ଗୋଲ୍ଡେନ୍ ବୟ ନୀରଜ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ୍ ଚାମ୍ପିଅନଶିପ୍ରେ ନୀରଜ ଜିତିଛନ୍ତି ରୌପ୍ୟ ପଦକ। ସେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି।
ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନଶିପରେ ପଦକ ଜିତିବାରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଏହା ପୂର୍ବରୁ ଅଞ୍ଜୁ ବବି ଜର୍ଜଙ୍କୁ ଏହି ସଫଳତା ମିଳିଥିଲା। ୨୦୦୩ରେ ପ୍ୟାରିସ୍ରେ ଅନୁଷ୍ଠିତ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନଶିପରେ ସେ ଲଙ୍ଗ୍ ଜମ୍ପରେ ପଦକ ହାସଲ କରିଥିଲେ। ଅଞ୍ଜୁ ବବି ଜର୍ଜ ବ୍ରୋଞ୍ଜ ପଦକ ପାଇଥିବା ବେଳେ ନୀରଜ ରୌପ୍ୟ ପଦକ ପାଇଛନ୍ତି।

ଆଜି ଫାଇନାଲ୍ରେ ନୀରଜ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଗ୍ରେନେଡାର ଆଣ୍ତେରସନ ପିଟରର୍ସ ପୁଣି ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୯୦.୪୬ ମିଟର ଜାଭଲିନ ଫିଙ୍ଗି ସେ ଗୋଲ୍ଡ ମେଡାଲ ଜିତିଛନ୍ତି। ଅନ୍ୟପକ୍ଷରେ ଚେକ୍ ରିପବ୍ଲିକ୍ର Jakub Vadlejch ବ୍ରୋଞ୍ଜ ପଦକ ଜିତିଛନ୍ତି।
୨୪ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ସେ ଇତିହାସ ରଚିଥିଲେ। ସେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଜିତିଥିଲେ। ଆଉ ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି।
Neeraj Chopra continues his winning streak!
• Wins 🥈in Men's javelin throw at @WCHoregon22 with his best throw of 88.13m, becoming the 1st Indian male and 2nd Indian to win a medal at the #WorldChampionships!
Neeraj has now won medal at every Global event !
Watch this 👇🏼 pic.twitter.com/YF455oople
— Anurag Thakur (@ianuragthakur) July 24, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।