ନୂଆଦିଲ୍ଲୀ: ଚଳିତ ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାରତର ଆଶୁ ଓ ଆଦିତ୍ୟ କୁଣ୍ଡୁ ଯଥାକ୍ରମେ ୬୭ ଓ ୭୨ କେଜି ଗ୍ରୀକୋ-ରୋମାନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଆଶୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିରିୟାର ଅବଦୁଲକରିମ୍ ମହମ୍ମଦ ଅଲ୍-ହାସନଙ୍କୁ ୮-୧ ପଏଣ୍ଟରେ ହରାଇଥିବା ବେଳେ ଆଦିତ୍ୟ ଜାପାନର ନାଓ କୁସାକାଙ୍କୁ ୮-୦ରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛନ୍ତି। ଏଥିସହ ଚଳିତ ଚାମ୍ପିୟନଶିପରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଛି।
ଏହା ପୂର୍ବରୁ ମଙ୍ଗଳବାର ପ୍ରଥମ ଦିବସରେ ସୁନୀଲ କୁମାର ୮୭ କେଜି ଗ୍ରୀକୋ-ରୋମାନ୍ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅର୍ଜୁନ୍ ହାଲାକୁର୍କି ୫୫ କେଜି ଗ୍ରୀକୋ-ରୋମାନ ବର୍ଗରେ ବ୍ରୋଞ୍ଜ ପଦକ ଅକ୍ତିଆର କରିଥିଲେ।
ବୁଧବାର ଭାରତର ଅନ୍ୟ ରେସଲର୍ ଯଥା ଜ୍ଞାନେନ୍ଦ୍ର ୬୦ କେଜି ଗ୍ରୀକୋ-ରୋମାନ ବର୍ଗର ବ୍ରୋଞ୍ଜ ପଦକ ମୁକାବିଲାରେ ପରାସ୍ତ ହୋଇଛନ୍ତ। ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜାପାନର କେନିଚିରୋ ଫୁମିତୋ, ଯିଏ ଫାଇନାଲରେ କିର୍ଗିଜସ୍ତାନର ଝୋଲାମାନ୍ ଶାର୍ଶେନକୋଭଙ୍କୁ ୪-୦ରେ ପରାସ୍ତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।
Guest Column
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଗ୍ରଗତି, ଊର୍ଦ୍ଧ୍ୱଗତି ଓ ରାଷ୍ଟ୍ରଭକ୍ତି
ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂରଣ କରୁଛି। ବ୍ରିଟିଶ୍ ଶାସନ ସମୟରେ ଯେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ସଜବାଜ ବ୍ୟାପକ ହେଉଥିଲା ସେହି ସମୟରେ ୧୯୨୫ରେ ହିନ୍ଦୁ ସାଂସ୍କୃତିକ ଓ ସାମାଜିକ ସଂଗଠନଗୁଡ଼ିକୁ ନୂଆରୂପ ଦେବା ପାଇଁ ଆରଏସଏସର ସ୍ଥାପନା କରାଯାଇଥିଲା।
National
୧୮ ବର୍ଷରୁ କମ୍ ପିଲାଙ୍କୁ କଟକଣା, ସୋଶାଲ ମିଡିଆ ଆକାଉଣ୍ଟ ପାଇଁ ଆବଶ୍ୟକ ପଡ଼ିବ ଅନୁମତି
ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
National
ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ
ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।
Health
ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ
ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।