କାଲି ଉଦ୍‌ଘାଟନ ହେବ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌: ଭାଗ ନେବେ ୪୩ ଦେଶ ଖେଳାଳି

ଭୁବନେଶ୍ୱର: ଆସନ୍ତାକାଲି କଳିଙ୍ଗ ଷ୍ଟାଡ଼ିୟମରେ ଉଦ୍‌ଘାଟନ ହେବ ୨୨ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍‌। ଏହି ଦୌଡ଼କୁଦ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିୟନସିପ୍‌ରେ ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଉଭୟ ପୁରୁଷ ଓ ମହିଳା ଆଥଲେଟ୍ ୨୧ଟି ଲେଖାଏଁ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଜି ସୁଦ୍ଧା ୩୦ଟି ଦେଶର ଆଥଲେଟ୍ ଓ ଅଫିସିଆଲ୍ ପହଞ୍ଚି ସାରିଛନ୍ତି। ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ […]

Asian-games

Asian-games

Rakesh Mallick
  • Published: Tuesday, 04 July 2017
  • Updated: 05 July 2017, 07:42 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି କଳିଙ୍ଗ ଷ୍ଟାଡ଼ିୟମରେ ଉଦ୍‌ଘାଟନ ହେବ ୨୨ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍‌। ଏହି ଦୌଡ଼କୁଦ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିୟନସିପ୍‌ରେ ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଉଭୟ ପୁରୁଷ ଓ ମହିଳା ଆଥଲେଟ୍ ୨୧ଟି ଲେଖାଏଁ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଜି ସୁଦ୍ଧା ୩୦ଟି ଦେଶର ଆଥଲେଟ୍ ଓ ଅଫିସିଆଲ୍ ପହଞ୍ଚି ସାରିଛନ୍ତି।

ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାମ୍ପିୟନ୍‌ସିପକୁ ଉଦ୍‌ଘାଟନ କରିବେ। ପ୍ରାୟ ୨ଘଣ୍ଟା ଧରି ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ପ୍ରଥମେ ଆଥଲେଟିକ୍‌ସ୍‌ ମାର୍ଚ୍ଚପାଷ୍ଟ ହେବ।  ତା’ପରେ ପରେ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ବଲିଉଡ୍ ସିଙ୍ଗର ଶଙ୍କର ମହାଦେବନ୍, ଥାଇଲ୍ୟାଣ୍ଡର ଥାଉଜେଣ୍ଡ ହ୍ୟାଣ୍ଡସ ଡ୍ୟାନସ୍ ଗ୍ରୁପ ସମେତ ଅନ୍ୟ ଟ୍ରୁପ୍ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଏଥିସହିତ ଚିତାକର୍ଷକ ଆତଶବାଜି ଓ ଲେଜର ସୋ କାର୍ଯ୍ୟକ୍ରମ ମଧ୍ୟ ରହିଛି। IAAFର ସଭାପତି ସେବାଷ୍ଟିନ କୋଏ ଚାମ୍ପିୟନସିପ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ବୁଲି ଦେଖିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ଏଇ ସମ୍ମାନଜନକ ଅନ୍ତର୍ଜାତିୟ ଇଭେଣ୍ଟରେ ଭାଗ ନେଉଛନ୍ତି ୫ ଓଡିଆ ଆଥଲେଟ୍।  ହୋମଗ୍ରାଉଣ୍ଡରେ ମେଡାଲ୍ ଆଶାରେ ସମସ୍ତେ। ଏମାନଙ୍କ ମଧ୍ୟରୁ ଶ୍ରାବଣୀ, ଦୂତୀ ଓ ପୂର୍ଣ୍ଣିମା ପୂର୍ବରୁ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ରେ ଦେଶ ପାଇଁ ମେଡାଲ୍ ମଧ୍ୟ ଜିତିଛନ୍ତି।

୧୦୦ ମିଟର, ୨୦୦ ମିଟର ଓ ୪ ଗୁଣା ୧୦୦ ମିଟର ରିଲେରେ ଟ୍ରାକ୍‌କୁ ଓହ୍ଲାଇବେ ଶ୍ରାବଣୀ। ୨୦୦ ମିଟରରେ ଅଲମ୍ପିକ୍ସରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ ଶ୍ରାବଣୀ ୨୦୧୫ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ର ଏଇ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ୍ ଜିତିଥିଲେ।

୧୦୦ ମିଟର ମହିଳା ବର୍ଗରେ ନ୍ୟାସନାଲ୍ ରେକର୍ଡ ହୋଲଡର ହେଉଛନ୍ତି ଦୂତୀ ଚାନ୍ଦ। ରିଓ ଅଲମ୍ପିକ୍ସରେ ଦେଶ ପାଇଁ ବି ଦୌଡିଥିଲେ ଦୂତୀ। ୨୦୧୩  ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ର ୨୦୦ମିଟରରେ ବ୍ରୋଞ୍ଜ ମେଡାଲ୍ ହାସଲ କରିଥିଲେ ଦୂତୀ।

ଦେଶର ଦ୍ରୁତତମ ଧାବକ ହେଉଛନ୍ତି ଆଥଲେଟ୍ ଅମୀୟ ମଲ୍ଲିକ। ୧୦ୟ୨୬ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେ କରିଛନ୍ତି ନ୍ୟାସନାଲ୍ ରେକର୍ଡ। ନିଜ ମାଟିରେ ମେଡାଲ୍ ଆଶାରେ ଅମୀୟ ୧୦୦ ଓ ୨୦୦ ମିଟର ସହ ୪ ଗୁଣା ୧୦୦ ମିଟର ରିଲେରେ ବି ସେ ଦେବେ ଟକ୍କର ଦେବେ।

ଅନ୍ୟ ଦୁଇ ଓଡିଆ ଆଥଲେଟ୍ ଜଉନା ମୁର୍ମୁ ଓ ପୂର୍ଣିମା ହେମ୍ୱ୍ରମ୍‌ ମଧ୍ୟ ଏସିଆନ୍‌ ଆଥଲେଟିକ୍‌ରେ ଭାଗ ନେଉଛନ୍ତି। ଭାରତୀୟ ଦଳରେ  ୨୦୧୫ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ରେ ହେପ୍ଟାଥେଲନ୍ ଇଭେଣ୍ଡରେ ବ୍ରୋଞ୍ଜ ମେଡାଲ୍ ଜିତିଥିଲେ ପୂର୍ଣ୍ଣିମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos