ଅଷ୍ଟ୍ରେଲିଆର ଶ୍ରୀଲଙ୍କା ଗ୍ରସ୍ତ କାର୍ଯ୍ୟକ୍ରମ ଘୋଷିତ

ନୂଆଦିଲ୍ଲୀ:ଜୁଲାଇ ୨୩ରୁ ଦୀର୍ଘ ଦୁଇମାସ ଧରି ଶ୍ରୀଲଙ୍କାରେ ଲମ୍ବା ସିରିଜ୍ ଖେଳିବ ଅଷ୍ଟ୍ରେଲିଆ। ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ଏହି ଗସ୍ତ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଛି। ଷ୍ଟିଭ୍‌ ସ୍ମିଥଙ୍କ ନେତୃତ୍ୱରେ ଦଳ କାଣ୍ଡି, ଗଲ୍‌ ଓ କଲମ୍ବୋରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୨ଟି ଟି-ଟ୍ୱେଣ୍ଟି ଖେଳିବ। ଦଳ ଜୁଲାଇ ୧୧ରୁ ଅଷ୍ଟ୍ରେଲିଆରୁ ଶ୍ରୀଲଙ୍କା ଅଭିମୁଖେ ବାହାରିବ। ଅଷ୍ଟ୍ରେଲିଆ ୨୦୧୧ରେ ଶ୍ରୀଲଙ୍କାରେ ଶେଷ ସିରିଜ୍‌ ଖେଳିଥିଲା। ଜୁଲାଇ ୨୬-୩୦ ଯାଏଁ କାଣ୍ଡିରେ ପ୍ରଥମ ଟେଷ୍ଟ, ଅଗଷ୍ଟ […]

steve-smith

Rakesh Mallick
  • Published: Wednesday, 06 April 2016
  • , Updated: 06 April 2016, 02:53 PM IST

ନୂଆଦିଲ୍ଲୀ:ଜୁଲାଇ ୨୩ରୁ ଦୀର୍ଘ ଦୁଇମାସ ଧରି ଶ୍ରୀଲଙ୍କାରେ ଲମ୍ବା ସିରିଜ୍ ଖେଳିବ ଅଷ୍ଟ୍ରେଲିଆ। ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ଏହି ଗସ୍ତ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଛି।

ଷ୍ଟିଭ୍‌ ସ୍ମିଥଙ୍କ ନେତୃତ୍ୱରେ ଦଳ କାଣ୍ଡି, ଗଲ୍‌ ଓ କଲମ୍ବୋରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୨ଟି ଟି-ଟ୍ୱେଣ୍ଟି ଖେଳିବ। ଦଳ ଜୁଲାଇ ୧୧ରୁ ଅଷ୍ଟ୍ରେଲିଆରୁ ଶ୍ରୀଲଙ୍କା ଅଭିମୁଖେ ବାହାରିବ।

ଅଷ୍ଟ୍ରେଲିଆ ୨୦୧୧ରେ ଶ୍ରୀଲଙ୍କାରେ ଶେଷ ସିରିଜ୍‌ ଖେଳିଥିଲା।

ଜୁଲାଇ ୨୬-୩୦ ଯାଏଁ କାଣ୍ଡିରେ ପ୍ରଥମ ଟେଷ୍ଟ, ଅଗଷ୍ଟ ୪-୮ ଗଲ୍‌ରେ ଦ୍ୱିତୀୟ ଟେଷ୍ଟ, ୧୩-୧୭ ଯାଏଁ କଲମ୍ବୋରେ ତୃତୀୟ ଟେଷ୍ଟ ଖେଳିବ। ଏହାପରେ ଅଗଷ୍ଟ ୨୧ ଓ ୨୪ରେ କଲମ୍ବୋରେ ପ୍ରଥମ ଦୁଇଟି ଦିନିକିଆ,  ଅଗଷ୍ଟ ୨୮ ରେ ଡାମ୍ବୁଲାରେ ତୃତୀୟ, ୩୧ରେ ଚତୁର୍ଥ ଦିନିକିଆ ଏବଂ ୪ ସେପ୍ଟେମ୍ବର କାଣ୍ଡିରେ ଶେଷ ଦିନିକିଆ ଖେଳାଯିବ।

ଏହ ସହ ସେପ୍ଟେମ୍ବର ୬ ଓ ୯ରେ କ୍ୟାଣ୍ଡି ଓ କଲମ୍ବୋରେ୨ଟି ଟି-ଟ୍ୱେଣ୍ଟି ଖେଳିବେ ଉଭୟ ଦଳ।

Related story