍ତ ଭାବେ ଛିଡା ହୋଇଥିଲେ। ମଜାଦାର କଥା ହେଲା ନେହରାଙ୍କୁ ଜଣା ନଥିଲା ସେ ଯାହାକୁ ଗାଳି ଦେଉଛନ୍ତି ସେ (ଧୋନୀ) ହେଉଛନ୍ତି ଭାରତର ପରବର୍ତ୍ତି ଅଧିନାୟକ ଓ ତାଙ୍କ ଅଧୀନରେ ନେହରାଙ୍କୁ ଖେଳିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos