ପାକିସ୍ତାନକୁ ହରାଇ ବିଜୟଧାରାକୁ ଫେରିଲା ଅଷ୍ଟ୍ରେଲିଆ

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରି ବିଜୟଧାରାକୁ ଫେରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିଛି। ଟିମ୍ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ (୧୧୧ ବଲ୍, ୧୧ ଚୌକା, ୧ ଛକା) ଓ […]

aus vs pak

aus vs pak

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 10:37 PM IST

Sports

Latest News

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରି ବିଜୟଧାରାକୁ ଫେରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିଛି। ଟିମ୍ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ (୧୧୧ ବଲ୍, ୧୧ ଚୌକା, ୧ ଛକା) ଓ ଫିଞ୍ଚ୍ ୮୨ (୮୪ ବଲ, ୬ ଚୌକା, ୪ ଛକା) ରନ୍ କରିଥିଲେ। ଜବାବରେ ପାକିସ୍ତାନ ୪୫.୪ ଓଭରରେ ୨୬୬ ରନ୍ କରି ଅଲଆଉଟ୍ ହୋଇଛି।

ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ଫକର ଜମାନ୍ ଖାତା ଖୋଲିବା ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପ୍ନର ଇମାମ୍-ଉଲ୍-ହକ୍ (୫୩) ଅର୍ଦ୍ଧଶତକ ମାରିଥିବା ବେଳେ ମଧ୍ୟକ୍ରମରେ ବାବର ଆଜମ (୩୦), ମହମ୍ମଦ ହଫିଜ୍ (୪୬) ଭଲ ବ୍ୟାଟିଂ କରିôତଲେ। କିନ୍ତୁ ଅଭିଜ୍ଞ ଶୋଏବ ମଲିକ୍ (୦) ଓ ଆସିଫ୍ ଅଲୀ (୫) ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।

ଶେଷଭାଗରେ ହାସାନ୍ ଅଲୀ ଓ ୱହାବ ରିଆଜ ଦ୍ରୁତ ରନ୍ କରି ଟିମ୍ ପାଇଁ ଲଢ଼ିଥିଲେ ହେଁ, ତାହା ଯଥେଷ୍ଟ ହୋଇନଥିଲା। ହାସାନ୍ ୧୫ ବଲରେ ୩ ଚୌକା ଓ ୩ ଛକା ସହ ୩୨ ଓ ରିଆଜ ୩୯ ବଲରେ ୨ ଚୌକା ଓ ୩ ଛକା ସହ ୪୫ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ଟିମକୁ ଜିତାଇପାରି ନଥିଲେ। ସର୍ଫରାଜ ୪୮ ବଲରେ ୪୦ ରନ୍ କରି ରନଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୩ଟି, ମିଚେଲ୍ ଷ୍ଟାର୍କ ଓ କେନ୍ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ୱାର୍ଣ୍ଣର ଓ ଫିଞ୍ଚ୍। ଦୁହେଁ ୧୬.୪ ଓଭରରେ ଟିମ୍ ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଏହା ପରେ ଫିଞ୍ଚ୍ ୬୩ ବଲରେ ଏବଂ ୱାର୍ଣ୍ଣର ୫୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ଫିଞ୍ଚ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ରନ୍ ଗତିକୁ ବଢ଼ାଇଥିଲେ।

ଟିମ୍ ସ୍କୋର ୧୪୬ ଥିବା ବେଳେ ଫିଞ୍ଚଙ୍କୁ ମହମ୍ମଦ ଆମୀର ଆଉଟ୍ କରିଥିଲେ। ଫିଞ୍ଚଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଷ୍ଟିଭ୍ ସ୍ମିଥ୍ ନିରାଶ କରିଥିଲେ। ସ୍ମିଥ୍ ମାତ୍ର ୧୦ ରନ୍ କରି ମହମ୍ମଦ ହଫିଜଙ୍କ ଶିକାର ହୋଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୧୦ ବଲରେ ୨ ଚୌକା ଓ ୧ ଛକା ସହ ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ୱାର୍ଣ୍ଣର୍ ୧୦୨ ବଲରେ ନିଜର ୧୫ତମ ଦିନିକିଆ ଶତକ ପୂରଣ କରିଥିଲେ।

ତେବେ ଶତକ ମାରିବା ପରେ ୱାର୍ଣ୍ଣର୍ ଖରାପ ଶଟ୍ ଖେଳି ଆଉଟ୍ ହୋଇଥିଲେ। ତାଙ୍କର ବହୁମୂଲ୍ୟ ୱିକେଟ୍ ନେଇଥିଲେ ଶାହିନ୍ ଆଫ୍ରିଦି ନେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମଧ୍ୟକ୍ରମରେ ଅଷ୍ଟ୍ରେଲିଆ ରନରେ ଅଙ୍କୁଶ ଲଗାଇଥିଲେ ଆମୀର।

ଆମୀର ଶନ୍ ମାର୍ଶ (୨୩), ଉସମାନ୍ ଖୱାଜା (୧୮) ଓ ଆଲେକ୍ସ କ୍ୟାରି (୨୦)ଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେଥନ କୁଲ୍ଟର-ନାଇଲ୍ (୨), ପ୍ୟାଟ୍ କମିନ୍ସ (୨) ଓ ମିଚେଲ୍ ଷ୍ଟାର୍କ (୩) ନିରାଶ କରିଥିଲେ। କେନ୍ ରିଚାର୍ଡସନ୍ ୧ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଆମୀର ୩୦ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଆଫ୍ରିଦି ୨ଟି, ହାସାନ୍ ଅଲୀ, ୱହାବ ରିଆଜ ଓ ହଫିଜ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story