ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ଜିତିଲେ ଶୈଲୀ ସିଂ, କାନ୍ଦି ପକାଇଲେ ଅଞ୍ଜୁ

ନୂଆଦିଲ୍ଲୀ: ଭାରତର ୧୭ ବର୍ଷୀୟା ଲଙ୍ଗ ଜମ୍ପର ଶୈଲୀ ସିଂହ ନାଇରୋବିରେ ଅନୁଷ୍ଠିତ ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଛନ୍ତି। ବେଙ୍ଗାଲୁରୁରେ ଥିବା ଅଞ୍ଜୁ ବବି ଜର୍ଜ ଏକାଡେମୀରେ ଟ୍ରେନିଂ ନେଉଥିବା ଶୈଲୀ ୬.୫୯ ମିଟର୍ ଡିଆଁ ମାରି ଅଣ୍ଡର-୨୦ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ରୌପ୍ୟ ପଦକ ହାତେଇଛନ୍ତି। ଏହି ଇଭେଣ୍ଟରେ ସ୍ୱିଡେନର ମାଜା ଆସ୍କାଗ ୬.୬୦ ମିଟର୍ ଡିଆଁ ମାରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଶୈଲୀ ନିଜର ପ୍ରଥମ […]

shaili-singh

shaili-singh

Ranjit Kumar Jena
  • Published: Monday, 23 August 2021
  • Updated: 23 August 2021, 05:15 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ୧୭ ବର୍ଷୀୟା ଲଙ୍ଗ ଜମ୍ପର ଶୈଲୀ ସିଂହ ନାଇରୋବିରେ ଅନୁଷ୍ଠିତ ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଛନ୍ତି। ବେଙ୍ଗାଲୁରୁରେ ଥିବା ଅଞ୍ଜୁ ବବି ଜର୍ଜ ଏକାଡେମୀରେ ଟ୍ରେନିଂ ନେଉଥିବା ଶୈଲୀ ୬.୫୯ ମିଟର୍ ଡିଆଁ ମାରି ଅଣ୍ଡର-୨୦ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ରୌପ୍ୟ ପଦକ ହାତେଇଛନ୍ତି। ଏହି ଇଭେଣ୍ଟରେ ସ୍ୱିଡେନର ମାଜା ଆସ୍କାଗ ୬.୬୦ ମିଟର୍ ଡିଆଁ ମାରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଶୈଲୀ ନିଜର ପ୍ରଥମ ଦୁଇଟି ପ୍ରୟାସରେ ୬.୩୪ ମିଟର୍ ଜମ୍ପ କରିଥିଲେ। କିନ୍ତୁ ପରେ ସେ ନିଜ ପ୍ରଦର୍ଶନରେ ଜବରଦସ୍ତ ସୁଧାର ଆଣି ପଦକ ହାସଲ କରିଥିଲେ।

ଶୈଲୀ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଉତ୍ତର ପ୍ରଦେଶର ଝାନସୀରେ ରହୁଥିବା ଶୈଲୀଙ୍କୁ ୨୦୧୭ରେ ପ୍ରଥମଥର ପୂର୍ବତନ ଆଥଲେଟ୍ ଅଞ୍ଜୁ ବବି ଜର୍ଜ ଦେଖିଥିଲେ। ଏହା ପରେ ଅଞ୍ଜୁ ତାଙ୍କୁ ଟ୍ରେନିଂ ଦେବାକୁ ନିଷ୍ପତ୍ତି ନେଲେ। ରବିବାର ଯେତେବେଳେ ଶୈଲୀ ପୋଡିୟମରେ ଛିଡ଼ା ହୋଇଥିଲେ, ଏହା ଦେଖି ଅଞ୍ଜୁ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ।

https://twitter.com/anjubobbygeorg1/status/1429491487511769091?s=20

ଅଞ୍ଜୁ ଟ୍ୱିଟ୍ କରି ନିଜର ଖୁସି ଜାହିର୍ କରିଛନ୍ତି। ସେ କହିଛନ୍ତି, '୨୦୧୭ରେ ପ୍ରଥମଥର ମୁଁ ଓ ବବି ପ୍ରଥମଥର ଝାନସୀରେ ଏହି ଯୁବତୀଙ୍କ ସମ୍ବନ୍ଧରେ ଜାଣିବାକୁ ପାଇଲି। ୨୦୧୮ରେ ତାଙ୍କୁ ଅଞ୍ଜୁ ବବି ଜର୍ଜ ସ୍ପୋର୍ଟ୍ସ ଫାଉଣ୍ଡେସନରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଲୁ। ଶୈଲୀ କୋଚ୍ ବବି ଜର୍ଜଙ୍କ ସହ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ। ଶୈଲୀ ୪.୫୫ ମିଟର୍ ଡିଆଁ ମାରି ଶୁଭାରମ୍ଭ କଲେ, ଯାହା ପରେ ସେ ଅଣ୍ଡର-୧୮ରେ ସ୍ଥାନ ହାସଲ କଲେ। ବିଶ୍ୱ ଚାମ୍ପିୟନଶିପରେ ଶୈଲୀ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ତାହା ଆମ ସମସ୍ତଙ୍କୁ ଗର୍ବିତ କରିଛି। ଯଦି ଶୈଲୀଙ୍କ ଲ୍ୟାଣ୍ଡିଙ୍ଗରେ ଭୁଲ୍ ହୋଇନଥାନ୍ତା, ତାହେଲେ ସେ ନିଶ୍ଚୟ ସ୍ୱର୍ଣ୍ଣ ପଦକ ଜିତିଥାନ୍ତେ। ଆଶା କରୁଛି ନୀରଜ ଚୋପ୍ରାଙ୍କ ପରେ ଶୈଲ ଆଥଲେଟିକ୍ସରେ ଦେଶର ପରବର୍ତ୍ତୀ ବଡ଼ ନାଁ ହୋଇପାରିବେ।'

https://twitter.com/Media_SAI/status/1429458849702895616?s=20

ଶୈଲୀଙ୍କ ଏହି ରୌପ୍ୟ ପଦକ ସହ ଭାରତ ଅଣ୍ଡର୍-୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ମୋଟ ତିନି ପଦକ ସହ ଅଭିଯାନ ଶେଷ କରିଛି। ତାଙ୍କ ପୂର୍ବରୁ ଅମିତ୍ ଖତ୍ରୀ ୧୦ କିମି ରେସ୍ ୱାକରେ ରୌପ୍ୟ ପଦକ ଜିତିଥିବା ବେଳେ ୪ଗୁଣା ୪୦୦ ମିଟର୍ ମିକ୍ସଡ୍ ରିଲେରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos