ରଣଜୀ ଟ୍ରଫି: ଆସାମକୁ ଫଲୋଅନ୍ ଦେଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଗ୍ରୁପ୍‌-ସି’ର ମ୍ୟାଚରେ ଓଡ଼ିଶା ଆସାମକୁ ଫଲୋଅନ୍ ହୋଇଛି। ଓଡ଼ିଶାର ୪୩୬ ରନ୍ ଜବାବରେ ଆସାମ ପ୍ରଥମ ଇନିଂସରେ ୨୩୮ ରନ୍ କରି ଅଲଆଉଟ୍ ହୋଇଛି। ଓଡ଼ିଶାର ସଫଳ ବୋଲର ଭାବେ ଦେବବ୍ରତ ପ୍ରଧାନ ୪ଟି ୱିକେଟ୍ ନେଇଥିବା ବେଳେ ଆସାମ ପକ୍ଷରୁ କୁନାଲ ସାଇକିଆ (୫୨) ଓ ରଞ୍ଜିତ୍ ମାଲି (୫୯) ଅର୍ଦ୍ଧଶତକ ହାସଲ କରିଥିଲେ। ଫଲୋଅନ୍ ପରେ ପୁନର୍ବାର ବ୍ୟାଟିଂ କରିଥିବା ଆସାମ […]

ranji

Ranjit Kumar Jena
  • Published: Wednesday, 29 January 2020
  • , Updated: 29 January 2020, 06:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଗ୍ରୁପ୍‌-ସି'ର ମ୍ୟାଚରେ ଓଡ଼ିଶା ଆସାମକୁ ଫଲୋଅନ୍ ହୋଇଛି। ଓଡ଼ିଶାର ୪୩୬ ରନ୍ ଜବାବରେ ଆସାମ ପ୍ରଥମ ଇନିଂସରେ ୨୩୮ ରନ୍ କରି ଅଲଆଉଟ୍ ହୋଇଛି। ଓଡ଼ିଶାର ସଫଳ ବୋଲର ଭାବେ ଦେବବ୍ରତ ପ୍ରଧାନ ୪ଟି ୱିକେଟ୍ ନେଇଥିବା ବେଳେ ଆସାମ ପକ୍ଷରୁ କୁନାଲ ସାଇକିଆ (୫୨) ଓ ରଞ୍ଜିତ୍ ମାଲି (୫୯) ଅର୍ଦ୍ଧଶତକ ହାସଲ କରିଥିଲେ।

ଫଲୋଅନ୍ ପରେ ପୁନର୍ବାର ବ୍ୟାଟିଂ କରିଥିବା ଆସାମ ଭଲ ବ୍ୟାଟିଂ କରିଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୧୦୨ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କୁନାଲ୍ ସାଇକିଆ ୬୨ ଓ ୪୦ ରନ୍ କରି ଅପରାଜିତ ରହିଛନ୍ତି। ବୁଧବାର ଆସାମ ତା'ର ପୂର୍ବଦିନର ସ୍କୋର ୫୯/୩ରୁ ଖେଳ ଆରମ୍ଭ କରିଥିଲା। ରିଷଭ ଦାସ (୩୭) ଓ ରିୟାନ୍ ପରାଗ (୪୩) ଭଲ ଖେଳିଥିଲେ ହେଁ, ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲଲେ।

ସାହିଲ୍ ଜୈନ୍ ୧୫ ରନ୍ କରି ଅଭିଷେକ ରାଉତଙ୍କ ଶିକାର ହୋଇଥିବା ବେଳେ ପ୍ରିତମ ଦାସ ଖାତା ଖୋଲିପାରିନଥିଲେ। ୧୪୭ ରନରେ ୭ ୱିକେଟ୍ ହରାଇ ଆସାମ ବିପଦରେ ପଡ଼ିଥିଲା ବେଳେ ସାଇକିଆ ଓ ରଞ୍ଜିତ୍ ମାଲି ଅର୍ଦ୍ଧଶତକ ମାରି ଟିମକୁ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୫୮ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।

ସାଇକିଆଙ୍କୁ ଦେବବ୍ରତ ପ୍ୟାଭିଲିୟନ୍ ପଠାଇଥିବା ବେଳେ ରଞ୍ଜିତ ଅନ୍ତିମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଅରୁପ ଦାସ ୧୦ ରନ୍ କରି ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ଅଭିଷେକ ୨ଟି, ରାଜେଶ ମହାନ୍ତି, ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story