ଏସିଆନ୍‌ ଆଥଲେଟିକ୍ସ ଚାମ୍ପି‌ଅନସିପରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍ସ ଚାମ୍ପି‌ଅନସିପରେ ପଦକ ବିଜେତା ଭାରତୀୟଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏନେଇ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ  ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଯେଉଁଥିରେ ସ୍ୱର୍ଣ୍ଣ ବିଜେତାଙ୍କୁ ୧୦ଲକ୍ଷ, ରୌପ୍ୟ ବିଜେତାଙ୍କୁ ୭.୫ଲକ୍ଷ ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।  ଉତ୍ସବରେ ନବୀନଙ୍କ ସହ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ଆଥଲେଟ୍ ଅନୁରାଧା ବିଶ୍ୱାଳ ଏବଂ ଏଏସିର ବହୁ ଅଧିକାରୀ ଉପସ୍ଥିତ ଥିଲେ।