କରୋନା ପାଇଁ ବାତିଲ କିମ୍ବା ସ୍ଥଗିତ ହେବନି ଅଲିମ୍ପିକ୍ସ!

ଟୋକିଓ: ମହମାରୀ କରୋନା ପାଇଁ ଗତବର୍ଷଠାରୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଅନୁଷ୍ଠିତ ହେବ। ତେବେ ଜାପାନରେ ସଂକ୍ରମଣ ବଢ଼ୁଥିବାରୁ ଗତବର୍ଷ ଭଳି ଏବର୍ଷ ବି ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ବାତିଲ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ଟୋକିଓ ଅଲିମ୍ପିକ୍ସର ଆୟୋଜକମାନେ ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଚଳିତ ବର୍ଷ ଯେମିତି ହେଲେ ବି ଅଲିମ୍ପିକ୍ସ ଆୟୋଜନ କରାଯିବ ଓ ଏହାକୁ ବାତିଲ କରାଯିବ ନାହିଁ ବୋଲି ଆୟୋଜକ ସଂସ୍ଥା କହିଛି। […]

Olympics

Olympics

Hemant Lenka
  • Published: Friday, 16 April 2021
  • Updated: 16 April 2021, 06:11 PM IST

Sports

Latest News

ଟୋକିଓ: ମହମାରୀ କରୋନା ପାଇଁ ଗତବର୍ଷଠାରୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଅନୁଷ୍ଠିତ ହେବ। ତେବେ ଜାପାନରେ ସଂକ୍ରମଣ ବଢ଼ୁଥିବାରୁ ଗତବର୍ଷ ଭଳି ଏବର୍ଷ ବି ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ବାତିଲ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ହେଲେ ଟୋକିଓ ଅଲିମ୍ପିକ୍ସର ଆୟୋଜକମାନେ ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଚଳିତ ବର୍ଷ ଯେମିତି ହେଲେ ବି ଅଲିମ୍ପିକ୍ସ ଆୟୋଜନ କରାଯିବ ଓ ଏହାକୁ ବାତିଲ କରାଯିବ ନାହିଁ ବୋଲି ଆୟୋଜକ ସଂସ୍ଥା କହିଛି।

ଆୟୋଜିକ କମିଟିର ସଭାପତି ସେଇକୋ ହାଶିମୋଟୋ କହିଛନ୍ତି, “ବର୍ତ୍ତମାନ ଅନେକ ଲୋକ ବିଭିନ୍ନ ବିଷୟକୁ ନେଇ ଚିନ୍ତା କରୁଛନ୍ତି। ଆମେ ମଧ୍ୟ ସବୁ ବିଷୟରେ ଚିନ୍ତା କରୁଛୁ। ହେଲେ ଟୋକିଓ ଅଲିମ୍ପିକ୍ସ କମିଟିର ସଦସ୍ୟମାନେ କ୍ରୀଡ଼ା ମହାକୁମ୍ଭକୁ ବାତିଲ କରିବା ପାଇଁ ଆଦୌ ଚିନ୍ତା କରିନାହାନ୍ତି।  ଏହାକୁ ସଫଳତାର ସହ ଆୟୋଜନ କରିବାକୁ ଉଦ୍ୟମ ଜାରି ରହିଛି।”

ଗୁରୁବାର ଜାପାନର ଶାସକ ଦଳ ଏଲଡିପିର ସାଧାରଣ ସମ୍ପାଦକ କହିଥିଲେ ଯେ ଯଦି ମହାମାରୀ କରୋନା ସଂକ୍ରମଣର ସ୍ଥିତି ବେକାବୁ ହେବ, ତା’ହେଲେ ଅଲିମ୍ପିକ୍ସ କ୍ରୀଡ଼ାକୁ ବାତିଲ କରିବା ବିକଳ୍ପକୁ ଆପଣାଇବାକୁ ପଡ଼ିବ। ତେବେ ଜାପାନର ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା ଗୋଟିଏ ବିବୃତି ଜାରି କରି କହିଛନ୍ତି ଯେ ସରକାର ଏଯାଏ ତାଙ୍କ ଆଭିମୁଖ୍ୟରେ କୌଣସି ପ୍ରକାରର ପରିବିର୍ତ୍ତନ କରିନାହାନ୍ତି। ଟୋକିଓ ଅଲିମ୍ପିକ୍ସକୁ ସଫଳ ଓ ସୁରକ୍ଷିତ ଭାବେ ଆୟୋଜନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଅଲିମ୍ପିକ୍ସ ପୂର୍ବରୁ କରୋନାର ବିସ୍ଫୋରକ ରୂପ ଦେଖିବାକୁ ମିଳିଥିଲା। ଏହି କାରଣରୁ ମାର୍ଚ୍ଚ ମାସରେ ଗୋଟିଏ ବର୍ଷ ପାଇଁ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଇଥିଲା। ଏବେ ଟୋକିଓ ଅଲିମ୍ପିକ୍ସକୁ ଜୁଲାଇ ୨୩ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୧୦୦ ଦିନିଆ ଓଲଟା ଗଣନା ମଧ୍ୟ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story