ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଗଲା ଟିମ୍‌ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ପୁଣିଥରେ କ୍ରିକେଟ ଉପରେ ମହାମାରୀ କରୋନା ଭାଇରସର କଳା ବାଦଲ ମାଡ଼ି ଆସିଛି। କରୋନା ଭାଇରସର ସଂକ୍ରମଣ ଯୋଗୁ ଅଷ୍ଟ୍ରେଲିଆ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଛି। କ୍ରିକେଟ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ ନିକ ହୋକଲେ କହିଛନ୍ତି, ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଅଷ୍ଟ୍ରେଲିଆ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଓହରି ଯାଇଛି। ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆରୁ ଦକ୍ଷିଣ […]

cdt

Hemant Lenka
  • Published: Tuesday, 02 February 2021
  • , Updated: 02 February 2021, 03:57 PM IST

ମେଲବର୍ଣ୍ଣ: ପୁଣିଥରେ କ୍ରିକେଟ ଉପରେ ମହାମାରୀ କରୋନା ଭାଇରସର କଳା ବାଦଲ ମାଡ଼ି ଆସିଛି। କରୋନା ଭାଇରସର ସଂକ୍ରମଣ ଯୋଗୁ ଅଷ୍ଟ୍ରେଲିଆ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଛି। କ୍ରିକେଟ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ ନିକ ହୋକଲେ କହିଛନ୍ତି, ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଅଷ୍ଟ୍ରେଲିଆ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଓହରି ଯାଇଛି।

ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆରୁ ଦକ୍ଷିଣ ଆଫ୍ରିକାକୁ ଉଡ଼ାଣ ଭରିବା ଆଦୌ ଗ୍ରହଣୀୟ ନୁହେଁ। ଖେଳାଳି, ସର୍ପୋଟ ଷ୍ଟାଫ ଓ ଅନ୍ୟାନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆମେ ରିସ୍କ ନେଇ ପାରିବୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରାଯାଉଥିବା ସେ କହିଛନ୍ତି।

ଅଷ୍ଟ୍ରେଲିଆ ୩ଟିକିଆ ଟେଷ୍ଟ ସିରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଥିଲା। ଫେବୃଆରୀ-ମାର୍ଚ୍ଚରେ ଏହି ସିରିଜ୍‌ ଖେଳାଯାଇଥାଆନ୍ତା। କରୋନା ଯୋଗୁ ମ୍ୟାଚ୍‌ ଗୁଡ଼ିକର ତାରିଖ ସ୍ଥିର ହୋଇ ନଥିଲା। ହେଲେ ଏବେ ଏହି ଗସ୍ତରୁ ଅଷ୍ଟ୍ରେଲିଆ ଓହରି ଯାଇଛି।

Related story