ଟି-ଟ୍ୱେଣ୍ଟିରେ ଭାରତର ୫୦ତମ ବିଜୟ: ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜୟ ରେକର୍ଡ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ସତ୍ତ୍ୱେ ଡିଏଲ୍ ନିୟମ ଅନୁସାରେ ରାଞ୍ଚି ଟି-ଟ୍ୱେଣ୍ଟିକୁ ଟିମ୍‌ ଇଣ୍ଡିଆ ୯ ୱିକେଟ୍‌ରେ ଜିତିନେଇଛି। ଏହି ମ୍ୟାଚରେ ଭାରତକୁ ଜିତିବା ପାଇଁ ୬ ଓଭରରେ ୪୮ ରନର ଆବଶ୍ୟକ ଥିଲା। ଫଳରେ ଇଣ୍ଡିଆ ମାତ୍ର ୫.୩ ଓଭରରେ ଏହାକୁ ହାସଲ କରିନେଇଥିଲା। ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭର ଖେଳି ୧୧୮ ରନ କରିଥିବା ବେଳେ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା। ବର୍ଷା ଛାଡିବା ପରେ ଭାରତକୁ ଡିଏଲ ନିୟମ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 05:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ସତ୍ତ୍ୱେ ଡିଏଲ୍ ନିୟମ ଅନୁସାରେ ରାଞ୍ଚି ଟି-ଟ୍ୱେଣ୍ଟିକୁ ଟିମ୍‌ ଇଣ୍ଡିଆ ୯ ୱିକେଟ୍‌ରେ ଜିତିନେଇଛି। ଏହି ମ୍ୟାଚରେ ଭାରତକୁ ଜିତିବା ପାଇଁ ୬ ଓଭରରେ ୪୮ ରନର ଆବଶ୍ୟକ ଥିଲା। ଫଳରେ ଇଣ୍ଡିଆ ମାତ୍ର ୫.୩ ଓଭରରେ ଏହାକୁ ହାସଲ କରିନେଇଥିଲା। ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭର ଖେଳି ୧୧୮ ରନ କରିଥିବା ବେଳେ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା। ବର୍ଷା ଛାଡିବା ପରେ ଭାରତକୁ ଡିଏଲ ନିୟମ ଅନୁସାରେ ୬ ଓଭରରେ ୪୮ ରନର ଲକ୍ଷ୍ୟ ଦିଆଯାଇଥିଲା।

ଏହି ମ୍ୟାଚ୍ ସହ ଭାରତ ଏପର୍ଯ୍ୟନ୍ତ ୮୪ଟି  ମ୍ୟାଚ୍‌ ଖେଳି ୫୦ ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହାସହ ଭାରତ ନିକଟରୁ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ୧୦ ଥର ପରାସ୍ତ ହୋଇସାରିଛି। ଏହି ଫର୍ମାଟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ୭ଟି ମ୍ୟାଚ୍‌ ଜିତିନେଇଛି। ୨୦୧୨ରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଥିଲା।ଏହାପରେ ଲଗାତର ଭାରତ ବିଜୟୀ ହୋଇଚାଲିଛି। ଏହାସହ ଘରୋଇ ପରିବେଶରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବପକ୍ଷ ସମସ୍ତ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos