ଆସନ୍ତାକାଲି ରାଜସ୍ଥାନ ଓ ଓଡ଼ିଶା ରଣଜୀ ମୁକାବିଲା

ଜୟପୁର: ଚଳିତ ରଣଜୀ ଟ୍ରଫିର ଶେଷ ମ୍ୟାଚରେ ଆସନ୍ତାକାଲି ଓଡ଼ିଶା ରାଜସ୍ଥାନକୁ ଭେଟିବ। ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେରେ ସକାଳ ୯ଟା ୩୦ମିନିଟରୁ ଏହି ମୁକାବିଲା ଆରମ୍ଭ ହେବ। ଉଭୟ ଦଳ ଏହି ମ୍ୟାଚ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଉଭୟ ଦଳ କ୍ୱାର୍ଟର ଫାଇନାଲ ଦୈଡରୁ ବାଦ ପଡିଥିବା ବେଳେ କେବଳ ସମ୍ମାନ ରଖିବାକୁ ପଡିଆକୁ ଓହ୍ଲେଇବେ। ହରିୟାଣା ବିପକ୍ଷ ମ୍ୟାଚରେ ରାଜସ୍ଥାନ ୯ୱିକେଟରେ ବିଜୟୀ ହୋଇ ୧୧ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ […]

Odisha vs rajastan

Odisha vs rajastan

Rakesh Mallick
  • Published: Monday, 30 November 2015
  • Updated: 30 November 2015, 02:02 PM IST

Sports

Latest News

ଜୟପୁର: ଚଳିତ ରଣଜୀ ଟ୍ରଫିର ଶେଷ ମ୍ୟାଚରେ ଆସନ୍ତାକାଲି ଓଡ଼ିଶା ରାଜସ୍ଥାନକୁ ଭେଟିବ। ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେରେ ସକାଳ ୯ଟା ୩୦ମିନିଟରୁ ଏହି ମୁକାବିଲା ଆରମ୍ଭ ହେବ। ଉଭୟ ଦଳ ଏହି ମ୍ୟାଚ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଉଭୟ ଦଳ କ୍ୱାର୍ଟର ଫାଇନାଲ ଦୈଡରୁ ବାଦ ପଡିଥିବା ବେଳେ କେବଳ ସମ୍ମାନ ରଖିବାକୁ ପଡିଆକୁ ଓହ୍ଲେଇବେ। ହରିୟାଣା ବିପକ୍ଷ ମ୍ୟାଚରେ ରାଜସ୍ଥାନ ୯ୱିକେଟରେ ବିଜୟୀ ହୋଇ ୧୧ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଗତ ମ୍ୟାଚରେ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିବା ଘରୋଇ ଦଳର ମନବଳ ଦୃଢ ରହିଛି। ଏହାସହ ଘରୋଇ ପିଚ୍ ବେଶ ସୁହାଇବ ଘରୋଇ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କୁ। ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ପିଆର ଯାଦବ, ଅଶୋକ ମାନେରିଆ ଓ ଏସଏସ ଦୋବଲ ଭ୍ରମଣକାରୀ ଓଡ଼ିଶା ବୋଲରଙ୍କୁ ଅସୁବିଧାରେ ପକାଇପାରନ୍ତି। ସେହିପରି ରାଜସ୍ଥାନର ଅଭିଜ୍ଞ ବୋଲର ପଙ୍କଜ ସିଂହ, ରଜତ ଭାଟିଆ ଓ ଟି ଏମ ଉଲ ହକ୍ ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ। ହରିୟାଣା ବିପକ୍ଷ ମ୍ୟାଚରେ ଏହି ଖେଳାଳିମାନେ ଦଳକୁ ବିଜୟୀ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଭ୍ରମଣକାରୀ ଦଳ ବ୍ୟାଟିଂ,ବୋଲିଂ ଓ ଫିଲ୍ଡିଂ ଉପରେ ଧ୍ୟାନଦେଇ ପଡିଆକୁ ଓହ୍ଲେଇବ। ବେଙ୍ଗଲ ବିପକ୍ଷ ମ୍ୟାଚରେ ଦଳର ଖରାପ ବ୍ୟାଟିଂ ଓ ଫିଲ୍ଡିଂ ଯୋଗୁଁ ୧୩୩ ରନ ପରାଜିତ ହୋଇ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।

ଓଡ଼ିଶାର ସାମ୍ଭାବ୍ୟ ଦଳ: ନଟରାଜ ବେହେରା (ଅଧିନାୟକ), ଗୋବିନ୍ଦ ପୋଦ୍ଦାର, ରଂଜିତ ସିଂହ, ଶୁଭ୍ରଜିତ ସାହୁ, ହଳଧର ଦାସ, ପ୍ରତୀକ ଦାସ, ଅରବିନ୍ଦ ସିଂହ, ଅନୁରାଗ ଷଡଙ୍ଗୀ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ, ଦୀପକ୍ ବେହେରା, ଧୀରଜ ସିଂ, ଜୟନ୍ତ ବେହେରା ଓ ଆଲୋକ ସାହୁ।

ରାଜସ୍ଥାନର ସାମ୍ଭବ୍ୟ ଦଳ: ଏମଏନ ସିଂହ, ଭିନୀତ ସାକସେନା, ପିଆର ଯାଦବ, ଅଶୋକ ମାନେରିଆ, ରଜତ ଭାଟିଆ, ଏସଏସ ଦୋବଲ, ଡିଏଚ୍ ୟଗନିକ୍, ଡିଏଲ ଚାହାର, ଟିଏମ ଉଲ ହକ୍, ଏବି ସିଂହ ଓ ପଙ୍କଜ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story