କୁସ୍ତିରେ ସ୍ୱର୍ଣ୍ଣ ପଦକ ପାଇଁ ଖେଳିବେ ଭାରତର ୪ ରେସଲର

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଛନ୍ତି ଭାରତର ୪ ଷ୍ଟାର ରେସରଲ। ମହିଳା କୁସ୍ତି ଇଭେଣ୍ଟର ବିଭିନ୍ନ ବର୍ଗରେ ଭାରତର ୨ ଜଣ ମହିଳା ଓ ୨ ଜଣ ପୁରୁଷ ରେସଲର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ବର୍ଗରେ ସାକ୍ଷୀ ମଲିକ ଓ ଅଂଶୁ ମଲିକ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବାକୁ ଥିବା ବେଳେ ପୁରୁଷ ବର୍ଗରେ ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୫୭ କେଜି ବର୍ଗରେ ଅଂଶୁ […]

sakhi-malik

sakhi-malik

Hemant Lenka
  • Published: Friday, 05 August 2022
  • Updated: 05 August 2022, 08:53 PM IST

Sports

Latest News

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଛନ୍ତି ଭାରତର ୪ ଷ୍ଟାର ରେସରଲ। ମହିଳା କୁସ୍ତି ଇଭେଣ୍ଟର ବିଭିନ୍ନ ବର୍ଗରେ ଭାରତର ୨ ଜଣ ମହିଳା ଓ ୨ ଜଣ ପୁରୁଷ ରେସଲର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ବର୍ଗରେ ସାକ୍ଷୀ ମଲିକ ଓ ଅଂଶୁ ମଲିକ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବାକୁ ଥିବା ବେଳେ ପୁରୁଷ ବର୍ଗରେ ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ଫାଇନାଲରେ ପ୍ରବେଶ କରିଛନ୍ତି।

ମହିଳା ୫୭ କେଜି ବର୍ଗରେ ଅଂଶୁ ମଲିକ ସେମି ଫାଇନାଲରେ ଅଷ୍ଟ୍ରେଲିଆର ଇରେନ ଏସଙ୍କୁ ୧୦-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌କୁ ଶେଷ କରିବା ପାଇଁ ଅଂଶଙ୍କୁ ମାତ୍ର ୬୪ ସେକେଣ୍ଡ ସମୟ ଲାଗିଥିଲା। ସେ ଟେକ୍ନିକାଲ ସୁପରିୟଟି ବା ପ୍ରତିପକ୍ଷଙ୍କୁ ସଂପୂର୍ଣ୍ଣ ଚିତ କରି ଫାଇନାଲରେ ପ୍ରବେଶ କରିଛନ୍ତି।

ରିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସାକ୍ଷୀ ମଲିକ ୬୨ କେଜି ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲରେ କ୍ୟାମେରୁନର ଇଟାନେ ଏନଗୋଲେଙ୍କୁ ପରାସ୍ତ କରିଛନ୍ତି। ଏହି ବାଉଟକୁ ସେ ମଧ୍ୟ ଏକତରଫା ଭାବେ ୧୦-୦ରେ ଜିତିଛନ୍ତି।

[caption id="" align="aligncenter" width="812"]Commonwealth Games 2022 Day 8 Live Updates: Four Indian wrestlers in finals; shuttlers Sindhu, Srikanth in quarters ଲଢ଼େଇ ବେଳେ ବଜରଙ୍ଗ ପୁନିଆ[/caption]

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଡିଫେଣ୍ଡିଂ ଚାମ୍ପିୟନ ବଜରରଙ୍ଗ ପୁନିଆ ୬୫ କେଜି ପୁରୁଷ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଇଂଲଣ୍ଡର ଜର୍ଜ ରମ୍ମଙ୍କୁ ୧୦-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଲଢ଼େଇ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତର ଭାରତର ଅନ୍ୟତମ ଷ୍ଟାର ରେସଲର ଦୀପକ ପୁନିଆ ମଧ୍ୟ ୮୫ କେଜି ଫ୍ରିଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି।

ସେ ସେମି ଫାଇନାଲରେ କାନାଡାର ଆଲେକଜାଣ୍ଡର ମୋରେଙ୍କୁ ୩-୧ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚଟି ବେଶ ରୋମାଞ୍ଚକର ରହିଥିଲା। ହେଲେ ଶେଷରେ ଦୀପକ ବାଜିମାତ କରିଛନ୍ତି।

ଅନ୍ୟପକ୍ଷରେ ୧୨୫ କେଜି ବର୍ଗରେ ଭାରତର ମୋହିତ ଘେରୱାଲ ସେମି ଫାଇନାଲରେ ହାରି ଯାଇଛନ୍ତି। ତାଙ୍କୁ କାନାଡାର ଅମରବୀର ଧେଇସି ହରାଇ ଫାଇନାଲରେ ପହଞ୍ଚିଛନ୍ତି। ଏବେ ସେ ବ୍ରୋଞ୍ଜ ପଦକ ପାଇଁ ଜାମାଇକାର ଜନସନଙ୍କ ସହ ଲଢ଼ିବେ। ଭାରତର ଅନ୍ୟତମ ମହିଳା ରେସଲର ଦିବ୍ୟା କକରନ ୬୮ କେଜି ବର୍ଗର ରିପେଜ ରାଉଣ୍ଡରେ ଜିତିଛନ୍ତି। ଏବେ ସେ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos