ସିଡନୀ: ଅଷ୍ଟ୍ରେଲିଆର ସିଡନୀରେ ଖେଳାଯାଉଥିବା ୭୫୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ସୁପର ସିରିଜ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତର ସାଇନା ନେହୱାଲ ଓ କାଦମ୍ବି ଶ୍ରୀକାନ୍ତ ସେମିଫାଇନାଲକୁ ଯାଇଛନ୍ତି।
କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ଓ ୨୦୧୩ ବିଶ୍ୱ ଚାମ୍ପିଅନ୍ ହୋଇଥିବା ରାଚାନୋକ୍ଙ୍କ ମଧ୍ୟରେ ହୋଇଥିଲା।
ଏଥିରେ ସାଇନା ରାଚାନୋକ୍ଙ୍କୁ ୨୮-୨୬, ୨୧-୧୬ରେ ପରାସ୍ତ କରିଛନ୍ତି। ଆଗାମୀ ମ୍ୟାଚ୍ରେ ସାଇନା ୱାଙ୍ଗ ୟିହାନ୍ କିମ୍ବା ତାଇ ଜୁ ୟାଙ୍ଗଙ୍କୁ ଭେଟି ପାରନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ବିଶ୍ୱର ୧୩ ତମ ସ୍ଥାନରେ ଥିବା ଶ୍ରୀକାନ୍ଥ କୋରିଆର କ୍ୱାଙ୍ଗ ହି ହୋଇଙ୍କୁ ୨୧-୧୮,୨୧-୧୭ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ସେ ଡେନ୍ମାର୍କର ହାନ୍ସ କ୍ରିଷ୍ଟିଆନ୍ ଭିଟ୍ଟିଙ୍ଗହସ୍ଙ୍କୁ ଭେଟିବେ।