ଭାରତକୁ ବଡ଼ ଝଟକା: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ନୀରଜ ଚୋପ୍ରା ଆଉଟ୍‌

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା। ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ନିକଟରେ ଶେଷ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସଶିପରେ ଦେଶକୁ ଐତିହାସିକ ରୌପ୍ୟ ପଦକ ଭେଟି ଦେଇଥିଲେ। ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ […]

Neeraj-chopra.jpg1

Neeraj-chopra.jpg1

Hemant Lenka
  • Published: Tuesday, 26 July 2022
  • Updated: 26 July 2022, 01:15 PM IST

Sports

Latest News

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା। ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସେହିପରି ନିକଟରେ ଶେଷ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସଶିପରେ ଦେଶକୁ ଐତିହାସିକ ରୌପ୍ୟ ପଦକ ଭେଟି ଦେଇଥିଲେ। ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ନୀରଜ ଜାଭେଲିନ ଥ୍ରୋରେ ଭାରତ ପାଇଁ ପଦକ ଜିତିବେ ବୋଲି ସମସ୍ତଙ୍କର ଆଶା ଥିଲା। ହେଲେ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ହିଁ ଆସିଛି ଖରାପ ଖବର।

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲ ଖେଳୁଥିବା ବେଳେ ନୀରଜ ଚୋପ୍ରା ଆହତ ହୋଇଥିଲେ। ତଥାପି ସେ ରୌପ୍ୟ ପଦକ ଜିତିଥିଲେ। ଟୁର୍ଣ୍ଣାମେଣ୍ଟ ପରେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିଲା। ଏହି ସମୟରେ ତାଙ୍କ ଆହତ ସମସ୍ୟା ଜଟିଳ ଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସେ ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ନାହିଁ।

ସେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଥିବା ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସାଧାରଣ ସମ୍ପାଦକ ରାଜୀବ ମେହେଟା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ନୀରଜ ଚୋପ୍ରା ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ନାହିଁ। ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲରେ ଆହତ ହୋଇଥିଲେ। ଏବେ ସେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆଦୌ ଫିଟ ନାହାନ୍ତି। ସେ ନିଜେ ଆମକୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଆମେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛୁ।”

ବିଶ୍ୱ ଚାମ୍ପିୟନଶିପରେ ନୀରଜ ୮୮.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ରୌପ୍ୟ ପଦକ ଜିତିଥିଲେ। ଚାମ୍ପିୟନଶିପର ଫାଇନାଲ ଲଢ଼େର ୪ର୍ଥ ପ୍ରାୟସରେ ହିଁ ସେ ୮୮.୧୩ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ। ଏହି ସମୟରେ ହିଁ ତାଙ୍କ ଜଙ୍ଘରେ ସମସ୍ୟା ସୃଷ୍ଟି ହୋଇଥିଲା। ରୌପ୍ୟ ପଦକ ଜିତିବା ପରେ ନୀରଜ ମଧ୍ୟ ଆହତ ହୋଇଥିବା କଥାକୁ ସ୍ୱୀକାର କରିଥିଲେ।

ସେ କହିଥିଲେ, “୪ର୍ଥ ଥ୍ରୋ ପରେ ମୁଁ ଜଙ୍ଘରେ ସାମନ୍ୟ ସମସ୍ୟା ଅନୁଭବ କରିଛି। ଏଥିପାଇଁ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନି। ଏହା ମୋ ମୁଣ୍ଡରେ ଚାଲିଥିଲା। ତଥାପି ମୁଁ ଅଧିକ ଦୂରତାକୁ ଫିଙ୍ଗିବି ବୋଲି ଆଶା ରଖିଛି। ଏଥିପାଇଁ ଜଙ୍ଘକୁ ବାନ୍ଧି ଦେଇଛି। ମୁଁ ଭାବୁଛି ସବୁ କିଛି ଠିକ୍ ହୋଇଯିବ। ସୋମବାର ସକାଳେ ଜଣାପଡ଼ିବ ଯେ ଆହତ ସମସ୍ୟା କେତେ ଗୁରୁତର।” ନୀରଜ ରବିବାର ଏକଥା କହିଥିଲେ। ଏବେ ତାଙ୍କ ଆହତ ସମସ୍ୟା ଜଟିଳ ଥିବା ସ୍ପଷ୍ଟ ହୋଇଛି।

ସେ ବାଦ ପଡ଼ିଥିବାରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ଜାଭେଲିନ ଥ୍ରୋରେ ଗୋଟିଏ ପଦକ ହରାଇଲା ବୋଲି ଅନେକ ଲୋକ ସୋଶାଲ ମିଡିଆରେ ବୟାନ ଦେବା ଆରମ୍ଭ କରିଛନ୍ତି। ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ନୀରଜ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story