ଆସିଲା ଅଷ୍ଟ୍ରେଲିଆ କ୍ରିକେଟର୍ କେନ୍ ରିଚାର୍ଡସନଙ୍କ 'କରୋନା' ରିପୋର୍ଟ

ସିଡନୀ: ସାରା ଦୁନିଆରେ ଏବେ କରୋନା ଭାଇରସର ପ୍ରଭାବ ପଡ଼ୁଥିବାର ଦେଖିବାକୁ ମିଳିଛି। ଫୁଟବଲ୍‌, ବାସ୍କେଟବଲ୍ ପରେ ଏବେ କ୍ରିକେଟରେ ମଧ୍ୟ ଏହାର କାୟା ବିସ୍ତାର ହେବାରେ ଲାଗିଛି। ବିରାଟ୍ କୋହଲିଙ୍କ ଆଇପିଏଲ୍ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଷ୍ଟାର୍ ପେସ୍ ବୋଲର କେନ୍ ରିଚାର୍ଡସନଙ୍କର କରୋନା ଭାଇରସ ଟେଷ୍ଟ କରାଯାଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ନାହିଁ ନଥିବା ଭୟ ଦେଖିବାକୁ ମିଳିଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, […]

kane

kane

Ranjit Kumar Jena
  • Published: Friday, 13 March 2020
  • Updated: 13 March 2020, 05:30 PM IST

Sports

Latest News

ସିଡନୀ: ସାରା ଦୁନିଆରେ ଏବେ କରୋନା ଭାଇରସର ପ୍ରଭାବ ପଡ଼ୁଥିବାର ଦେଖିବାକୁ ମିଳିଛି। ଫୁଟବଲ୍‌, ବାସ୍କେଟବଲ୍ ପରେ ଏବେ କ୍ରିକେଟରେ ମଧ୍ୟ ଏହାର କାୟା ବିସ୍ତାର ହେବାରେ ଲାଗିଛି। ବିରାଟ୍ କୋହଲିଙ୍କ ଆଇପିଏଲ୍ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଷ୍ଟାର୍ ପେସ୍ ବୋଲର କେନ୍ ରିଚାର୍ଡସନଙ୍କର କରୋନା ଭାଇରସ ଟେଷ୍ଟ କରାଯାଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ନାହିଁ ନଥିବା ଭୟ ଦେଖିବାକୁ ମିଳିଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ଯାହା ଟିମକୁ ଆଶ୍ୱସ୍ତି ଦେଇଛି।

ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ଟିମର ବାକି ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରିଚାର୍ଡସନଙ୍କୁ ଟିମରୁ ବାହାର କରିଥିଲା। ସେ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆରେ ଖେଳିପାରିନଥିଲେ। କିନ୍ତୁ ଏବେ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଖୁବଶୀଘ୍ର ଟିମ୍ ସହ ଯୋଗ ଦେଇପାରନ୍ତି। ରିଚାର୍ଡସନଙ୍କ ରିପୋର୍ଟ ଆସିବା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ ରିଚାର୍ଡସନଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ୍ ଆସିଛି। ତାଙ୍କ ଭିତରେ କରୋନା ଭାଇରସର କୌଣସି ଲକ୍ଷଣ ନାହିଁ। ତେଣୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ସିରିଜର ବାକି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ରିଚାର୍ଡସନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା, ଯାହା ପରେ ତାଙ୍କର ଟେଷ୍ଟ କରାଯାଇଥିଲା। ରିଚାର୍ଡସନଙ୍କୁ ତୁରନ୍ତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ଟିମର ବାହାରେ ରଖାଯାଇଥିଲା। ବର୍ତ୍ତମାନ ରିଚାର୍ଡସନ୍ ଡାକ୍ତରଙ୍କ ଅଭଜରଭେସନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos