ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆର ସହଜ ବିଜୟ

ସିଡନୀ: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି)ର ଖାଲି ପଡ଼ିଥିବା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୭୧ ରନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୪୧ ଓଭରରେ ୧୮୭ ରନ୍ କରି ଅଲଆଉଟ୍ […]

aus-nz

aus-nz

Ranjit Kumar Jena
  • Published: Friday, 13 March 2020
  • Updated: 13 March 2020, 06:20 PM IST

ସିଡନୀ: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି)ର ଖାଲି ପଡ଼ିଥିବା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୭୧ ରନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୪୧ ଓଭରରେ ୧୮୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ନିଜ ମାଟିରେ ଭାରତକୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ କ୍ଲିନସୁଇପ୍ କରିଥିଲା, କିନ୍ତୁ ଏଠାରେ ଆରମ୍ଭରୁ କିୱି ଟିମକୁ ଝଟକା ଲାଗିଛି। ଅଲରାଉଣ୍ଡର ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ମିଚେଲ୍ ମାର୍ଶଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

୨୫୯ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିବାକୁ ସକ୍ଷମ ହୋଇନଥିଲେ। ଦଳପକ୍ଷରୁ ମାର୍ଟିନ୍ ଗପ୍ଟିଲ୍ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଟମ୍ ଲାଥମ ୩୮ ଓ କଲିନ୍ ଡି'ଗ୍ରାଣ୍ଡହୋମ୍ ୨୫ ରନ୍ କରିଥିବା ବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ସେତେଟା ଆଖିଦୃଶିଆ ସ୍କୋର କରିପାରିନଥିଲେ।

ମଧ୍ୟକ୍ରମରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ତଥା କ୍ୟାପଟେନ୍ କେନ୍ ୱିଲିୟମସନ୍ (୧୯) ଓ ରସ୍ ଟେଲର୍ (୪) ନିରାଶ କରିଥିଲେ। ଅଲରାଉଣ୍ଡର ଜେମ୍ସ ନିଶାମ୍ (୮) ଓ ମିଚେଲ୍ ସାଣ୍ଟନର (୧୪)ଙ୍କ ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଶ ଓ ପ୍ୟାଟ୍ କମିନ୍ସ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଜୋଶ୍ ହେଜଲଉଡ୍ ଓ ଆଡାମ ଜାମ୍ପା ୨ଟି ଲେଖାଏ ସଫଳତା ପାଇଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ଦୁହେଁ ଅର୍ଦ୍ଧଶତକ ମାରିବା ସହ ପ୍ରଥମ ୱିକେଟ୍ ପାଇଁ ୧୨୪ ରନର ଶତକୀୟ ଭାଗିଦାରୀ କରିଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ୱାର୍ଣ୍ଣର୍ ୮୮ ବଲରେ ୯ ଚୌକା ସହ ୬୭ ଓ ଫିଞ୍ଚ୍ ୬୦ (୭୫ ବଲ୍‌, ୩ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ।

ମଧ୍ୟକ୍ରମରେ ଷ୍ଟିଭେନ୍ ସ୍ମିଥ୍ (୧୪) ଓ ଡାର୍ସି ଶର୍ଟ (୫) ନିରାଶ କରିଥିବା ବେଳେ ମାର୍ନସ୍ ଲାବୁଶେନ୍ ଅର୍ଦ୍ଧଶତକ ମାରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଲାବୁଶେନ୍ ୫୨ ବଲରେ ୫୬ ରନ୍ କରି ଆଉଟ୍ ହୋଇଥିଲେ। ମିଚେଲ୍ ମାର୍ଶ ୨୭ ରନ୍ ପ୍ୟାଭିଲିୟନ୍ ଫେରିଥିବା ବେଳେ କମିନ୍ସ ୧୪ ଓ ମିଚେଲ୍ ଷ୍ଟାର୍କ ୯ ରନରେ ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସୋଢୀ ୩ଟି, କାଲମ୍ ଫର୍ଗୁସନ୍ ଓ ସାଣ୍ଟନର ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story