ଏସିଆନ୍‌ ବକ୍ସିଂ ପ୍ରତିଯୋଗିତା: ସେମିଫାଇନାଲ୍‌କୁ ଗଲେ ମ୍ୟାରି କମ୍

ନୂଆଦିଲ୍ଲୀ: ଭିଏତନାମର ହୋଚି ମିଂ ସିଟିରେ ଚାଲିଥିବା ଏସିଆନ୍ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଭାରତର ଷ୍ଟାର ବକ୍ସର ଏମ୍‌ସି ମ୍ୟାରିକମ୍‌ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ଚୀନର ମେଙ୍ଗ ଚିଏ ପିନଙ୍କୁ ପରାସ୍ତ କରି ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମହାଦ୍ୱୀପୀୟ ପ୍ରତିଯୋଗିତାରେ ସେମିଫାଇନଲ୍‌କୁ ଯିବା ସହ ମ୍ୟାରି ନିଜର ଷଷ୍ଠ ପଦକ ଏକ ପ୍ରକାର ପକ୍କା କରିନେଇଛନ୍ତି। କ୍ୱାର୍ଟର ଫାଇନାଲରେ ଚୀନର ତାଇପେ ସହରର ମେଙ୍ଗ ଚିଏ ପିନଙ୍କ ସହିତ ତାଙ୍କର କଡ଼ା ମୁକାବିଲା […]

marykom-

marykom-

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 06:43 PM IST

Sports

Latest News

ନୂଆଦିଲ୍ଲୀ: ଭିଏତନାମର ହୋଚି ମିଂ ସିଟିରେ ଚାଲିଥିବା ଏସିଆନ୍ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଭାରତର ଷ୍ଟାର ବକ୍ସର ଏମ୍‌ସି ମ୍ୟାରିକମ୍‌ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ଚୀନର ମେଙ୍ଗ ଚିଏ ପିନଙ୍କୁ ପରାସ୍ତ କରି ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମହାଦ୍ୱୀପୀୟ ପ୍ରତିଯୋଗିତାରେ ସେମିଫାଇନଲ୍‌କୁ ଯିବା ସହ ମ୍ୟାରି ନିଜର ଷଷ୍ଠ ପଦକ ଏକ ପ୍ରକାର ପକ୍କା କରିନେଇଛନ୍ତି।

କ୍ୱାର୍ଟର ଫାଇନାଲରେ ଚୀନର ତାଇପେ ସହରର ମେଙ୍ଗ ଚିଏ ପିନଙ୍କ ସହିତ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ଦୁଇ ପ୍ରତିଦ୍ୱନ୍ଦ୍ୱୀ ଆରମ୍ଭରୁ ୩ ମିନିଟରୁ ଅଧିକ ଆକ୍ରମଣ କରିପାରି ନଥିଲେ। ପରେ ମ୍ୟାରି କମ୍ କୌଶଳ କ୍ରମେ ଚୀନର ମେଙ୍ଗ ଚିଏ ପିନଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ପରେ ମ୍ୟାରି ୪୮ କିଲୋଗ୍ରାମ ଲାଇଟ୍ ଫ୍ଲାଇୱେଟ୍‌ରେ ଶେଷ ଚତୁର୍ଥ ସ୍ତରରେ ନିଜର ଜାଗା ପକ୍କା କରିନେଇଛନ୍ତି। ସେମିଫାଇନାଲରେ ତାଙ୍କର ମୁକାବିଲା ଜାପାନର ସୋବାସା କୋମୁରାଙ୍କ ସହିତ ହେବ।

୩୪ ବର୍ଷିୟ ମ୍ୟାରି ପୂର୍ବୁର ପ୍ରତିଯୋଗିତାରେ ଚାରୋଟି ସଂସ୍କରଣରେ ସ୍ୱର୍ଣ୍ଣ ପଦକ ହାସଲ କରିସାରିଛନ୍ତି। ତେଣୁ ସେମିଫାଇନାରେ ମଧ୍ୟ ତାଙ୍କର ବିଜୟ ଧାରା ଜାରି ରହିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos