ତେଜସ୍ୱିନଙ୍କ ସଂଘର୍ଷର କାହାଣୀ, କୋର୍ଟ ଲଢ଼େଇରୁ ଐତିହାସିକ ପଦକ ବିଜେତା

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ପଦକ ଜିତିଛନ୍ତି ଆଥଲେଟ ତେଜସ୍ୱିନ ଶଙ୍କର। ସେ ଭାରତର ପ୍ରଥମ ଆଥଲେଟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଚ୍ଚ ଡିଆଁରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତେବେ ଭାରତ ପାଇଁ ଉଚ୍ଚ ଡିଆଁରେ ବ୍ରୋଞ୍ଜ ପଦକ ଜିତିବାର ଯାତ୍ରା ତେଜସ୍ୱିନଙ୍କ ପାଇଁ ଆଦୌ ସହଜ ନଥିଲା। ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଏବେ ସଫଳତାର ଶିଢ଼ିରେ ପାଦ ରଖିଛନ୍ତି। ୨୩ ବର୍ଷୀୟ ତେଜସ୍ୱିନ ଅନେକ […]

tejaswin-shankar

tejaswin-shankar

Hemant Lenka
  • Published: Thursday, 04 August 2022
  • Updated: 04 August 2022, 05:03 PM IST

Sports

Latest News

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ପଦକ ଜିତିଛନ୍ତି ଆଥଲେଟ ତେଜସ୍ୱିନ ଶଙ୍କର। ସେ ଭାରତର ପ୍ରଥମ ଆଥଲେଟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଚ୍ଚ ଡିଆଁରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତେବେ ଭାରତ ପାଇଁ ଉଚ୍ଚ ଡିଆଁରେ ବ୍ରୋଞ୍ଜ ପଦକ ଜିତିବାର ଯାତ୍ରା ତେଜସ୍ୱିନଙ୍କ ପାଇଁ ଆଦୌ ସହଜ ନଥିଲା।

ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଏବେ ସଫଳତାର ଶିଢ଼ିରେ ପାଦ ରଖିଛନ୍ତି। ୨୩ ବର୍ଷୀୟ ତେଜସ୍ୱିନ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ହାର ମାନି ନଥିଲେ। ଶେଷରେ ତାଙ୍କ ଜିଦ ଆଗରେ ହାର ମାନିଛି ସମୟ। ସେ ବନିଛନ୍ତି ଭାରତର ନୂଆ ଷ୍ଟାର ଆଥଲେଟ।

CWG 2022: Tejaswin Shankar wins bronze in men's high jump | Commonwealth Games 2022 News - Times of India
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଥେଲଟିକ୍ସ ସ୍କ୍ୱାଡରେ ବହୁତ ବିଳମ୍ବରେ ତେଜସ୍ୱିନ ଯୋଗ ଦେଇଥିଲେ। ହେଲେ ସେ ଭାରତ ପାଇଁ ଦୌଡ଼କୁଦ ଇଭେଣ୍ଟରେ ପଦକ ଖାତା ଖୋଲିଛନ୍ତି। ପ୍ରାଥମିକ ଅବସ୍ଥାରେ ସେ ଭାରତର ୩୬ ଜଣିଆ ଆଥଲେଟିକ୍ସ କଣ୍ଟିଜେଣ୍ଟରେ ନଥିଲେ। ସେ ଚେନ୍ନାଇରେ ହୋଇଥିବା ଅନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନଥିବାରୁ ତାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଥିଲା।

ସେ ଯୋଗ୍ୟତା ପାଇଁ ୨.୨୭ ମିଟର ସୀମାକୁ ଅତିକ୍ରମ କରିଥିଲେ ମଧ୍ୟ ତାଙ୍କ ନାଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କଣ୍ଟିଜେଣ୍ଟରେ ନଥିଲା। ଏଥିପାଇଁ ସେ ଭାରତୀୟ ଦୌଡ଼କୁଦ ମହାସଂଘ(ଏଏଫଆଇ)କୁ କୋର୍ଟକୁ ଟାଣିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଆଇନଗତ ଲଢ଼େଇ। ଏଥିପାଇଁ ତେଜସ୍ୱିନଙ୍କୁ ଅନେକ ରାତି ଅନିଦ୍ରାରେ କାଟିବାକୁ ପଡ଼ିଥିଲା।

ଆଇନଗତ ଲଢ଼େଇ ଚାଲିଥିବା ବେଳେ ଭାରତୀୟ ଅଲିମ୍ପିକ ଆସୋସିଏନ ଚାହିଁଲେ ତାଙ୍କ ନାଁକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯିବ ବୋଲି ଏଏଫଆଇ କହିଥିଲା। ଏଥିପାଇଁ ବର୍ମିଂହାମକୁ ଯିବାକୁ ଥିବା ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି ଏଏଫଆଇ ସର୍ତ୍ତ ରଖିଥିଲା। ତେବେ ଭାରତର କ୍ୱାର୍ଟର ମାଇଲ ରନର ଆରୋକିଆ ରାଜୀବ ଫିଟନେଶ ଟେଷ୍ଟରେ ଫେଲ ମାରିବାରୁ ତେଜସ୍ୱିନଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ଭାରତୀୟ ଆଥଲେଟିକ୍ସ କଣ୍ଟିଜେଣ୍ଟରେ ସାମିଲ କରାଯାଇଥିଲା।

Commonwealth Games 2022: Tejaswin Shankar creates HISTORY, becomes first Indian to win bronze in high jump as Mitchell Starc's brother Brandon wins silver, WATCH | Other Sports News | Zee News
ହେଲେ ବିଳମ୍ବିତ ଘୋଷଣା ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ତେଜସ୍ୱିନଙ୍କ ବାଟରେ କଣ୍ଟା ହୋଇ ଛିଡ଼ା ହୋଇଥିଲା। ଏହାକୁ ନେଇ ତେଜସ୍ୱିନ ଚିନ୍ତାରେ ପଡ଼ିଥିଲେ। ହେଲେ କଣ୍ଟିଜେଣ୍ଟରେ ଥିବା ଦୁଇ ଜଣ ଆଥଲେଟ ଡୋପ ଟେଷ୍ଟରେ ଫେଲ ମାରିବାରୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବର୍ମିଂହାମ ଯିବାକୁ ଅନୁମତି ମିଳିଥିଲା।

ଶେଷରେ ସେ ବିଳମ୍ବରେ ହେଉ ପଛେ ବର୍ମିଂହାମରେ ପହଞ୍ଚିଥିଲେ। ବୁଧବାର ରାତିରେ ଉଚ୍ଚ ଡିଆଁ ଇଭେଣ୍ଟରେ ଭାଗ ନେବାକୁ ସୁଯୋଗ ପାଇଥିଲେ। ସେ ଏହି ଇଭେଣ୍ଟର ଆରମ୍ଭରୁ ନିଜର ଦବଦବା ଦେଖାଇଥିଲେ। ଏଥିସହ  ୨.୨୨ ମିଟର ଡିଆଁ ମାରି ଭାରତ ପାଇଁ ବ୍ରୋଞ୍ଜ ପଦକ ମଧ୍ୟ ହାତେଇ ଥିଲେ।

ସମସ୍ତ ଘାତପ୍ରତିଘାତକୁ ମାତ ଦେଇ ପଦକ ଜିତିଥିବାରୁ ତେଜସ୍ୱିନ ବେଶ ଖୁସି ଅଛନ୍ତି। ତାଙ୍କ ପରିବାର ଲୋକ ମଧ୍ୟ ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି। ପୁଅର ସଫଳତା ପରେ ମା’ ଲକ୍ଷ୍ମୀ କହିଛନ୍ତି, “ମୁଁ ଏବେ ବହୁତ ଖୁସି। ମୋ ଖୁସିକୁ ମୁଁ ଶବ୍ଦରେ ବୟାନ କରିପାରିବି ନାହିଁ। ସେ ଦେଶ ପାଇଁ ପଦକ ଜିତିଛି ଓ କଠିନ ପରିଶ୍ରମ କରି ଚାଲିଛି। ସେ ସମସ୍ତଙ୍କର ଭଲ ପାଇବା ଓ ଶୁଭେଚ୍ଛାକୁ ପୁଞ୍ଜି କରି ଆଜି ଏହି ସ୍ଥାନରେ ପହଞ୍ଚିଛି। ଏହା ଗର୍ବର ବିଷୟ।” ବୁଧବାର ରାତିରେ ତେଜସ୍ୱିନଙ୍କ ପରିବାରରେ ଥିବା ୧୫ ଜଣ ସଦସ୍ୟ ଏକାସଙ୍ଗରେ ଟିଭିରେ ଇଭେଣ୍ଟକୁ ଉପଭୋଗ କରିଥିଲେ। ତାଙ୍କ ବାପା ବର୍ମିଂହାମରେ ପୁଅ ସହ ଉପସ୍ଥିତ ଥିଲେ।

WATCH: Tejaswin Shankar bags India's maiden high jump medal at Commonwealth Games

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos