ଅଷ୍ଟ୍ରେଲିଆନ୍ ଓପନ୍‌: ସେମିଫାଇନାଲରେ ସାଇନା ଓ ଶ୍ରୀକାନ୍ଥ

ସିଡନୀ: ଅଷ୍ଟ୍ରେଲିଆର ସିଡନୀରେ ଖେଳାଯାଉଥିବା ୭୫୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତର ସାଇନା ନେହୱାଲ ଓ କାଦମ୍ବି ଶ୍ରୀକାନ୍ତ ସେମିଫାଇନାଲକୁ ଯାଇଛନ୍ତି। କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ଓ ୨୦୧୩ ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ରାଚାନୋକ୍‌ଙ୍କ ମଧ୍ୟରେ ହୋଇଥିଲା। ଏଥିରେ ସାଇନା ରାଚାନୋକ୍‌ଙ୍କୁ ୨୮-୨୬, ୨୧-୧୬ରେ ପରାସ୍ତ କରିଛନ୍ତି। ଆଗାମୀ ମ୍ୟାଚ୍‌ରେ ସାଇନା ୱାଙ୍ଗ ୟିହାନ୍‌ କିମ୍ବା ତାଇ ଜୁ ୟାଙ୍ଗଙ୍କୁ ଭେଟି ପାରନ୍ତି। ଅନ୍ୟପକ୍ଷରେ […]

nehwalsrikant

nehwalsrikant

Rakesh Mallick
  • Published: Friday, 10 June 2016
  • Updated: 11 June 2016, 01:54 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆର ସିଡନୀରେ ଖେଳାଯାଉଥିବା ୭୫୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତର ସାଇନା ନେହୱାଲ ଓ କାଦମ୍ବି ଶ୍ରୀକାନ୍ତ ସେମିଫାଇନାଲକୁ ଯାଇଛନ୍ତି।

କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ଓ ୨୦୧୩ ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ରାଚାନୋକ୍‌ଙ୍କ ମଧ୍ୟରେ ହୋଇଥିଲା।

ଏଥିରେ ସାଇନା ରାଚାନୋକ୍‌ଙ୍କୁ ୨୮-୨୬, ୨୧-୧୬ରେ ପରାସ୍ତ କରିଛନ୍ତି। ଆଗାମୀ ମ୍ୟାଚ୍‌ରେ ସାଇନା ୱାଙ୍ଗ ୟିହାନ୍‌ କିମ୍ବା ତାଇ ଜୁ ୟାଙ୍ଗଙ୍କୁ ଭେଟି ପାରନ୍ତି।

ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ବିଶ୍ୱର ୧୩ ତମ ସ୍ଥାନରେ ଥିବା ଶ୍ରୀକାନ୍ଥ କୋରିଆର କ୍ୱାଙ୍ଗ ହି ହୋଇଙ୍କୁ ୨୧-୧୮,୨୧-୧୭ରେ ପରାସ୍ତ  କରିଛନ୍ତି। ଆସନ୍ତାକାଲି ସେ ଡେନ୍‌ମାର୍କର ହାନ୍ସ କ୍ରିଷ୍ଟିଆନ୍‌ ଭିଟ୍ଟିଙ୍ଗହସ୍‌ଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos