ବିରାଟ ବାହିନୀର ଆତ୍ମସମର୍ପଣ, ତୃତୀୟ ଦିନରେ ଖେଳ ଶେଷ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦୁଇ ଦିନ ଲଢ଼େଇ କରିଥିବା ବିରାଟ ବାହିନୀ ଆଜି ଏକ ପ୍ରକାର ଆତ୍ମସମର୍ପଣ କରି ଦେଇଥିଲା। ଫଳରେ ଗତକାଲି ପର୍ଯ୍ୟନ୍ତ ପଛରେ ରହିଥିବା କଙ୍ଗାରୁ ଟିମ୍ ଆଜି ଅତି ସହଜରେ ମ୍ୟାଚ୍ ଜିତି ଯାଇଛି। ଆଉ ୪ଟି ମ୍ୟାଚ୍ ବି଼ଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଇନିଂସରେ ୨୪୪ ରନ୍ କରିଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ତା’ର ପ୍ରଥମ ଇନିଂସରେ ୧୯୧ ରନ୍‌ରେ […]

virat1

virat1

Jitendra Garnayak
  • Published: Saturday, 19 December 2020
  • Updated: 19 December 2020, 01:57 PM IST

Sports

Latest News

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦୁଇ ଦିନ ଲଢ଼େଇ କରିଥିବା ବିରାଟ ବାହିନୀ ଆଜି ଏକ ପ୍ରକାର ଆତ୍ମସମର୍ପଣ କରି ଦେଇଥିଲା। ଫଳରେ ଗତକାଲି ପର୍ଯ୍ୟନ୍ତ ପଛରେ ରହିଥିବା କଙ୍ଗାରୁ ଟିମ୍ ଆଜି ଅତି ସହଜରେ ମ୍ୟାଚ୍ ଜିତି ଯାଇଛି। ଆଉ ୪ଟି ମ୍ୟାଚ୍ ବି଼ଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

ପ୍ରଥମ ଇନିଂସରେ ୨୪୪ ରନ୍ କରିଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ତା’ର ପ୍ରଥମ ଇନିଂସରେ ୧୯୧ ରନ୍‌ରେ ଅଟକାଇ ଦେଇଥିଲେ। ତେଣୁ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ମ୍ୟାଚ୍‌ର ତୃତୀୟ ଦିନରେ ଅର୍ଥାତ୍ ଆଜି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମାନେ ପୂରା ଆତ୍ମସମର୍ପଣ କରି ଦେଲା ଭଳି ମନେ ହେଲା। ଏହି ଇନିଂସ୍‌ରେ ଦଳ ୯ ୱିକେଟ୍ ହରାଇ ମାତ୍ର ୩୬ ରନ୍ କରିବାକୁ ସମର୍ଥ ହୋଇଥିଲା। କେହି ଜଣେ ବି ବ୍ୟାଟ୍ସମ୍ୟାନ୍ ପ୍ୟାଟ୍ କମିନ୍ସ ଓ ଜୋଶ୍ ହେଜେଲଉଡ୍‌ଙ୍କ ସମ୍ମୁଖୀନ ହୋଇପାରିଲେ ନାହିଁ। ଏମିତିକି ଜଣେ ବି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିଲେନି। ମୟଙ୍କ ଅଗ୍ରୱାଲ ସର୍ବାଧିକ ୯ ରନ୍ କରିଥିବା ବେଳେ ହନୁମା ବିହାରୀ ୮ ରନ୍ କରିଥିଲେ। ଆଉ କେହି ୫ ରନ୍ ବି କରିପାରି ନଥିଲେ।

ପୃଥ୍ୱୀ ଶ’ ଗତକାଲି ୪ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ଆଜି ଯଶପ୍ରୀତ ବୁମ୍ରା ୨ ରନ୍ କରି ହେଜେଲଉଡ୍‌ଙ୍କ ବଲ୍‌ରେ ଟିମ୍ ପେନ୍‌‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା ଖାତା ଖୋଲି ପାରି ନଥିଲେ। ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ବିରାଟ କୋହଲି ମାତ୍ର ୪ ରନ୍ କରିଥିଲେ। ସେ ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ କ୍ୟାମେରନ୍ ଗ୍ରୀନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଜିଙ୍କ୍ୟ ରାହାଣେ ଶୂନରେ ଆଉଟ୍ ହୋଇଥିଲେ। ଋଦ୍ଧିମାନ ସାହା ୪ ରନ୍ କରିଥିବା ବେଳେ ଉମେଶ ଯାଦବ ୪ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ୍ ଶୂନରେ ଆଉଟ୍ ହୋଇଥିଲେ।

ଦ୍ୱିତୀୟ ଇନିଂସ୍‌ରେ ଟିମ୍ ଇଣ୍ଡିଆ ଅଲ୍‌ଆଉଟ୍ ହୋଇ ନଥିଲା। ୧ ରନ୍ କରି ମହମ୍ମଦ ଶାମି ରିଟାୟାର୍ଡ ହର୍ଟ ହେବା ପରେ ଭାରତର ଦ୍ୱିତୀୟ ଇନିଂସ୍‌ ସରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୪ଟି ୱିକେଟ୍ ନେଇଥିଲେ। ସେ ପୃଥ୍ୱୀ ଶ’, ଯଶପ୍ରୀତ ବୁମ୍ରା, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ଜୋଶ ହାଜେଲଉଡ୍ ୫ଟି ୱିକେଟ୍ ନେଇଥିଲେ। ମୟଙ୍କ ଅଗ୍ରୱାଲ, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସେ ଆଉଟ କରିଥିଲେ।

ଅନ୍ୟପକ୍ଷରେ ୯୦ ରନ୍‌ର ବିଜୟ ଲକ୍ଷକୁ ଅଷ୍ଟ୍ରେଲିଆ ୨୧ ଓଭରରେ ୨ଟି ୱିକେଟ୍ ହରାଇ ହାସଲ କରି ନେଇଥିଲା। ମାଥ୍ୟୁ ୱାଡେ ୩୩  ରନ୍ କରି ଆଉଟ୍ ହୋଇଥିବା ବେଳେ ମାର୍ନସ ଲାବୁଶେନ ୬ ରନ୍ କରି ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ମୟଙ୍କ ଅଗ୍ରୱାଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଜୋ ବର୍ଣ୍ଣନ୍ସ ଅପରାଜିତ ରହି ୫୧ ରନ୍‌ର ଏକ ସୁନ୍ଦର ଇନିଂସ ଖେଳିଥିଲେ। ଏହା ମଧ୍ୟରେ ୭ଟି ଚୌକା ଓ ଗୋଟିଏ ଛକା ରହିଥିଲା। ଷ୍ଟିଭ୍ ସ୍ମିଥ୍ ୧ ରନ୍ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story